ଏସିଆ କପ: ତିନି ଖେଳାଳୀ ଗଲେ, ଜାଡ଼େଜା ସାମିଲ

Thursday, September 20, 2018

(ବେତାର ବ୍ୟୁରୋ) ଏସିଆ କପ ୨୦୧୮ରେ ଭାରତୀୟ ଦଳ ପ୍ରଥମ ଦୁଇଟି ମ୍ୟାଚକୁ ଜିତିବା ପରେ  ଆଗାମୀ

ମ୍ୟାଚ ପାଇଁ ଦଳରେ ତିନିଟି ପରିବର୍ତ୍ତନ କରିବାକୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ତରଫରୁ ନିଷ୍ପତ୍ତି ନିଆଯାଇଛି। ଗୁରୁବାରରେ ବିସିସିଆଇ ତରଫରୁ ନିଆଯାଇଥିବା ଏହି ନିଷ୍ପତ୍ତି ଅନୁସାରେ ଆଘାତ ହୋଇଥିବା ଖେଳାଳୀ ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ସର ପଟେଲ ଓ ଶାର୍ଦୁଳ ଠାକୁରଙ୍କୁ ଦଳରୁ ବାହାର କରାଯାଇଛି।

 

ତେବେ ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ସର ପଟେଲ ଓ ଶାର୍ଦ୍ଦୁଳଠାକୁରଙ୍କ ସ୍ଥାନରେ ଦୀପକ ଚହର, ରବୀନ୍ଦ୍ର ଜାଡ଼େଜା ଓ ସିଦ୍ଧାର୍ଥ କୌଲଙ୍କୁ ସାମିଲ କରାଯାଇଛି ବୋଲି ବିସିସିଆଇ ତରଫରୁ କୁହାଯାଇଛି।

 

ଏସିଆ କପ ୨୦୧୮ରେ ବୁଧବାର ଖେଲାଯାଇଥିବା ଭାରତ ବନାମ ପାକିସ୍ଥାନ ମ୍ୟାଚରେ ପ୍ରଥମ ଇନିଙ୍ଗସରେ ହାର୍ଦ୍ଦିକ ପାଣ୍ଡ୍ୟା ବୋଲିଂ କରିବା ସମୟରେ ତାଙ୍କ ପିଠିରେ ଆଘାତ ଲାଗିଥିଲା। ବିସିସିଆଇର ଡାକ୍ତରୀ ଦଳ ତାଙ୍କର ଯାଞ୍ଚ କରୁଛି ଓ ଏହି ଆଘାତ କାରଣରୁ ହାର୍ଦ୍ଦିକ ଏସିଆ କପ ଟୁର୍ଣ୍ଣାମେଣ୍ଟରେ ଭାରତର ବାକିଥିବା ମ୍ୟାଚରେ ଖେଳିପାରିବେ ନାହିଁ।

 

ଏହାବ୍ୟତୀତ ଅକ୍ସର ପଟେଲଙ୍କୁ ମଧ୍ୟ ଏହି ପାକିସ୍ଥାନ ବନାମ ଭାରତ ମ୍ୟାଚରେ ଫିଲଡିଙ୍ଗ କରୁଥିବା ସମୟରେ ଆଘାତ ଲାଗିଛି।  ଅକ୍ସରଙ୍କର ବାମ ହାତର ଆଙ୍ଗୁଳିରେ ଆଘାତ ଲାଗିଛି। ତାଙ୍କର ଏହି ଆଘାତର ସ୍କାନ କରାଯିବା ପରେ ଏସିଆ କପରୁ ତାଙ୍କୁ ବାହାର କରାଯିବା ପାଇଁ ବିସିସିଆଇ ତରଫରୁ ନିଷ୍ପତ୍ତି ନିଆଯାଇଛି।

 

ହଂକଂ ବିରୋଧରେ ଖେଲାଯାଇଥିବା ପ୍ରଥମ ମ୍ୟାଚରେ ଶାର୍ଦ୍ଦୁଳ ଠାକୁରଙ୍କୁ  ଡାହାଣ ପଟ ଜଙ୍ଘରେ ଆଘାତ ଲାଗିଥିଲା, ଏହି ଆଘାତ କାରଣରୁ ତାଙ୍କୁ ମଧ୍ୟ ଦଳରୁ ବାହାର କରାଯାଇଛି। ତେବେ ବିସିସିଆଇ ତରଫରୁ ସୂଚନା ଦିଆଯାଇଛି ଯେ, ଏସିଆ କପରେ ଭାରତର ବାକି ମ୍ୟାଚ ପାଇଁ ଶାର୍ଦୁଳ ଠାକୁରଙ୍କ ସ୍ଥାନରେ ସିଦ୍ଧାର୍ଥ କୌଲ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ଦୀପକ ଚହର ଓ ଅକ୍ସର ପଟେଲଙ୍କ ସ୍ଥାନରେ ରବୀନ୍ଦ୍ର ଜାଡ଼େଜାଙ୍କୁ ସାମିଲ କରାଯାଇଛି।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon