ବିଗବସ 12 : ଭାଙ୍ଗିବ ଅନୁପ ଜଲୋଟା-ଜସଲିନଙ୍କ ଯୋଡି !

Tuesday, October 2, 2018

(ବେତାର ବ୍ୟୁରୋ) ବିଗବସ12 ଆରମ୍ଭରୁ ଅନୁପ ଜଲୋଟା ଓ ଜସଲିନ ମଥାରୁଙ୍କ ଯୋଡି ଚର୍ଚ୍ଚାରେ ରହି ଆସିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଦୁହେଁ ବିଗବସ ଘରେ ଖୁବ ହସଖୁସିରେ ରହୁଥିବାର ଦେଖିବାକୁ ମିଳୁଥିଲା ଓ ଉଭୟଙ୍କୁ ସମସ୍ତେ ପସନ୍ଦ ମଧ୍ୟ କରୁଥିଲେ। କିନ୍ତୁ ସୋମବାର ହୋଇଥିବା ନୋମିନେସନ ଟାସ୍କ କାରଣରୁ  ଦୁହିଁଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଯାଇଛି। ଅନୁପ ଜସଲିନଙ୍କ ଠାରୁ ଅଲଗା ହେବା ପାଇଁ ନିଷ୍ପତ୍ତି ନେଇଛନ୍ତି।

 

ସୋମବାର ବିଗବସ12ରେ ଏହି ସପ୍ତାହରେ ଘରୁ ବାହାରିବା ପାଇଁ ନୋମିନେସନ ଟାସ୍କ ହୋଇଥିଲା। ଏହି ଟାସ୍କରେ ଦୀପିକା କକ୍କର ଅନୁପଙ୍କୁ କିଡନାପ କରିନେଇଥିଲେ। ଦୀପିକା ଏହା ବଦଳରେ ଜସଲିନଙ୍କୁ ନିଜ କେଶ କାଟିବା ପାଇଁ କହିଥିଲେ ଓ ଏହାସହିତ ନିଜର ସମସ୍ତ ମେକଅପ ପ୍ରଡକ୍ଟ ଏବଂ ସମସ୍ତ ପୋଷାକକୁ ନଷ୍ଟ କରିବା ପାଇଁ କହିଥିଲେ। କିନ୍ତୁ ଜସଲିନ ଏହା କରିପାରିନଥିଲେ ଓ ଅନୁପଙ୍କୁ ଏହି କଥା ବହୁତ ଖରାପ ଲାଗିଥିଲା।

 

କଲର୍ସ ତରଫରୁ ଟ୍ଵିଟରରେ ମଙ୍ଗଳବାରର ଅଧ୍ୟାୟର ଏକ ଭିଡିଓ ଶେୟାର କରାଯାଇଛି। ଏହି ଭିଡିଓରେ ଅନୁପ ନିଜର ଦୁଃଖ ପ୍ରକାଶ କରିଛନ୍ତି ଓ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି।

ଅନୁପ ଏହି ଭିଡିଓରେ କହିଛନ୍ତି ଯେ, “ ଘରର ସମସ୍ତ ସଦସ୍ୟଙ୍କ ଆଗରେ ମୁଁ କହିବାକୁ ଚାହୁଁଛି ଯେ ଜସଲିନ ଯେଉଁଭଳି ଭାବରେ ଟାସ୍କ ଖେଳିଲେ, ତାହା ମତେ ବହୁତ ଖରାପ ଲାଗିଲା। ଜସଲିନ ମୋ ଅପେକ୍ଷା ନିଜର ପୋଷାକ, ମେକଅପ ଓ କେଶ ପ୍ରତି ଅଧିକ ପ୍ରେମ ଦେଖାଇଲେ, ତେଣୁ ବର୍ତ୍ତମାନ ଠାରୁ ମୁଁ ଏକୁଟିଆ, ଏହି ଯୋଡିକୁ ମୁଁ ଆଜିଠାରୁ ଭାଙ୍ଗୁଅଛି।“

 

ଅନୁପ ସତରେ କହୁଛନ୍ତି କି ମଜାରେ କହୁଛନ୍ତି ବୋଲି ଜସଲିନ ପଚାରିବାରୁ ଅନୁପ କହିଥିଲେ ଯେ, “ ଏହିପରି ଟାସ୍କରେ ମଣିଷର ଗଭୀରତା ଜଣା ପଡିଥାଏ। ମତେ କୁହାଯାଇଥିଲେ ମୁଁ ମୋର ସମସ୍ତ କପଡା ଦେଇଦେଇଥାଆନ୍ତି। ମୁଁ ଏହି ସମ୍ପର୍କରୁ ଅଲଗା ହେଉଛି। ବର୍ତ୍ତମାନଠାରୁ ମୁଁ ଯୋଡିରେ ନାହିଁ, ଏହା ମୁଁ ସତରେ କହୁଛି। ଟାସ୍କରେ କେବଳ କପଡା ଦେବାର ଥିଲା, ଜୀବନ ନୁହେଁ।“

 

ଜସଲିନ ଅନୁପଙ୍କ ଏହି କଥା ଶୁଣିବା ପରେ ବହୁ ଭାଙ୍ଗି ପଡିଛନ୍ତି। ଘରର ଅନ୍ୟ ସଦସ୍ୟମାନେ ଅନୁପଙ୍କୁ ବୁଝାଇବାକୁ ଚେଷ୍ଟା କରିଛନ୍ତି। ତିନିବର୍ଷର ସମ୍ପର୍କକୁ ଏଇ ଛୋଟ କଥା ପାଇଁ ନ ଭାଙ୍ଗିବାକୁ ମଧ୍ୟ କହିଛନ୍ତି। କିନ୍ତୁ ଅନୁପ କାହାରି କଥା ଶୁଣିନାହାନ୍ତି ଓ ନିଜ ନିଷ୍ପତ୍ତିରେ ଅଟଳ ରହିଛନ୍ତି। ଜସଲିନ ମଧ୍ୟ ଅନୁପଙ୍କୁ ଆଉ ଥରେ ଭାବିବା ପାଇଁ କହିଛନ୍ତି କିନ୍ତୁ ଅନୁପ କିଛି ଶୁଣିନାହାନ୍ତି।

 

କଲର୍ସ ଟିଭି ତରଫରୁ ଏହି ଭିଡିଓ ସୋସିଆଲ ମିଡିଆରେ ଶେୟାର ହେବା ପରେ ଦର୍ଶକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ତେବେ ସତରେ ଦୁଇ ଜଣ ଅଲଗା ହେବେ କି ଏହା ଲୋକପ୍ରିୟତା ହାସଲ କରିବା ପାଇଁ ଏକ ନାଟକ ତାହା ମଙ୍ଗଳବାର (ଅକ୍ଟୋବର ୨)  ଅଧ୍ୟାୟରେ ଜଣା ପଡିବ। 

 

ଏହା ପୂର୍ବରୁ ବିଗବସ ଶୁଟିଙ୍ଗ ସମୟରେ ହେଇଥିବା ତନିଶା-ଅରମାନ କୋହଲି ଏବଂ ଗୌହର ଖାନ-

କୁଶାଲଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ହେଇ ପରବର୍ତ୍ତୀ ସମୟରେ ବିଚ୍ଛେଦ ହେଇସାରିଛି । ତେବେ ଭୋଜପୁରୀ ଅଭିନେତା-ଅଭିନେତ୍ରୀ ମୋନାଲିସା ଓ ବିକ୍ରାନ୍ତଙ୍କ ବାହାଘର ବିଗବସ  ( ସିଜିନ ୧୦) ରେ ହେଇଥିଲା,  

ଯାହା ଏ ପର୍ଯ୍ୟନ୍ତ ସୁରୁଖୁରୁରେ ଚାଲୁଅଛି । 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon