ଭିଡିଓ : ଦେଖନ୍ତୁ ଭାରତ-ଆଫାଗାନିସ୍ତାନ ମ୍ୟାଚରେ କାହା ଉପରେ ଓ କାହିଁକି ରାଗିଲେ ଧୋନୀ

Wednesday, September 26, 2018

(ବେତାର ବ୍ୟୁରୋ) ଏସିଆ କପ ୨୦୧୮ରେ ମଙ୍ଗଳବାର ଦିନ ଭାରତ ଓ ଆଫଗାନିସ୍ଥାନ ମଧ୍ୟରେ ଏକ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳିଥିଲା। ଭାରତ ପାଇଁ ବିଶେଷ ଗୁରୁତ୍ଵ ନଥିବା ଏହି ମ୍ୟାଚଟି ଉଭୟ ଦଳ ମଧ୍ୟରେ ଟାଇ ହୋଇଥିଲା। ତେବେ ଏହି ମ୍ୟାଚରେ କ୍ୟାପଟେନ କୁଲ ବୋଲି କୁହାଯାଉଥିବା ଧୋନିଙ୍କୁ ବୋଲର କୁଳଦୀପଙ୍କ ଉପରେ ରାଗୁଥିବାର ଦେଖିବାକୁ ମିଳିଥିଲା।

 

ମ୍ୟାଚରେ ଭାରତ ବୋଲିଂ କରିଥିବା ସମୟରେ ଭାରତୀୟ ରିଷ୍ଟ ସ୍ପିନର କୁଳଦୀପ ଯାଦବ ନିଜ ବୋଲିଂ ସମୟରେ ଫିଲ୍ଡରେ କିଛି ପରିବର୍ତ୍ତନ କରିବା ପାଇଁ ଚାହିଁଥିଲେ। ଫିଲ୍ଡର କୁଲଦୀପଙ୍କ କଥା ଶୁଣିନଥିଲେ ଓ ସ୍ଥାନ ମଧ୍ୟ ପରିବର୍ତ୍ତନ କରିନଥିଲେ। ଏହି କଥା କୁଳଦୀପ ଧୋନିଙ୍କୁ କହିଥିଲେ। କିନ୍ତୁ ଅଧିନାୟକ ଧୋନୀ କୁଳଦୀପଙ୍କୁ ନିଜ ଇଚ୍ଛାରେ ଫିଲ୍ଡ ସଜାଇବାକୁ ଅନୁମତି ଦେଇନଥିଲେ ଓ ରାଗି ଯାଇ  କହିଥିଲେ ଯେ, “ତୁ ବୋଲିଂ କରିବୁ ନା 

(ଆମେ) ବୋଲର ପରିବର୍ତ୍ତନ କରିବୁ?”

 

ଧୋନିଙ୍କର ଏହି କଥା ଷ୍ଟମ୍ପ ମାଇକରେ ରେକଡିଙ୍ଗ ହୋଇଥିଲା।

ମଙ୍ଗଳବାର ଖେଳାଯାଇଥିବା ଏହି ଭାରତ ବନାମ ଆଫଗାନିସ୍ଥାନ ମ୍ୟାଚ ପୂର୍ବରୁ ଭାରତ ଏସିଆ କପ ୨୦୧୮ର ଫାଇନାଲରେ ପହଞ୍ଚି ଯାଇଛି। ଏହି ଭାରତ ଦଳର ଅଧିନାୟକ ଥିବା ରୋହିତ ଶର୍ମାଙ୍କୁ ବିଶ୍ରାମ ଦିଆଯାଇଥିଲା। ରୋହିତ ଶର୍ମାଙ୍କ ସ୍ଥାନରେ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଏହି ମ୍ୟାଚରେ ଅଧିନାୟକ ଭାର ସମ୍ଭାଳିଥିଲେ।

 

ମହେନ୍ଦ୍ର ସିଂ ଧୋନି ପ୍ରାୟ ୬୯୬ଦିନ ପରେ ଭାରତୀୟ ଦଳର ଅଧିନାୟକ ଭାର ତୁଲାଇଥିଲେ। ଏହି ମ୍ୟାଚ ଥିଲା ଧୋନିଙ୍କର ଅଧିନାୟକ ଭାବରେ ୨୦୦ତମ ଆନ୍ତର୍ଜାତୀୟ ଦିନିକିଆ  ମ୍ୟାଚ। ଧୋନି ସମସ୍ତଙ୍କ ଆଗରେ ନିଜର ନରମ ଓ ଶାନ୍ତ ସ୍ଵଭାବ ପାଇଁ ପରିଚିତ। ଅଧିନାୟକ ହୋଇନଥିବା ବେଳେ ମଧ୍ୟ ସେ ବୋଲର ମାନଙ୍କ ସହ କଥାବାର୍ତ୍ତା କରିଥାଆନ୍ତି ଓ ପ୍ରୋତ୍ସାହିତ କରିଥାଆନ୍ତି।

 

ତେବେ ଏହା ପ୍ରଥମ ଥର ନୁହେଁ, ପୂର୍ବରୁ ମଧ୍ୟ କୁଳଦୀପ ଯାଦବ ଧୋନିଙ୍କ ରାଗର ଶିକାର ହୋଇଛନ୍ତି। ତେବେ ଏହି ଭିଡିଓ ସୋସିଆଲ ମିଡିଆରେ ଶେୟାର ହେବା ପରେ ଭାଇରାଲ ହେବାରେ ଲାଗିଛି ଓ କିଛି ଲୋକ ଏହାକୁ ନାପସନ୍ଦ କରିଛନ୍ତି।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon