ଜାଣନ୍ତୁ : ଏଥିପାଇଁ ବନ୍ଦ ହେବ ଗୁଗଲର ଇନବକ୍ସ ମେଲ ସେବା

Thursday, September 13, 2018

(ବେତାର ବ୍ୟୁରୋ) ଗୁଗୁଲ ତରଫରୁ କିଛି ଦିନ ଆଗରୁ ଜି-ମେଲର ନୂଆ ଅବତାର ଦେଖିବାକୁ ମିଳିଥିଲା। ଏହାପରେ ଗୁଗୁଲର ଭବିଷ୍ୟତ ଇନବକ୍ସକୁ ନେଇ ଅନେକ କଥା ସାମ୍ନାକୁ ଆସୁଛି। ଏହାମଧ୍ୟରେ ଗୁଗଲ ତରଫରୁ ଏହାର ଇନବକ୍ସ ମେଲ ସେବାକୁ 2019 ମାର୍ଚ ମାସ ମଧ୍ୟରେ ବନ୍ଦ କରାଯିବ ବୋଲି ଘୋଷଣା କରାଯାଇଛି। 2014 ମସିହାରେ ଲଞ୍ଚ କରା ଯାଇଥିବା ଗୁଗଳ ଇନବକ୍ସ ପାଞ୍ଚ ବର୍ଷ ପରେ ବନ୍ଦ ହେବାକୁ ଯାଉଛି।

 

ଏନେଇ ଜି-ମେଲର ପ୍ରଡ଼କ୍ଟ ମ୍ୟାନେଜର ମାଥ୍ୟୁ ଇଜ୍ଜାଟ ବୁଧବାର ବିଳମ୍ବିତ ରାତ୍ରିରେ ଏକ ବ୍ଲଗ ପୋଷ୍ଟ କରି ଲେଖିଛନ୍ତି ଯେ, “ଆମେ ସମସ୍ତଙ୍କୁ ସର୍ବଶ୍ରେଷ୍ଠ ଇ-ମେଲ ସେବା ଯୋଗାଇବା ପାଇଁ ଧ୍ୟାନ କେନ୍ଦ୍ରିତ କରୁଛୁ। ଆମେ ସମ୍ପୂର୍ଣ୍ଣ ଭାବରେ ଜି-ମେଲ ଉପରେ ଧାନ କେନ୍ଦ୍ରିତ କରିବାକୁ ଚାହୁଁଛୁ ଓ 2019 ମାର୍ଚ୍ଚ ମାସ ଶେଷ ଆଡକୁ ‘ଇନବକ୍ସ’କୁ ବିଦାୟ ଦେବାକୁ ପଡିବ।“

 

ସେ ଆହୁରି ମଧ୍ୟ କହିଛନ୍ତି ଯେ, “ ପରିବର୍ତ୍ତନ ସବୁବେଳେ କଠିନ ହୋଇଥାଏ। ସେଥିଲାଗି ଆପଣଙ୍କ ପାଇଁ ଏକ ଟ୍ରାନଜିଶନ ଗାଇଡ ପ୍ରସ୍ତୁତ କରାଯାଇଛି, ଯାହାକି ଆପଣଙ୍କୁ ଇନବକ୍ସରୁ ସହଜରେ ନୂଆ ଜି-ମେଲକୁ ଯିବାରେ ସାହାଯ୍ୟ କରିବ।“

 

ଗୁଗଲ କେବଳ ଜି-ମେଲ ଉପରେ ଧ୍ୟାନ କେନ୍ଦ୍ରିତ କରିବାକୁ ଚାହୁଁଥିବାରୁ ଇନବକ୍ସକୁ ବନ୍ଦ କରିବାର ଯୋଜନା କରିଛି। 

 

ଗୁଗଲ ଇନବକ୍ସ 2014 ମସିହା ଅକ୍ଟୋବର ମାସରେ ଲଞ୍ଚ କରଯାଇଥିଲା। ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବ୍ୟବହାରକାରୀ ମାନଙ୍କୁ ସ୍ମାର୍ଟ ଇ-ମେଲ ଅଭିଜ୍ଞତା ଦେବା। ଏଥିରେ ବଣ୍ଡଲ ଗ୍ରୁପିଙ୍ଗ ରିସିପିଏଣ୍ଟ, ଷ୍ଟେଟମେଣ୍ଟ ଓ ମେସେଜ ସମ୍ବନ୍ଧିତ ଫିଚର୍ସ ରହିଥିଲା। ଏହାବ୍ୟତୀତ ଇ-ମେଲ ସ୍ନୁଜିଙ୍ଗ, ଫଲୋ-ଅପ ଫିଚର ମଧ୍ୟ ରହିଛି। କିନ୍ତୁ ଗୁଗଲ ଜି-ମେଲକୁ ଏକ ନୂଆ ରୂପ ଦେବାକୁ ଯାଉଥିବାରୁ ଏଥିରେ ଆହୁରି ଅନେକ ନୂଆ ଫିଚର ଯୋଗ କରାଯାଇଛି।  

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon