ଘରେ କାନ୍ଥଘଣ୍ଟା ଲଗାଇବାର ଏହି ସାତ ବାସ୍ତୁ ଟିପ୍ସ

Wednesday, August 29, 2018

 ପ୍ରତ୍ୟେକ ଲୋକଙ୍କ ଘରେ ଘଣ୍ଟା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ। ଘରେ କିମ୍ବା ଅଫିସରେ  କାନ୍ଥଘଣ୍ଟା ଲଗାଇବା ସମୟରେ କେଉଁ ଦିଗରେ ଏହା ଲଗାଇବା ଦ୍ଵାରା ଶୁଭ ଫଳ ମିଳିଥାଏ ଏହା କେହି ଭାବିନଥାନ୍ତି। କିନ୍ତୁ ବାସ୍ତୁ ଶାସ୍ତ୍ର ଅନୁଯାୟୀ କାନ୍ଥଘଣ୍ଟା ଲଗାଇବାକୁ ନେଇ ଅନେକ ନିୟମ ରହିଛି। ଏହି ନିୟମ ଅନୁସାରେ ଘରେ କିମ୍ବା ଅଫିସରେ କାନ୍ଥଘଣ୍ଟା ଲଗାଇବା ଦ୍ଵାରା ଏହା ଆପଣଙ୍କୁ ଶୁଭଫଳ ପ୍ରଦାନ କରିଥାଏ।

 

ତେବେ କାନ୍ଥଘଣ୍ଟାକୁ ନେଇ ଥିବା କିଛି ବାସ୍ତୁ ଟିପ୍ସ ବିଷୟରେ ଜାଣିରଖନ୍ତୁ।

 

. ବାସ୍ତୁ ନିୟମ ଅନୁଯାୟୀ କାନ୍ଥଘଣ୍ଟାକୁ ଘରର ଦକ୍ଷିଣ ଦିଗରେ ଲଗାନ୍ତୁ ନାହିଁ। ଏହି ଦିଗରେ ଘଣ୍ଟା ଲଗାଇବା ଦ୍ଵାରା ଆପଣଙ୍କର ପ୍ରଗତିରେ ବାଧା ସୃଷ୍ଟି ହୋଇଥାଏ ଓ ଏହା ଘରର ମୁଖ୍ୟଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଅଶୁଭ ପ୍ରଭାବ ପକାଇଥାଏ।

 

. ଘରେ ମଧ୍ୟରେ ସକାରାତ୍ମକ ଶକ୍ତି ପାଇଁ ଘଣ୍ଟାକୁ ଉତ୍ତର, ପଶ୍ଚିମ କିମ୍ବା ପୂର୍ବ ଦିଗରେ ଲଗାନ୍ତୁ। ପୂର୍ବ ଦିଗରେ ଘଣ୍ଟା ଲଗାଇବା ଦ୍ଵାରା ଘର ମଧ୍ୟରେ ସୁଖଶାନ୍ତିର ବାତାବରଣ ରହିଥାଏ। ପଶ୍ଚିମ ଓ ଉତ୍ତର ଦିଗରେ ଘଣ୍ଟା ଲଗାଇବା ଦ୍ଵାରା ଆର୍ଥିକ ସ୍ଥିତି ସ୍ଵଚ୍ଛଳ ହୋଇଥାଏ।

 

.ଘର କାନ୍ଥରେ ପେଣ୍ଡୁଲମ ଥିବା ଘଡି ଲଗାଇବା ଦ୍ଵାରା ସକାରାତ୍ମକ ଶକ୍ତିର ଆବିର୍ଭାବ ହୋଇଥାଏ। ଏହାଦ୍ଵାରା ଆପଣଙ୍କର ଉନ୍ନତି ମଧ୍ୟ ହୋଇଥାଏ।

 

.କେବେବି ଘରର କବାଟରେ ଘଣ୍ଟା ଲଗାନ୍ତୁ ନାହିଁ। ଏହା ଅଶୁଭ ହୋଇଥାଏ। ଘରୁ ଯିବା ଆସିବା କରିବା ସମୟରେ ଅନେକ ପ୍ରକାର ନକରାତ୍ମକ ଶକ୍ତିର ପ୍ରବେଶ  ହୋଇଥାଏ, ଯାହାଫଳରେ ଅନେକ ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ।

 

. ବନ୍ଦ ହୋଇଯାଇଥିବା ଘଡି ବା ଖରାପ ହୋଇଯାଇଥିବା ଘଡି ଘର ମଧ୍ୟରେ ରଖନ୍ତୁ ନାହିଁ। ସେହିପରି ଘଣ୍ଟାର ସମୟକୁ ସବୁବେଳେ ଠିକ ରଖନ୍ତୁ। ପ୍ରକୃତ ସମୟ ଠାରୁ ଆଗରେ କିମ୍ବା ବିଳମ୍ବରେ ଚାଲୁଥିବା ଘଡି ମଣିଷର କ୍ଷତିର କାରଣ ହୋଇଥାଏ।

 

.ସବୁଜ ଓ କମଳା ରଙ୍ଗର ଘଣ୍ଟାକୁ ଘର ମଧ୍ୟରେ ଲଗାନ୍ତୁ ନାହିଁ ଏବଂ କଳା ଓ ଗାଢ ନୀଳ ରଙ୍ଗର ଘଣ୍ଟାକୁ ଅଫିସରେ ଲଗାନ୍ତୁ ନାହିଁ। ସେହିପରି ବୈଠକ ଘରେ ବର୍ଗାକୃତି ଆକାରର ଘଣ୍ଟା ଓ ଶୟନ କକ୍ଷରେ ଗୋଲାକୃତି ଘଣ୍ଟା ଶୁଭଫଳ ପ୍ରଦାନ କରିଥାଏ।

 

.ଅନେକ ଲୋକ ହାତ ଘଣ୍ଟାକୁ ଶୋଇବା ସମୟରେ ତକିଆ ତଳେ ରଖି ଶୋଇଥାନ୍ତି। ବାସ୍ତୁ ନିୟମ ଅନୁସାରେ ଏପରି କରିବା ଦ୍ଵାରା ମଣିଷ ଉପରେ ନକରାତ୍ମକ ପ୍ରଭାବ ପଡିଥାଏ ଓ ସ୍ଵଭାବରେ ଧୀରେ ଧୀରେ ପରିବର୍ତ୍ତନ ହୋଇଥାଏ।

 

(ବି.ଦ୍ର ଏହି ବାସ୍ତୁ ତଥା ଜ୍ୟୋତିଷ ଉପାୟ ବିଭିନ୍ନ ଜ୍ୟୋତିର୍ବିଦମାନଙ୍କ ଆଲେଖ୍ୟରୁ ସଂକଳିତ କରାଯାଇଛି । ଏହାର ଠିକ କାର୍ଯ୍ୟକାରୀ ହେବା ପାଇଁ ଉପଯୁକ୍ତ ପଦ୍ଧତି ଆପଣେଇବା ତଥା ଦଶା ସ୍ଥିତି ଠିକ ରହିବା ଆବଶ୍ୟକ । ସୁଫଳ ପାଇବାକୁ ହେଲେ କୌଣସି ଅଭିଜ୍ଞ ଜ୍ୟୋତିଷ/ବାସ୍ତୁବିଦଙ୍କ ପରାମର୍ଶ ନିଅନ୍ତୁ )

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©2020 Betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon