ଭିଡ଼ିଓ : ଦେଖନ୍ତୁ ବିଗବସ ୧୨ ଘରେ ସଲମାନଙ୍କ ଜବରଦସ୍ତ ଡ୍ୟାନ୍ସ

Saturday, September 15, 2018

(ବେତାର ବ୍ୟୁରୋ) ଟେଲିଭିଜନ ଦୁନିଆର ସବୁଠାରୁ ବିବାଦୀୟ ରିଆଲିଟି ଶୋ ‘ବିଗବସ ୧୨’କୁ ଦର୍ଶକ ମାନେ ଚାହିଁ ରହିଥିବା ବେଳେ କଲର୍ସ ତରଫରୁ ଏହି ଶୋ ର ଏକ ଖାସ ଭିଡିଓ ସୋସିଆଲ ମିଡିଆରେ ଶେୟାର କରାଯାଇଛି। ଏହି ଭିଡିଓରେ ସଲମାନ ଖାନଙ୍କ ଜବରଦସ୍ତ ଡ୍ୟାନ୍ସ ଦେଖିବାକୁ ମିଳିଛି।

 

କଲର୍ସ ତରଫରୁ ଟ୍ଵିଟରରେ ଏହି ଭିଡିଓ ଶେୟାର କରାଯାଇଛି। ଏହି ଭିଡିଓ ପୋଷ୍ଟ କରି କଲର୍ସ ତରଫରୁ ଲେଖାଯାଇଛି ଯେ, “ ସଲମାନ ଖାନଙ୍କ ସ୍ଵାଗତ କରିବେନି? କାଲି ରାତି ୯ଟାରୁ ଆରମ୍ଭ ହେବ।“

ଏହି ଭିଡିଓରେ ସଲମାନ ଖାନ ବିଗବସ ୧୨ ର ଘର ମଧ୍ୟରେ ଡ୍ୟାନ୍ସରଙ୍କ ସହିତ ନିଜ ଫିଲ୍ମର ସୁପରହିଟ ଗୀତ “ତୁଝେ ଆସ୍କା ବିଚ ଘୁମା ଦୁ ଆ ଚଲତି କ୍ୟା” ଓ “ଜିନେ କି ୟେ ଚାର ଦିନ”ରେ ଡ୍ୟାନ୍ସ କରିଛନ୍ତି। ଏହା ସହିତ ବିଗବସ ୧୨ ର ଥିମ “ବିଚ ହାଉସ”ର ଉନ୍ମୋଚନ ମଧ୍ୟ କରିଛନ୍ତି।

 

ତେବେ ଚଳିତ ଥର ବିଗବସ ଘରେ ପ୍ରତିଯୋଗୀ ମାନେ ଯୋଡି ରୂପରେ ଘର ମଧ୍ୟକୁ ପ୍ରବେଶ କରିବେ। ଏଥିପାଇଁ ଶୋ’ର ଥିମର ନାମ ‘ବିଚିତ୍ର ଯୋଡି’ ରଖାଯାଇଛି। ଏହାସହିତ ଅନ୍ୟ ଏକ ଭିଡିଓ ମଧ୍ୟ ଲଞ୍ଚ କରାଯାଇଛି ଓ ବିଗବସ ଘରକୁ ପ୍ରବେଶ କରିବାକୁ ଥିବା ଦୁଇଜଣ ସେଲିବ୍ରିଟିଙ୍କ ବିଷୟରେ ପ୍ରକାଶ କରାଯାଇଛି। ସେଥିରେ ରହିଛନ୍ତି ପୂର୍ବତନ କ୍ରିକେଟ ଖେଳାଳୀ ଶ୍ରୀସନ୍ଥ ଓ ଟେଲିଭିଜନ ଅଭିନେତ୍ରୀ ନେହା ପାଣ୍ଡସେ।

 

ଗୋଆରେ ହୋଇଥିବ ଲଞ୍ଚ ଇଭେଣ୍ଟରେ ଘର ଭିତରକୁ ଯିବାକୁ ଥିବା ପ୍ରଥମ ଯୋଡି ବିଷୟରେ ସଲମାନ ଖାନ କହିଥିଲେ। ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ଓ ତାଙ୍କ ପତି ହର୍ଷ ଲିମ୍ବାଛିୟା ବିଗବସ୧୨ ଘର

ଭିତରକୁ ପ୍ରଥମ ଯୋଡି ଭାବରେ ପ୍ରବେଶ କରିବେ।

 

ଏହା ସହିତ ବିଗବସ ୧୨ ପ୍ରସାରଣ ସମୟରେ ମଧ୍ୟ ଏକ ପରିବର୍ତ୍ତନ କରାଯାଇଛି। ଶୋ ର ଲୋକପ୍ରିୟତାକୁ ଆଖି ଆଗରେ ରଖି ଏହାର ପ୍ରସାରଣ ସମୟକୁ ରାତି ୧୦.୩୦ ରୁ ପରିବର୍ତ୍ତନ କରାଯାଇ ରାତି ୯ଟା ରଖାଯାଇଛି। ସେପ୍ଟେମ୍ବର 16 ତାରିଖରୁ ପ୍ରତ୍ୟେକ ଦିନ ରାତି ୯ଟାରେ ଏହି ଶୋ ପ୍ରସାରିତ ହେବ ଓ  ସିଧାସଳଖ ସୋନି ଚ୍ୟାନେଲରେ ପ୍ରସାରିତ ବିଗ ବି ଅମିତାଭ ବଚ୍ଚନଙ୍କ ଶୋ “କୌନ ବନେଗା କରୋଡପତି” କୁ ଟକ୍କର ଦେବ।

 

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©2020 Betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon