
(ବେତାର ବ୍ୟୁରୋ) ଏୟାରଟେଲ କମ୍ପାନୀ ଗ୍ରାହକମାନଙ୍କୁ ଆକର୍ଷିତ କରିବା ପାଇଁ ଓ ଜିଓକୁ ଟକ୍କର ଦେବା ପାଇଁ ଟ.97ର କମ୍ବୋ ରିଚାର୍ଜ ପ୍ୟାକ ଲଞ୍ଚ କରିଛି। ଏହି ରିଚାର୍ଜ ପ୍ୟାକ ଦେଶର ସମସ୍ତ ସର୍କଲରେ ଉପଲବ୍ଧ ଅଟେ।
ଏୟାରଟେଲର ଏହି କମ୍ବୋ ରିଚାର୍ଜ ପ୍ୟାକରେ ଗ୍ରହକଙ୍କୁ 350 ମିନିଟ ଟକ ଟାଇମ ଫ୍ରୀ ମିଳିବ। ଯେଉଁଥିରେ ସେମାନେ ଲୋକାଲ, ଏସ.ଟି.ଡି ଓ ରୋମିଙ୍ଗ କଲ କରିପାରିବେ। ଫ୍ରୀ ମିନିଟ୍ସ ସହିତ ଗ୍ରାହକଙ୍କୁ 1.5ଜିବି 3ଜି/4ଜି ଡାଟା ମଧ୍ୟ ମିଳିବ। ଏହାବ୍ୟତୀତ 200 ଲୋକାଲ ଓ ଏସ.ଟି.ଡି ଏସଏମଏସ ମଧ୍ୟ ମିଳିବ। ଏହି ପ୍ୟାକର ବୈଧତା 28ଦିନ ପର୍ଯ୍ୟନ୍ତ ରହିବ।
ଏହି ରିଚାର୍ଜ ପ୍ୟାକକୁ ଗ୍ରାହକମାନେ ଏୟାରଟେଲର ଅଫିସିଆଲ ୱେବସାଇଟ କିମ୍ବା my airtel app
ଜରିଆରେ ରିଚାର୍ଜ କରିପାରିବେ। ଏହି ଟ.97 ପ୍ୟାକଟି ଏୟାରଟେଲର ଟ.99 ପ୍ୟାକକୁ ମଧ୍ୟ ଟକ୍କର ଦେବ। ତେବେ ଏୟାରଟେଲ ତରଫରୁ ଚଳିତ ମାସରେ ତିନୋଟି କମ୍ବୋ ରିଚାର୍ଜ ପ୍ୟାକ ମଧ୍ୟ ଲଞ୍ଚ କରଯାଇଥିଲା। ଏହାର ମୂଲ୍ୟ ଟ.35, ଟ.65 ଓ ଟ.95 ରହିଥିଲା। ଏହି ପ୍ୟାକ ଗୁଡିକରେ ଗ୍ରାହକ ମାନଙ୍କୁ ଡାଟା, ଭଏସ କଲ ପାଇଁ ଟକ ଟାଇମ ଓ ଅଧିକ ଦିନର ବୈଧତା ମିଳୁଛି।
ତେବେ ଜୁନ ମାସରେ ମଧ୍ୟ ଏୟାରଟେଲର ଟ.99 ପ୍ୟାକରେ କିଛି ପରିବର୍ତ୍ତନ କରଯାଇଥିଲା। ଏହି ପ୍ୟାକରେ ଗ୍ରାହକଙ୍କୁ ଅନଲିମିଟେଡ ଲୋକାଲ, ଏସଟିଡି ଓ ରୋମିଙ୍ଗ କଲର ସୁବିଧା ମିଳୁଛି। ଏହାସହିତ ଗ୍ରାହକଙ୍କୁ 2ଜିବି 3ଜି/4ଜି ଡାଟା ଓ 100ଟି ଏସ.ଏମ.ଏସ ମଧ୍ୟ ଦିଆଯାଉଛି। ଏହି ପ୍ୟାକର ବୈଧତା 28ଦିନ ପର୍ଯ୍ୟନ୍ତ ରହୁଛି।
ଜିଓର ଟ.98 ପ୍ୟାକରେ ମଧ୍ୟ ଗ୍ରାହକଙ୍କୁ ଅନଲିମିଟେଡ କଲ, 2ଜିବି ଡାଟା ଓ 300 ଏସ.ଏମ.ଏସ ମିଳୁଛି। ଏହି ପ୍ୟାକର ବୈଧତା 28ଦିନ ପର୍ଯ୍ୟନ୍ତ ରହୁଛି। ଏହା ବ୍ୟତୀତ ଜିଓର ଟ.99 ମୂଲ୍ୟରେ ଏକ ପ୍ୟାକ ରହିଛି। ଏଥିରେ ଗ୍ରହକଙ୍କୁ ପ୍ରତ୍ୟେକ ଦିନ 500 ଏମ.ବି ଡାଟା, ଅନଲିମିଟେଡ କଲ ଓ 300 ଏସ.ଏମ.ଏସ ମିଳୁଛି। ଏହି ପ୍ୟାକର ବୈଧତା 28 ଦିନ ପର୍ଯ୍ୟନ୍ତ ରହୁଛି।