ଶୁକ୍ରବାର ରିଲିଜ : ‘ବତ୍ତି ଗୁଲ ମିଟର ଚାଲୁ’ ଓ ‘ମଣ୍ଟୋ’

Friday, September 21, 2018

(ବେତାର ବ୍ୟୁରୋ) ଆଜି ଆପଣଙ୍କ ନିକଟସ୍ଥ ପ୍ରେକ୍ଷାଳୟରେ ରିଲିଜ ହୋଇଯାଇଛି ଦୁଇଟି ବଲିଉଡ ଫିଲ୍ମ। ସାହିଦ କପୁର ଓ ଶ୍ରଦ୍ଧା କପୁରଙ୍କ ଅଭିନୀତ ‘ବତ୍ତି ଗୁଲ ମିଟର ଚାଲୁ’ ସହିତ ନବାଜୁଦ୍ଦିନ ସିଦ୍ଧିକିଙ୍କ ଅଭିନୀତ ‘ମଣ୍ଟୋ’ ରିଲିଜ ହୋଇଯାଇଛି। ଗୋଟିଏ ଫିଲ୍ମରେ ନ୍ୟାୟ ପାଇଁ ଲଢୁଥିବାର କାହାଣୀ ରହିଥିବା ବେଳେ ଅନ୍ୟଟି ପ୍ରସିଦ୍ଧ ଲେଖକ ‘ଅସାଦତ ହସନ ମଣ୍ଟୋଙ୍କ ଜୀବନୀ ଉପରେ ଆଧାରିତ।

 

ବତ୍ତି ଗୁଲ ମିଟର ଚାଲୁ

ଶ୍ରୀ ନାରାୟଣ ସିଂ ଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ଏହି ଫିଲ୍ମରେ ସାହିଦ କପୁର, ଶ୍ରଦ୍ଧା କପୁର ଓ ୟାମି ଗୌତମ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ସାହିଦ କପୁର ଓ ଶ୍ରଦ୍ଧା କପୁର ଟିହରୀ ଗାଁ ରେ ବାସ କରନ୍ତି। ଏହି ଗାଁରେ ପ୍ରାୟ ସବୁ ସମୟରେ ବିଦ୍ୟୁତ କଟିଯାଇଥାଏ।

 

କାହାଣୀରେ ସେହି ସମୟରେ ନୂଆ ମୋଡ ଆସିଥାଏ ଯେତେବେଳେ ସାହିଦ କପୁରଙ୍କ ବନ୍ଧୁଙ୍କ ଫ୍ୟାକ୍ଟ୍ରୀର ବିଦ୍ୟୁତ ବିଲ ମିଛରେ 54ଲକ୍ଷ ଟଙ୍କାର ଆସିଥାଏ। ଏଥି ପାଇଁ ସାହିଦଙ୍କ ସାଙ୍ଗ ବହୁତ ଚିନ୍ତାରେ ପଡିଯାଆନ୍ତି ଓ ବିଦ୍ୟୁତ ବିଭାଗ ତରଫରୁ କୌଣସି ପଦକ୍ଷେପ ନିଆ ନଯିବାରୁ ସେ ଆତ୍ମହତ୍ୟା କରିଦିଅନ୍ତି। ଫିଲ୍ମର କାହାଣୀ ଏହିଠାରୁ ଏକ ଜଟିଳ ମୋଡ ନେଇଛି ଓ ନିଜ ସାଙ୍ଗକୁ ନ୍ୟାୟ ଦେବା ପାଇଁ କୋର୍ଟରେ ବିଦ୍ୟୁତ ବିଭାଗ ବିରୋଧରେ ଲଢିଛନ୍ତି। ତେବେ ସାହିଦ ନ୍ୟାୟ ପାଇଛନ୍ତି କି ନାହିଁ, ଏହା ଫିଲ୍ମ ଦେଖିଲେ ଜଣା ପଡିବ।

 

ଫିଲ୍ମରେ ସାହିଦ ଓ ଶ୍ରଦ୍ଧାଙ୍କ ଅଭିନୟକୁ ଦର୍ଶକମାନେ ଖୁବ ପସନ୍ଦ କରିଛନ୍ତି। ଫିଲ୍ମ ରିଲିଜ ପୂର୍ବରୁ ଏହାର ଗୀତ ଓ ଟ୍ରେଲରକୁ ଦର୍ଶକମାନେ ଖୁବ ପସନ୍ଦ କରିଥିଲେ। ତେବେ ଅନୁମାନ କରାଯାଉଛି ଯେ ଏହି ଫିଲ୍ମ ପ୍ରଥମ ଦିନରେ ବକ୍ସ ଅଫିସରେ 5କୋଟିରୁ ଅଧିକ ରୋଜଗାର କରିପାରେ।

 

ମଣ୍ଟୋ

ପ୍ରସିଦ୍ଧ ଲେଖକ ଅସାଦତ ହସନ ମଣ୍ଟୋଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ “ମଣ୍ଟୋ’ ରେ ତାଙ୍କ ଜୀବନର ସମସ୍ତ ପରିସ୍ଥିତିକୁ ସୁନ୍ଦର ଭାବରେ ଚିତ୍ରିତ କରାଯାଇଛି। ନିର୍ଦ୍ଦେଶକ ନନ୍ଦିତା ଦାସ ଏହି ଫିଲ୍ମରେ ମଣ୍ଟୋଙ୍କ ଜୀବନରେ ବାସ୍ତବ ଓ କାଳ୍ପନିକ ସମାଜ ମଧ୍ୟରେ ଥିବା ଦୂରତାକୁ ଖୁବ ସୁନ୍ଦର ଭାବେ ଉପସ୍ଥାପନା କରିଛନ୍ତି। ଏଥିରେ ମଧ୍ୟ ଭାରତ-ପାକିସ୍ଥାନ ବିଭାଜନ, ବମ୍ବେ ପ୍ରତି ଭଲପାଇବା ଓ ପୁରୁଷ ପ୍ରଧାନ ସମାଜର ମାନସିକତାକୁ ଦର୍ଶକଙ୍କ ଆଗରେ ଏକ ଭିନ୍ନ ଢଙ୍ଗରେ ଉପସ୍ଥାପନା କରାଯାଇଛି।

 

ଫିଲ୍ମରେ ମୁଖ୍ୟ ଭୂମିକାରେ ନୱାଜୁଦ୍ଦିନ ସିଦ୍ଦିକି ଅଭିନୟ କରିଛନ୍ତି। ଦର୍ଶକମାନେ ତାଙ୍କ ଅଭିନୟକୁ ଖୁବ ପସନ୍ଦ କରିଛନ୍ତି। ଏହାବ୍ୟତୀତ ତାହିର ରାଜ, ରସିକା ଦୁଗଲ, ରିଷି କପୁର, ରାଜଶ୍ରୀ ଦେଶପାଣ୍ଡେ, ପରେଶ ରାୱଲ ଓ ଜାବେଦ ଅଖତର ଅଭିନୟ  କରିଛନ୍ତି। ମଣ୍ଟୋଙ୍କ ବିଷୟରେ ଜାଣିଥିବା ଲୋକମାନେ ଏହି ଫିଲ୍ମକୁ ନିଶ୍ଚିତ ଭାବରେ ପସନ୍ଦ କରିବେ।   

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon