ଜାଣନ୍ତୁ ‘କୁଛ କୁଛ ହୋତା ହେ ପାର୍ଟ 2’ରେ କିଏ କରିବେ ଅଭିନୟ

Tuesday, September 11, 2018

(ବେତାର ବ୍ୟୁରୋ) ଶାହରୁଖ ଖାନ, କାଜୋଲ ଓ ରାଣୀ ମୁଖାର୍ଜୀଙ୍କ ଅଭିନୀତ ଫିଲ୍ମ ‘କୁଛ କୁଛ ହୋତା ହେ’ 20ବର୍ଷ ତଳେ ରିଲିଜ ହୋଇଥିଲା। ଏହି ଫିଲ୍ମ  ବକ୍ସ ଅଫିସରେ ଖୁବ ଭଲ ରୋଜଗାର କରିଥିଲା ଓ ଦର୍ଶକମାନେ ମଧ୍ୟ ଏହି ଫିଲ୍ମକୁ ଖୁବ ପସନ୍ଦ କରିଥିଲେ। ତେବେ ଏହି ଫିଲ୍ମର ରିମେକ ବିଷୟରେ ପଚରାଯିବାରୁ ନିର୍ଦ୍ଦେଶକ କରନ ଜୋହର ଏହାର ଷ୍ଟାରକାଷ୍ଟ ବିଷୟରେ କହିଛନ୍ତି।

 

ଏଫଏମ ରେଡ଼ିଓ 104.8ରେ ପ୍ରସାରିତ ହେଉଥିବା ଶୋ ‘କଲିଙ୍ଗ କରନ ସିଜିନ 2’ରେ ଶ୍ରୋତାମାନେ ‘କୁଛ କୁଛ ହୋତା ହେ’ର ରିମେକକୁ ନେଇ ପ୍ରଶ୍ନ କରିଥିଲେ, ଏହାସହିତ କେଉଁ ଅଭିନତା ଓ ଅଭିନେତ୍ରୀ ଅଭିନୟ କରିବେ ବୋଲି ମଧ୍ୟ ପ୍ରଶ୍ନ କରଯାଇଥିଲା। ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଇ କରନ କହିଥିଲେ ଯେ, “ ଯଦି ମୁଁ କେବେ ଏହି ଫିଲ୍ମର ରିମେକ କରିବି ତେବେ ରଣବୀର କପୁର, ଆଲିୟା ଭଟ୍ଟ ଓ ଜାହ୍ନବୀ କପୁରଙ୍କୁ ନେଇ ଏହା ପ୍ରସ୍ତୁତ କରିବି।“

 

ଆଲିୟା ଭଟ୍ଟ 2012 ମସିହାରେ କରନ ଜୋହରଙ୍କ ନିର୍ଦ୍ଦେଶିତ ଫିଲ୍ମ “ଷ୍ଟୁଡେଣ୍ଟ ଅଫ ଦ ଇୟର” ମାଧ୍ୟମରେ ବଲିଉଡରେ ଡେବ୍ୟୁ କରିଥିଲେ। ଜାହ୍ନବୀ କପୁର ମଧ୍ୟ କରନ ଜୋହରଙ୍କ ଫିଲ୍ମ “ଧଡକ”ରୁ ନିଜର ବଲିଉଡ କ୍ୟାରିୟର ଆରମ୍ଭ କରିଛନ୍ତି।

 

ରଣବୀର କପୁର ପୂର୍ବରୁ ‘ୟେ ଯୱାନୀ ହେ ଦିୱାନୀ’ ଓ ‘ୟେ ଦିଲ ହେ ମୁସ୍କିଲ’ ଫିଲ୍ମରେ କରନ ଜୋହରଙ୍କ ସହିତ କାମ କରିଛନ୍ତି। କରନ ଜୋହରଙ୍କ ଆଗାମୀ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ମଧ୍ୟ ରଣବୀର କପୁର ଓ ଆଲିୟା ଭଟ୍ଟ ଏକାଠି ଅଭିନୟ କରୁଛନ୍ତି।

 

ଏକ ସାକ୍ଷାତକାରରେ କରନ କହିଥିଲେ ତାଙ୍କର ପ୍ରିୟ ଅଭିନେତା ହେଉଛନ୍ତି ରଣବୀର କପୁର। ରଣବୀରଙ୍କ ଅଭିନୟକୁ ସେ ବହୁତ ପସନ୍ଦ କରନ୍ତି। ତେବେ 1998 ମସିହାରେ ‘କୁଛ କୁଛ ହୋତା ହେ’ ଫିଲ୍ମ ଜରିଆରେ ନିଜର ନିର୍ଦ୍ଦେଶନା ଆରମ୍ଭ କରିଥିବା କରନ ଜୋହର ଏହି ଫିଲ୍ମର ରିମେକ ଖୁବ ଶୀଘ୍ର ଆରମ୍ଭ କରିବେ ବୋଲି ଦର୍ଶକମାନେ ଆଶା ରଖିଛନ୍ତି। 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©2020 Betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon