ଅଟକି ଥିବା କାମ ଚାଲୁହେବ ଶନିର ଏହି ଗତି ପରିବର୍ତ୍ତନ ପରେ :ଜାଣନ୍ତୁ କଣ କରିବେ

Thursday, September 6, 2018

(ବେତାର ବ୍ୟୁରୋ) ଜ୍ୟୋତିଷ ବିଦ୍ୟା ଅନୁସାରେ 2018 ମସିହା ଏକ ଗୁରୁତ୍ଵପୂର୍ଣ୍ଣ ବର୍ଷ ଥିଲା । କାରଣ ଏହି ବର୍ଷ ବୃହସ୍ପତି, ମଙ୍ଗଳ ଓ ଶନି ଅଧିକ ସମୟ ଧରି ବକ୍ରୀ ଅବସ୍ଥାରେ (ଅପେକ୍ଷାକୃତ କମ ଘୂର୍ଣ୍ଣନ ବେଗ)ରେ ରହିଥିଲେ।  ଯଦିଓ ବକ୍ରୀ ହେବା କିଛି ନୂଆ କଥା ନୁହେଁ କାରଣ ଏହା ପ୍ରତି ବର୍ଷ ହେଇଥାଏ, ତେବେ ଏ ବର୍ଷ ଅନେକ ଦିନ ଧରି ଏହି ସବୁ ଗ୍ରହ ବକ୍ରୀ ଅବସ୍ଥାରେ ରହିଥିବାରୁ ଅନେକ ଲୋକଙ୍କର କାର୍ଯ୍ୟରେ ବାଧା ଆସିଥିଲା । ବୃହସ୍ପତି ଜୁଲାଇ 10 ତାରିଖରେ ଓ ମଙ୍ଗଳ ଅଗଷ୍ଟ 28 ତାରିଖରେ ପୁନର୍ବାର ଗତି ପରିବର୍ତ୍ତନ କରି ସଳଖ ବା ମାର୍ଗୀ ହେଇସାରିଛନ୍ତି । ଶନି ଗ୍ରହ ସେପ୍ଟେମ୍ବର 7  ତାରିଖରେ ଧନୁ ରାଶିରେ ବକ୍ରୀରୁ ମାର୍ଗୀ ହେବାକୁ ଯାଉଛି । 


ବକ୍ରୀ ଶନି ପ୍ରଭାବ
ଶନି ଗ୍ରହ ହେଉଛି ବୃହସ୍ପତି ପରେ ଆକାର ଦୃଷ୍ଟିରୁ ସବୁଠୁ ବଡ ଗ୍ରହ । ଏଣୁ ଏହାର ଗୁର୍ଣ୍ଣନ ବେଗରେ ଅଧିକ ବା କମ ହେବାର ପ୍ରଭାବ ସମସ୍ତଙ୍କ ଉପରେ ପଡିଥାଏ। ଚଳିତ ବର୍ଷ ଏପ୍ରିଲ ମାସ ଠାରୁ ଶନି ଗ୍ରହ ବକ୍ରୀ ହେବା  ଆରମ୍ଭ କରିଥିଲା , ଯାହା ସେପ୍ଟେମ୍ବର ମାସରେ 7 ତାରିଖରେ ଶେଷ ହେବ । ଏଣୁ ବିଗତ ପ୍ରାୟ ଛଅମାସ ଧରି ବ୍ୟଲ୍ତିଗତ ତଥା ବ୍ୟବସାୟ ଓ ଚାକିରି କ୍ଷେତ୍ରରେ ଅନେକ କାର୍ଯ୍ୟରେ ବିଳମ୍ବ ହେବା ସହିତ ଅନେକ ସମସ୍ୟା ମଧ୍ୟ ଅନେକ ଲୋକଙ୍କ ଜୀବନରେ ସୃଷ୍ଟି ହେଇଥିବ । ସେହିପରି ଘର ତିଆରି କରିବାକୁ ଓ ଜାଗା କିଣିବାକୁ ଚାହୁଁଥିବା ଲୋକମାନେ ମଧ୍ୟ ଅନେକ ଅସୁବିଧାର ସମ୍ମୁଖୀନ ହେଇଥିବେ ।  ତେବେ ସେପ୍ଟେମ୍ବର 7 ତାରିଖ ପରେ ଏହି ସବୁ ସମସ୍ୟାରୁ କିଛିଟା ଆଶ୍ଵସ୍ତି ମିଳିପାରେ ।

 

ଶନି  ମାର୍ଗୀର ପ୍ରଭାବ

ସେପ୍ଟେମ୍ବର 7 ରୁ 19 ଏପ୍ରିଲ 2019 ଯାଏଁ ଶନି ଧନୁ ରାଶିରେ ମାର୍ଗୀ ହେଇ ରହିବ । ପୁନଶ୍ଚ ମାର୍ଗୀ ହେବା ସମୟରେ ଚନ୍ଦ୍ରର ଉପସ୍ଥିତି ଶନି ନକ୍ଷତ୍ର ପୁଷ୍ୟାରେ ଥିବାରୁ ଏହା ଧନଲାଭର ସମୟ । ଏହି ସମୟରେ ଆପଣ ନୈରାଶ୍ୟରୁ ବାହାରି  ଅଧିକ ଦୃଢମନା ହେଇ କାମ କରିବେ ଓ ନିଜ ଲକ୍ଷ୍ୟ ପୂରଣ କରିବା ପାଇଁ ସମର୍ଥ ହେବେ। ପୂର୍ବରୁ ଯେଉଁ କାମ କରିବାକୁ ଇଚ୍ଛା ହେଉ ନ ଥିବ, ସେହିକାମକୁ ଅତି ଉତ୍ସାହର ସହିତ କରିବେ ।

 

କଣ କରିବେ

ଶନି ଗ୍ରହର ପ୍ରଭାବ ସବୁ ରାଶି ଉପରେ ରହୁଥିବାରୁ ଏହି ମାର୍ଗୀ ସମୟରେ ଜାଣି ରଖନ୍ତୁ କ’ଣ କରିବେ ।

 

କ) ବ୍ୟବସାୟ/ଚାକିରି :   ଆପଣ ଚାକିରି କିମ୍ବା ବ୍ୟବସାୟ କରୁଥିଲେ ଅଧିକ ଦାୟିତ୍ଵ ନେଇ ଓ ଅଧିକ ମନଯୋଗର ସହିତ କାମ କରନ୍ତୁ ତଥା ଅନୁଷ୍ଠାନ ମୁଖ୍ୟ ବା ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ସମ୍ମାନ ଦିଅନ୍ତୁ । ନିଜ ଭିତରେ ଥିବା  କ୍ରିଏଟିଭ ପ୍ରତିଭାକୁ ବାହାରେ ପ୍ରକାଶ କରନ୍ତୁ, ଅର୍ଥାତ ଗୀତ/କବିତା ଲେଖୁଥିଲେ ତାହା ପ୍ରକାଶିତ କରାନ୍ତୁ କିମ୍ବା ନୂଆ ଯୋଜନା ମନରେ ଆସୁଥିଲେ ତାହାର ରୂପାୟନ ପାଇଁ ଚେଷ୍ଟା କରନ୍ତୁ । ସବୁଠୁ ବଡ କଥା ହେଲା ଧୈର୍ଯ୍ୟ ଧରନ୍ତୁ ଓ ଶୃଙ୍ଖଳିତ ଜୀବନ ଯାପନ କରନ୍ତୁ , ଏହା ଆପଣଙ୍କୁ ସଫଳତା ଆଣିଦେବ।

 

ଖ) ପରିବାର : ଘରେ ପରିବାରର ମୁଖ୍ୟଙ୍କ ସହିତ ମତଭେଦ ହେଲେ ବି ତାଙ୍କୁ ଅସମ୍ମାନ କରନ୍ତୁ ନାହିଁ । ଅଧିକ ସମୟ ପରିବାରଗହଣରେ ବିତାଇବାକୁ ଚେଷ୍ଟା କରନ୍ତୁ । ପରିବାରସଦସ୍ୟଙ୍କ ସହିତ ଯୁକ୍ତି କଲା ବେଳେ କଡା ଭାଷାର ପ୍ରୟୋଗ କରନ୍ତୁ ନାହିଁ । ନିଜ ମନ ମଧ୍ୟରେ କୌଣସି ଆଶଙ୍କା ବା ଭୟ ରଖନ୍ତୁ ନାହିଁ ଓ ପୁରୁଣା ସମସ୍ୟାର ସମାଧାନ ନିଜେ ଖୋଜିବାକୁ ଚେଷ୍ଟା କରନ୍ତୁ ।     
   
  

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon