ଗ୍ରାଜୁଏଟ ପାସଙ୍କ ପାଇଁ ବାୟୁସେନାରେ ନିଯୁକ୍ତି ସୁଯୋଗ

Monday, September 24, 2018

 

(ବେତାର ବ୍ୟୁରୋ) ଭାରତୀୟ ବାୟୁସେନା ତରଫରୁ ଜୁନିୟର କ୍ଳର୍କ ଓ ଆସିଷ୍ଟାଣ୍ଟ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଗ୍ରାଜୁଏସନ ଓ ବି.କମ କରିଥିବା ପ୍ରାର୍ଥୀ ଏଥିପାଇଁ ଆବେଦନ କରିପାରିବେ।

 

ପଦବୀ ସଂଖ୍ୟା

ଆସିଷ୍ଟାଣ୍ଟ ମ୍ୟାନେଜର ପାଇଁ ମୋଟ ଗୋଟିଏ ପଦ ପ୍ରକାଶ ପାଇଥିବା ବେଳେ ଜୁନିୟର କ୍ଳର୍କ ପାଇଁ ପାଞ୍ଚଟି ଓ ଜୁନିୟର କ୍ଳର୍କ (EDP) ପାଇଁ ଗୋଟିଏ ପଦ ପ୍ରକାଶ ପାଇଛି।

 

ଆବେଦନ ତାରିଖ

ଆଗ୍ରହୀ ପ୍ରାର୍ଥୀମାନେ ଅକ୍ଟୋବର 22 ତାରିଖ ମଧ୍ୟରେ ଆବେଦନ କରିପାରିବେ।

 

ଦରମା

ଜୁନିୟର କ୍ଳର୍କ ପଦ ପାଇଁ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ମାସିକ ଟ.18,000 ଓ ଆସିଷ୍ଟାଣ୍ଟ ମ୍ୟାନେଜର ପଦ ପାଇଁ ମାସିକ ଟ.30,000 ଦରମା ପ୍ରଦାନ କରାଯିବ।

 

ବୟସସୀମା

ଜୁନିୟର କ୍ଳର୍କ(EDP) ପଦ ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ବୟସ ସେପ୍ଟେମ୍ବର 30 2018 ସୁଦ୍ଧା 28ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ସେହିପରି ଜୁନିୟର କ୍ଳର୍କ ପାଇଁ ପ୍ରାର୍ଥୀଙ୍କ ବୟସ 25ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ ଓ ଆସିଷ୍ଟାଣ୍ଟ ମ୍ୟାନେଜର ପଦ ପାଇଁ ପ୍ରାର୍ଥୀଙ୍କ ବୟସ 30 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ।

 

ଶିକ୍ଷାଗତ ଯୋଗ୍ୟତା

ଆସିଷ୍ଟାଣ୍ଟ ମ୍ୟାନେଜର ପଦ ପାଇଁ ପ୍ରାର୍ଥୀ ଯେ କୌଣସି ସ୍ଵୀକୃତୀପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଗ୍ରାଜୁଏସନ (ବାଣିଜ୍ୟ)ରେ 60%ରୁ ଅଧିକ ମାର୍କ ରଖି ପାସ କରିଥିବା ଆବଶ୍ୟକ ଓ ଆକାଉଣ୍ଟାଟ ଭାବରେ 10ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।

 

ସେହିପରି ଜୁନିୟର କ୍ଳର୍କ ପଦ ପାଇଁ ଯେ କୌଣସି ସ୍ଵୀକୃତୀପ୍ରାପ୍ତ ଅନୁଷ୍ଠାନରୁ ଇଂରାଜୀ ମାଧ୍ୟମରେ ଗ୍ରାଜୁଏସନ ରେ 60%ରୁ ଅଧିକ ମାର୍କ ରଖି ପାସ କରିଥିବା ଆବଶ୍ୟକ ଓ ଜୁନିୟର କ୍ଳର୍କ(EDP) ପଦ ପାଇଁ କମ୍ପ୍ୟୁଟର ବିଜ୍ଞାନରେ ଗ୍ରାଜୁଏସନ (ବି.କମ ଓ BCA)ରେ 60%ରୁ ଅଧିକ ମାର୍କ ରଖି ପାସ କରିଥିବା ଆବଶ୍ୟକ।

 

କିପରି ଆବେଦନ କରିବେ

ଆବେଦନ କରିବା ପାଇଁ ଆଗ୍ରହୀ ପ୍ରାର୍ଥୀମାନେ ସମସ୍ତ ଆବଶ୍ୟକୀୟ ପ୍ରମାଣପତ୍ର ସହିତ ଏକ ପାସପୋର୍ଟ ସାଇଜର ଫଟୋ ଓ ବାୟୋଡାଟାକୁ the secretary, IAFBA, AFGIS Bhawan, Subroto Park, New Delhi-110010 ରେ ପଠାଇବେ।

 

ଚୟନ ପଦ୍ଧତି

ଲିଖିତ ପରୀକ୍ଷା କିମ୍ବା ସାକ୍ଷାତକାର ମାଧ୍ୟମରେ ପ୍ରାର୍ଥୀଙ୍କୁ ଚୟନ କରାଯିବ।

 

ଏହି ବିଜ୍ଞପ୍ତି ସମ୍ବନ୍ଧରେ ଅଧିକ ବିବରଣୀ ପାଇଁ ଭାରତୀୟ ବାୟୁସେନାର ଅଫିସିଆଲ ୱେବସାଇଟ www.indianairforce.nic.in ଲଗଇନ କରନ୍ତୁ।

 

 


 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon