ହଳଦିଆ,ନାରଙ୍ଗୀ ରଙ୍ଗର ଫଳ,ପରିବାରେ ରହିଛି ଏହିସବୁ ଉପକାରିତା

Tuesday, September 4, 2018

ଆମକୁ ପ୍ରକୃତି ଠାରୁ ଅନେକ ରଙ୍ଗର ପନିପରିବା ଓ ଫଳ ମିଳିଥାଏ। ଏହି ଫଳ ଓ ପନିପରିବା ଗୁଡିକ ଆମ ଶରୀର ପାଇଁ ଅତ୍ୟନ୍ତ ଉପକାରୀ ମଧ୍ୟ ହୋଇଥାଏ। ଏହିସବୁ ମଧ୍ୟରୁ ହଳଦିଆ ଓ ନାରଙ୍ଗୀ ରଙ୍ଗର ଫଳ ଓ ପନିପରିବା ଶରୀର ପାଇଁ ଅତ୍ୟନ୍ତ ଉପକାରୀ ହୋଇଥାଏ।

 

ହଳଦିଆ ଓ ନାରଙ୍ଗୀ ରଙ୍ଗର ଫଳରେ ଅଧିକ ମାତ୍ରାରେ ପୋଟାସିୟମ, ଭିଟାମିନ-ସି ଓ ବେଟା-କ୍ୟାରୋଟିନ ରହିଥାଏ, ଯାହାକି ମନୁଷ୍ୟର ଆଖିକୁ ସୁସ୍ଥ ରଖିଥାଏ ଓ ରୋଗ ପ୍ରତିରୋଧକାରୀ ଶକ୍ତିକୁ ମଧ୍ୟ ବଢାଇଥାଏ। ତେବେ ଜାଣିରଖନ୍ତୁ ଏହାଦ୍ୱାରା ଆପଣଙ୍କୁ କଣ କଣ ଉପକାରିତା ମିଳିଥାଏ।

 

୧.ଆଖିକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ : ଆଖିରେ ଦେଖାଯାଉଥିବା ବିଭିନ୍ନ ସମସ୍ୟାକୁ ଦୂର କରିବା ପାଇଁ ହଳଦିଆ ଓ ନାରଙ୍ଗୀ ରଙ୍ଗର ଫଳ ଉପକାରୀ ହୋଇଥାଏ। ଯଦି ଆପଣଙ୍କୁ ମଧ୍ୟ ଆଖିକୁ ନେଇ କିଛି ଅସୁବିଧା ଦେଖାଯାଉଥାଏ ତେବେ ନିୟମିତ ଭାବରେ କମଳା, ଗାଜର, କଖାରୁ, ଅମୃତଭଣ୍ଡା ଓ ଆମ୍ବ ଖାଆନ୍ତୁ। ଏଥିରେ ଥିବା ଭିଟାମିନ-ସି ଓ ବେଟା-କ୍ୟାରୋଟିନ ଆଖିକୁ ସଂକ୍ରମିତ ହେବାରୁ ମଧ୍ୟ ରକ୍ଷା କରିଥାଏ।

 

୨.ଗୁପ୍ତାଙ୍ଗ କ୍ୟାନସରରୁ ରକ୍ଷା କରିଥାଏ: ଗୁପ୍ତାଙ୍ଗ (ପ୍ରୋଷ୍ଟେଟ) କ୍ୟାନସରରୁ ବଞ୍ଚିବା ପାଇଁ ହଳଦିଆ କିମ୍ବା ନାରଙ୍ଗୀ ରଙ୍ଗର ପନିପରିବା ଉପାଦେୟ ହୋଇଥାଏ। ଯେପରି ହଳଦୀ, ଗାଜର ଓ କମଳା ଇତ୍ୟାଦି ଖାଇବା ଦ୍ଵାରା ଏଥିରେ ଥିବା ଭିଟାମିନ-ସି ଗୁପ୍ତାଙ୍ଗ କ୍ୟାନସରରୁ ରକ୍ଷା କରିଥାଏ। ଗୁପ୍ତାଙ୍ଗର ଅନ୍ୟାନ୍ୟ ସମସ୍ୟା ଦୂର କରିବା ପାଇଁ ମଧ୍ୟ ଆମ୍ବ ଓ ଆପ୍ରିକଟ ଖାଇପାରିବେ।

 

୩.ରକ୍ତଚାପ ନିୟନ୍ତ୍ରଣ କରିଥାଏ: କଦଳୀ, କମଳା, ସପୁରୀ ଓ ଆମ୍ବ ଖାଇବା ଦ୍ଵାରା ଏଥିରେ ଥିବା ପୋଟାସିୟମ ରକ୍ତଚାପ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ଏହା ସହିତ ଭିଟାମିନ-ସି ରେ ଭରପୁର ଥିବା ଫଳ ଖାଇବା ଦ୍ଵାରା ମଧ୍ୟ ରକ୍ତଚାପ ନିୟନ୍ତ୍ରିତ ହୋଇଥାଏ।

 

୪.ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ: ବେଟା-କ୍ୟାରୋଟିନ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ। ଏହି ବେଟା-କ୍ୟାରୋଟିନ ଅଧିକ ମାତ୍ରାରେ ହଳଦିଆ ଓ ନାରଙ୍ଗୀ ରଙ୍ଗର ଫଳ ଏବଂ ପନିପରିବାରେ ମିଳିଥାଏ।

 

୫.ଆଣ୍ଠୁଗଣ୍ଠିକୁ ସୁସ୍ଥ ରଖିଥାଏ: ହଳଦିଆ ଓ ନାରଙ୍ଗୀ ରଙ୍ଗର ଫଳ ମନୁଷ୍ୟ ଶରୀରରେ ଆଣ୍ଠୁଗଣ୍ଠିକୁ ସୁସ୍ଥ ଓ ମଜଭୁତ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ। ଅମୃତଭଣ୍ଡା, ସପୁରୀ ଓ କମଳାରେ ଥିବା ଭିଟାମିନ-ସି ଆଣ୍ଠୁଗଣ୍ଠି ଯନ୍ତ୍ରଣାକୁ ମଧ୍ୟ ଦୂର କରିଥାଏ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon