ଏହି ସବୁ କାମ ପାଇଁ ଜରୁରୀ ନୁହେଁ ଆଧାର : ସୁପ୍ରିମ କୋର୍ଟଙ୍କ ନିଷ୍ପତ୍ତି

Wednesday, September 26, 2018

(ବେତାର ବ୍ୟୁରୋ) ଆଧାରର ସାମ୍ବିଧାନିକ ବୈଧତାକୁ ନେଇ ସୁପ୍ରିମ କୋର୍ଟ ରାୟ ଶୁଣାଇଛନ୍ତି। ଆଧାରର ସାମ୍ବିଧାନିକ ବୈଧତା ଓ ଆଧାରକୁ ଲାଗୁ କରିଥିବା ବର୍ଷ 2016ର ନିୟମକୁ ଚ୍ୟାଲେଞ୍ଜ କରିଥିବା ଦଲିଲ ଉପରେ ସାଢେ ଚାରି ମାସ ପରେ ସୁପ୍ରିମ କୋର୍ଟ ନିଷ୍ପତ୍ତି ଶୁଣାଇ କହିଛନ୍ତି, ଆଧାର ସଂପୂର୍ଣ୍ଣ ସୁରକ୍ଷିତ ଓ ଲୋକଙ୍କ ପାଇଁ ଜରୁରୀ। ଆଧାର ସାମ୍ବିଧାନିକ ଭାବରେ ବୈଧ ଓ ସ୍କୁଲରେ ନାମଲେଖା, ବ୍ୟାଙ୍କ, ମୋବାଇଲ ନମ୍ବର ପାଇଁ ଆଧାରର ଆବଶ୍ୟକତା ନାହିଁ ବୋଲି ସୁପ୍ରିମ କୋର୍ଟ ନିଷ୍ପତ୍ତି ଶୁଣାଇଛନ୍ତି।

 

ଆଧାର ସମାଜରେ ନାଗରିକଙ୍କୁ ସ୍ଵତନ୍ତ୍ର ପରିଚୟ ଦେଇଛି ଓ ଏହାର ନକଲ କରିହେବ ନାହିଁ ବୋଲି ଜଷ୍ଟିସ ଏକେ ସିକ୍ରି କହିଛନ୍ତି। ଆଧାରକୁ ନେଇ ପ୍ରଶ୍ନ କରିବା ସମ୍ବିଧାନ ବିରୋଧୀ ବୋଲି ମଧ୍ୟ କୁହାଯାଇଛି।

ଏହି ନିଷ୍ପତ୍ତି ପରେ ଆଧାର ନିୟମର ସେକ୍ସନ 57 ଅଚଳ ହେଇଯାଇଛି, ଯେଉଁଥିରେ କି ସରକାର ସବୁ କାର୍ଯ୍ୟ ପାଇଁ ଆଧାରକୁ ବାଧ୍ୟତାମୂଳକ କରିଥିଲେ। 

 

ବୁଧବାର ଆସିଥିବା ନିଷ୍ପତ୍ତି ଅନୁସାରେ  ସ୍କୁଲରେ ନାମ ଲେଖାଇବା,ମୋବାଇଲ ନମ୍ବର ନେବା, ବ୍ୟାଙ୍କରେ ଖାତା ଖୋଲିବା ପାଇଁ ଆଧାର କାର୍ଡର ଜରୁରୀ ହେବ ନାହିଁ। ସେହିପରି ସିବିଏସଇ, ୟୁଜିସି ପାଇଁ ମଧ୍ୟ ଆଧାର ଅନିବାର୍ଯ୍ୟ ହେବ ନାହିଁ। କିନ୍ତୁ ପ୍ୟାନ କାର୍ଡ ପାଇଁ ଓ ଆୟକର ଦାଖଲ ପାଇଁ ଆଧାର କାର୍ଡ ଆବଶ୍ୟକ ବୋଲି ସୁପ୍ରିମ କୋର୍ଟ ନିଷ୍ପତ୍ତି ନେଇଛନ୍ତି। 

 

ଘରୋଇ କମ୍ପାନୀ ଗୁଡିକ ମଧ୍ୟ ଆଧାର କାର୍ଡ ମାଗିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ନିଷ୍ପତ୍ତି ଶୁଣାଇଛନ୍ତି।

 

ଏହାସହିତ ଆଧାର ତଥ୍ୟକୁ ସୁରକ୍ଷା ପାଇଁ କଡା ଆଇନ ଆଣିବା ସମୟ ଆସିଛି ବୋଲି ସୁପ୍ରିମ କୋର୍ଟ ଖଣ୍ଡପୀଠ କହିଛନ୍ତି। ବେଆଇନ ଅନୁପ୍ରବେଶକାରୀଙ୍କୁ ଯେପରି ଆଧାର କାର୍ଡ ନମିଳେ ସେ ନେଇ କେନ୍ଦ୍ର ପଦକ୍ଷେପ ନେଉ ବୋଲି ଜଷ୍ଟିସ ଏକେ ସିକ୍ରି କହିଛନ୍ତି।

 

ବର୍ତ୍ତମାନ ଦେଶରେ ପ୍ରାୟ 122କୋଟି ଲୋକ ଆଧାର ସହ ଯୋଡି ହୋଇଛନ୍ତି। ବ୍ୟାଙ୍କ ଖାତା ଓ ସବସିଡି ଠାରୁ ଆରମ୍ଭ କରି ଅନେକ ଜନମଙ୍ଗଳକାରୀ ଯୋଜନାର ଲାଭ ଉଠାଇବା ପାଇଁ ଆଧାର ଦରକାରୀ ହୋଇଛି। ଅନେକ କେନ୍ଦ୍ରୀୟ ଯୋଜନା ସହିତ ମଧ୍ୟ ଆଧାରକୁ ସଂଯୋଗ କରାଯାଇଛି। ଏହାଦ୍ଵାରା ଗରିବଙ୍କ ପର୍ଯ୍ୟନ୍ତ ଯୋଜନା ଗୁଡିକର ଲାଭ ସିଧାସଳଖ ପହଞ୍ଚି ପାରୁଛି।

 

ପଦୋନ୍ନତିରେ ଏସ.ସି/ଏସ.ଟି ଙ୍କୁ ମିଳିବନି ସଂରକ୍ଷଣ

ସରକାରୀ କର୍ମଚାରୀଙ୍କ ପଦୋନ୍ନତିରେ ସଂରକ୍ଷଣ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ପାଞ୍ଚଜଣିଆ ଖଣ୍ଡପୀଠଙ୍କ ସର୍ବସମ୍ମତି କ୍ରମେ ରାୟ ଶୁଣାଇଛନ୍ତି। ସରକାରୀ କର୍ମଚାରୀଙ୍କ ପଦୋନ୍ନତିରେ ସଂରକ୍ଷଣ ଜରୁରୀ ନାହିଁ, କିନ୍ତୁ ରାଜ୍ୟ ଗୁଡିକ ଚାହିଁଲେ ସଂରକ୍ଷଣ ଦେଇପାରିବେ। ତେବେ ଏହି ନିଷ୍ପତ୍ତିର ପୁନର୍ବିଚାର ଜରୁରୀ ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।    

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon