ବହଳିଆ ଦାଢି ରଖିବା ପାଇଁ ଏହି ଖାଦ୍ୟ ଜରୁରୀ

Tuesday, September 18, 2018

(ବେତାର ବ୍ୟୁରୋ) ସମୟ ସହିତ ବଦଳୁଥିବା ଫ୍ୟାଶନ ଟ୍ରେଣ୍ଡରେ ପୁରୁଷମାନେ ନିଜ ଦାଢି ଓ ନିଶକୁ ନେଇ ଅନେକ ଷ୍ଟାଇଲ କରୁଛନ୍ତି। କେତେକ ପୁରୁଷଙ୍କ ମୁହଁରେ ଦାଢି ଭଲ ଭାବରେ ଉଠିନଥାଏ। ପୁରୁଷଙ୍କ ଶରୀରରେ ଦାଢି ଉଠିବା ପାଇଁ ପୁରୁଷ ହରମୋନ DTH ଓ ଟେଷ୍ଟୋଷ୍ଟେରନ ସାହାଯ୍ୟ କରିଥାଏ। ଏହାର ମାତ୍ରା କମ ରହିଲେ ଦାଢି ଭଲ ଭାବରେ ଉଠି ନଥାଏ।

 

ଯଦି ଆପଣ ବି ଲମ୍ବା ଦାଢି ରଖିବାକୁ ଚାହୁଁଛନ୍ତି ତେବେ ଖାଦ୍ୟରେ କେଉଁ କେଉଁ ଉପାଦାନ ସାମିଲ କରିବେ ଜାଣିରଖନ୍ତୁ।

 

୧.ଭିଟାମିନ-ଏ ଏବଂ ବେଟା କ୍ୟାରୋଟିନ: କ୍ଷୀର, ଅଣ୍ଡାର କେଶର ଓ ଛେନାରେ ଅଧିକ ପରିମାଣର ଭିଟାମିନ-ଏ ରହିଥାଏ ଏବଂ ହଳଦିଆ ଓ କମଳା ରଙ୍ଗର ପନିପରିବାରେ ବେଟା କ୍ୟାରୋଟିନ ଅଧିକ ମାତ୍ରାରେ ରହିଥାଏ। ଏହାକୁ ଖାଇବା ଦ୍ଵାରା ଦାଢି ଖୁବ ଶୀଘ୍ର ବଢିଥାଏ।

 

୨.ପ୍ରୋଟିନ: ଅଣ୍ଡା, ମାଛ, ମାଂସ ଓ କ୍ଷୀରରେ ପ୍ରୋଟିନ ଅଧିକ ମାତ୍ରାରେ ରହିଥାଏ ଓ ଏହାକୁ ଖାଇବା ଦ୍ଵାରା ଦାଢି ବଢିଥାଏ। ମନୁଷ୍ୟ ଶରୀରର ତ୍ଵଚା ଓ କେଶ ଏକ କେରାଟିନ ଷ୍ଟ୍ରକ୍ଚରାଲ ପ୍ରୋଟିନରେ ତିଆରି ହୋଇଥାଏ ଓ ଏହା ଗ୍ଲାଇସିନ, ପ୍ରୋଲୀନରେ ପ୍ରସ୍ତୁତ। ପ୍ରୋଟିନ ଶରୀରର କେଶ, ନଖ ବଢିବାରେ ସାହାଯ୍ୟ କରିଥାଏ।

 

୩.ବାୟୋଟିନ : ବାୟୋଟିନ ହେଉଛି ଏପରି ଏକ ଉପାଦାନ ଯାହା ପୁରୁଷଙ୍କର ଦାଢିକୁ ବଢିବାରେ ଖୁବ ସହାୟକ ହୋଇଥାଏ। ଅଣ୍ଡାରେ ଅଧିକ ମାତ୍ରାରେ ବାୟୋଟିନ ରହିଥାଏ ଓ ପୁରୁଷଙ୍କ ଶରୀରରେ ଏହି ବାୟୋଟିନର ପରିମାଣ କମ ରହିଲେ ଦାଢି ବଢି ନଥାଏ।

 

୪.ଭିଟାମିନ-ଇ: ଏହା ହେଉଛି ଅନ୍ୟ ଏକ ଉପାଦାନ ଯାହା ପୁରୁଷଙ୍କର ଦାଢି ଉଠିବାରେ ସାହାଯ୍ୟ କରିଥାଏ। ଏହା କେଶର ମୂଳକୁ ରକ୍ତ ପହଞ୍ଚାଇବାରେ ସାହାଯ୍ୟ କରିଥାଏ, ଯାହାଫଳରେ ମୁହଁରେ କେଶ ଶୀଘ୍ର ବଢିଥାଏ। ସେଥିଲାଗି ଭିଟାମିନ-ଇ ଥିବା ଖାଦ୍ୟ ଯଥା ବାଦାମ, ବିନ chuin ଓ ସବୁଜ ପନିପରିବା ଅଧିକ ପରିମାଣରେ ଖାଆନ୍ତୁ।

 

୫.ଓମେଗା ୩ ଫ୍ୟାଟି ଏସିଡ: ମାଛ ତେଲରେ ଅଧିକ ପରିମାଣରେ ଓମେଗା ୩ ଫ୍ୟାଟି ଏସିଡ ରହିଥାଏ ଯାହାକି ମନୁଷ୍ୟ ଶରୀରକୁ ପ୍ରୋଟିନ ଯୋଗାଇଥାଏ। ଉଭୟ ପ୍ରୋଟିନ ଓ ଓମେଗା ୩ ଫ୍ୟାଟି ଏସିଡ ଦାଢିକୁ ବଢିବାରେ ସାହାଯ୍ୟ କରେ। ଏଥିପାଇଁ  ତେଲଯୁକ୍ତ ମାଛ ଖାଆନ୍ତୁ।

 

୬.ଜିଙ୍କ : ଏହି ଉପାଦାନ ଅଣ୍ଡା, ଶାଗ, ସାମୁଦ୍ରିକ ଖାଦ୍ୟରେ ରହିଥାଏ। ଏହାକୁ ଖାଇବା ଦ୍ଵାରା କେଶମୂଳ ସୁସ୍ଥ ରହିଥାଏ ଓ ଏହା ଦାଢିକୁ ବଢିବାରେ ସାହାଯ୍ୟ କରିଥାଏ।    

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon