ଏହି ପାଞ୍ଚ ଜିନିଷ ନିୟମିତ ବ୍ୟବହାର କରୁଛନ୍ତି? ହେଇପାରେ କ୍ଷତିକାରକ

Monday, September 24, 2018

 

(ବେତାର ବ୍ୟୁରୋ) ଏମିତି ବହୁତ ଜିନିଷ ଅଛି ଯାହାକୁ ଆମେ ନିୟମିତ ଭାବରେ ବ୍ୟବହାର କରିଥାଉ ଓ ଏଥିରେ ବହୁ ପରିମାଣର ଟକ୍ସିନ ବା ବିଷ ଜାତୀୟ ପଦାର୍ଥ  ରହିଥାଏ। ଏହାର ବ୍ୟବହାର କରିବା ଦ୍ଵାରା କ୍ୟାନସର, ଅଧିକ ମୋଟାହେବା ପରି ଅନେକ ରୋଗ ହୋଇଥାଏ। ତେବେ ଜାଣି ରଖନ୍ତୁ ସେହି ଜିନିଷ ଗୁଡିକ କଣ କଣ।

 

୧.ଫାଷ୍ଟ ଫୁଡ ରାପର: ଫାଷ୍ଟ ଫୁଡ ( ଚିକେନ୍ ରୋଲ/ଭେଜ ରୋଲ) ରେ ବ୍ୟବହାର ହେଉଥିବା ରାପର ହେଉ ବା କ୍ଲିନିଙ୍ଗ ପେପର ହେଉ, ଏଥିରେ ପର ଆଣ୍ଡ ପଲିଫ୍ଲୋରିକାଇଲ ସବଷ୍ଟାନସେସ(PAFS) ରହିଥାଏ। ଯାହାକି ମନୁଷ୍ୟ ସ୍ୱାସ୍ଥ୍ୟ ଉପରେ ଅତ୍ୟନ୍ତ ଖରାପ ପ୍ରଭାବ ପକାଇଥାଏ। ଏହାକାରଣରୁ ମନୁଷ୍ୟ ଶରୀରର ରୋଗ ପ୍ରତିରୋଧକ ଶକ୍ତି କମ ହୋଇଥାଏ।

 

୨.ନେଲ ପଲିସ: ନେଲ ପଲିସ ଲଗାଇବା ଦ୍ଵାରା ନଖ ଗୁଡିକ ସୁନ୍ଦର ଦେଖାଯାଇଥାଏ, କିନ୍ତୁ ଏହା ଶରୀରକୁ ମଧ୍ୟ କ୍ଷତି ପହଞ୍ଚାଇ ଥାଏ। ନେଲ ପଲିସରେ ଏପରି ରସାୟନିକ ପଦାର୍ଥ ରହିଥାଏ ଯାହାଦ୍ୱାରା ମଣିଷ ଶରୀରର ହରମୋନ ସନ୍ତୁଳନ ବିଗିଡି ଯାଇଥାଏ।

 

୩.ଅତର: ନିୟମିତ ଭାବରେ ବ୍ୟବହାର କରାଯାଉଥିବା ଅତରରେ ଫାଇଲେଟ ପରି ରସାୟନିକ ପଦାର୍ଥ ମିଶଯାଇଥାଏ। ଏହି ରସାୟନିକ ପଦାର୍ଥ ପ୍ରଭାବରେ ପୁରୁଷମାନଙ୍କର ପ୍ରଜନନ କ୍ଷମତା କମ ହୋଇଥାଏ ଓ ଅସ୍ଥାମା ରୋଗର ମଧ୍ୟ ଆଶଙ୍କା ବଢିଯାଇଥାଏ।

 

୪.ଟୁଥପେଷ୍ଟ ଓ ସାବୁନ: ଏହି ଦୁଇଟି ଜିନିଷ ବିନା ପ୍ରତ୍ୟେକ ମଣିଷର ସକାଳ ଆରମ୍ଭ ହୋଇନଥାଏ। କିନ୍ତୁ ଏଥିରେ ଆଣ୍ଟିମାଇକ୍ରୋବିୟଲ ରସାୟନିକ ପଦାର୍ଥ ରହିଥାଏ ଯାହା ଥାଇରଏଡ ପରି ରୋଗର କାରଣ ହୋଇଥାଏ।

 

୫.ଫିନାଇଲ ଗୋଲି: ଘରକୁ ସଫାସୁତୁରା ରଖିବା ପାଇଁ ଓ ପୋଷାକକୁ କୀଟାଣୁଙ୍କ ଠାରୁ ଦୂରେଇ ରଖିବା ପାଇଁ ଏହାର ବ୍ୟବହାର ହୋଇଥାଏ। ଏକ ସର୍ଭେରୁ ଜଣାପଡିଛି ଯେ ଏହା ଶରୀର ପାଇଁ ଅତି କ୍ଷତିକାରକ ହୋଇଥାଏ। ଏଥିରେ ଡ଼ିଓଡ୍ରାଇଜର ଡାଇକ୍ଳୋରୋବେଞ୍ଜାଇନ ନାମକ ରସାୟନିକ ପଦାର୍ଥ ରହିଥାଏ ଯାହା କ୍ୟାନସରର କାରଣ ହୋଇଥାଏ।  

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon