ଆଉ ରହିବନି ସ୍ମାର୍ଟଫୋନରେ ସିମକାର୍ଡ ସ୍ଲଟ ଓ ଫିଙ୍ଗର ପ୍ରିଣ୍ଟ ସ୍କାନର

Wednesday, October 3, 2018

(ବେତାର ବ୍ୟୁରୋ) ସ୍ମାର୍ଟଫୋନ କମ୍ପାନୀ ଗୁଡିକୁ ନିଜକୁ ଅନ୍ୟଠାରୁ ଭଲ ବୋଲି ପ୍ରମାଣିତ କରିବା ପାଇଁ ଓ ଲୋକପ୍ରିୟତା ବଢାଇବା ପାଇଁ ନୂଆ ନୂଆ ମଡେଲର ସ୍ମାର୍ଟଫୋନ ଲଞ୍ଚ କରୁଛନ୍ତି। ଏହି ଲଞ୍ଚ କରାଯାଉଥିବା ସ୍ମାର୍ଟଫୋନ ଗୁଡିକରେ ନୂଆ ଡିଜାଇନ ସହିତ ନୂଆ ଫିଚର ମଧ୍ୟ ଦେଖିବାକୁ ମିଳୁଛି। ଏହାଦ୍ୱାରା ସେମାନେ ଗ୍ରାହକ ମାନଙ୍କୁ ନିଜ ଆଡକୁ ଆକର୍ଷିତ କରିବା ସହିତ ଟେକ୍ନୋଲୋଜି ଏବଂ ସ୍ମାର୍ଟଫୋନ ବଜାରରେ ନିଜର ସ୍ଥିତିକୁ ମଜଭୁତ କରିବାକୁ ପ୍ରୟାସ କରୁଛନ୍ତି।

 

ତେବେ ଅନେକ ସ୍ମାର୍ଟଫୋନ କମ୍ପାନୀ ନିଜ ଫୋନରୁ କେତେକ ଗୁରୁତ୍ୱପୂର୍ଣ୍ଣ ଫିଚର ମଧ୍ୟ ହଟାଇ ଦେଉଛନ୍ତି। ତେବେ ଜାଣିରଖନ୍ତୁ ଏପରି କିଛି ଫିଚର ବିଷୟରେ ଯାହା ସ୍ମାର୍ଟଫୋନରେ ଆଉ ରହିନପାରେ।

 

୧.ଫିଙ୍ଗର ପ୍ରିଣ୍ଟ ସ୍କାନର: ଆପଲର ନୂଆ ଆଇଫୋନ୍ସ ଯଥା aiphone XS, XS Max ଓ XRରେ ଫିଙ୍ଗର ପ୍ରିଣ୍ଟ ସ୍କାନର ବଦଳରେ face id ସେକ୍ୟୁରିଟି  ଫିଚର ସାମିଲ କରାଯାଇଛି। ଭିଭୋ ଏବଂ ଓପୋ କମ୍ପାନୀ ଗୁଡିକ ନିଜ ଫୋନ ଗୁଡିକରେ ମଧ୍ୟ ଡ଼ିସପ୍ଲେ ଫିଙ୍ଗର ପ୍ରିଣ୍ଟ ସ୍କାନର ଫିଚର ଯୋଡିଛନ୍ତି। ଆଶା କରାଯାଉଛି ଯେ oneplus 6T ଓ Samsung s10 ପରି ସ୍ମାର୍ଟଫୋନରେ ଏହି ଫିଚର ରହିବ ନାହିଁ।

୨.ହେଡଫୋନ ଜ୍ୟାକ: ଏହି ଫିଚରଟି ପ୍ରଥମରୁ ଅନେକ ସ୍ମାର୍ଟଫୋନରୁ ହଟାଇ ଦିଆଯାଇଛି। ବର୍ତ୍ତମାନ ଅନେକ ଟପ ସ୍ମାର୍ଟଫୋନ କମ୍ପାନୀ ଓ oneplus 6T ରେ ମଧ୍ୟ ଏହି ଫିଚରକୁ ହଟାଇ ଦିଆଯିବ।କାରଣ ସମସ୍ତେ ଏବେ ବ୍ଲୁ ଟୁଥ ହେଡଫୋନ ମାଧ୍ୟମରେ ଗୀତ ଶୁଣିବାକୁ ପସନ୍ଦ କରୁଛନ୍ତି।

 

୩.ସିମକାର୍ଡ ସ୍ଲଟ: ଚଳିତ ବର୍ଷ ଲଞ୍ଚ ହୋଇଥିବା ଆଇଫୋନ୍ସରେ apple କମ୍ପାନୀ ତରଫରୁ eSIM ଜରିଆରେ ଡୁଆଲ ସିମର ଫିଚର ଦିଆଯାଇଛି। ଏହାପରେ ଅନୁମାନ କରାଯାଉଛି ଯେ ଆଣ୍ଡ୍ରଏଡ ସ୍ମାର୍ଟଫୋନ ବ୍ରାଣ୍ଡ ଗୁଡିକ ମଧ୍ୟ eSIM (ଅନଲାଇନ ସିମ କାର୍ଡ) ର ଫିଚରକୁ ଆପଣେଇବେ।ବର୍ତ୍ତମାନ ଭାରତରେ କେବଳ ରିଲାଏନ୍ସ ଜିଓ ଓ ଏୟାରଟେଲରେ ହିଁ eSIM ସପୋର୍ଟ ନେଉଛି, ହୁଏତ ଆଗକୁ ଅନ୍ୟ ଟେଲିକମ କମ୍ପାନୀ ଗୁଡିକ ଫିଜିକାଲ ସିମ ବଦଳରେ eSIMର ସୁବିଧା ଯୋଗାଇ ପାରନ୍ତି।

୪.ମାଇକ୍ରୋ ଏସଡି କାର୍ଡ ସ୍ଲଟ : ଏହି ଏକ୍ସଟରନାଲ ମାଇକ୍ରୋ ଏସଡି କାର୍ଡ ଯୋଗୁଁ ସ୍ମାର୍ଟଫୋନ ପ୍ରଭାବିତ ହୋଇଥାଏ। ଯେହେତୁ ବର୍ତ୍ତମାନ ସ୍ମାର୍ଟଫୋନ ବ୍ରାଣ୍ଡ ଗୁଡିକ ୫୧୨ଜିବି ପର୍ଯ୍ୟନ୍ତ ଷ୍ଟୋରେଜ ଦେଉଛନ୍ତି ତେଣୁ ଆଗକୁ ମାଇକ୍ରୋ ଏସଡି କାର୍ଡ ସ୍ଲାଟ ସଂପୂର୍ଣ୍ଣ ବନ୍ଦ ହୋଇପାରେ।

 

୫.ମୋବାଇଲ ଚାର୍ଜର: ବର୍ତ୍ତମାନ ସମୟରେ ଲୋକମାନଙ୍କ ମଧ୍ୟରେ ୱାୟାରଲେସ ଚାର୍ଜରର ଚାହିଦା ବଢିବାରେ ଲାଗିଛି। ସେଥିପାଇଁ ମୋବାଇଲ ଚାର୍ଜର ପିନ ବ୍ୟବସ୍ଥା ହଟିବ ବୋଲି ଆଶା କରାଯାଉଛି।

 

୬. ସ୍ପିକର: ଏବେ ସ୍ମାର୍ଟଫୋନର ଡ଼ିସପ୍ଲେକୁ ହିଁ ସ୍ପିକର ପରି ବ୍ୟବହାର କରାଯାଇ ପାରିବ। vivo nexରେ ଏହି ଫିଚର ରହିଛି। ଆଗକୁ ସ୍ମାର୍ଟଫୋନରେ ଆଉ ଅଲଗା ଭାବରେ ସ୍ପିକରର ଫିଚର ରହିବ ନାହିଁ।

 

୭. ସାଉଣ୍ଡ ବଢ଼ାଇବା/କମାଇବା ବଟନ: ସ୍ମାର୍ଟଫୋନ କମ୍ପାନୀ ଗୁଡିକ ନିଜ ଫୋନରେ ଖୁବ ଶୀଘ୍ର power/wake ବଟନ ଆଣିବାକୁ ଯାଉଛନ୍ତି, ଯାହା ଫଳରେ ଫିଜିକାଲ ଭଲ୍ୟୁମ ଫିଚର ମଧ୍ୟ ବନ୍ଦ ହୋଇଯିବ।

 

୮.ଫୋଲ୍ଡେବଲ ସ୍ମାର୍ଟଫୋନ ଲୋକପ୍ରିୟତା ହାସଲ କରିବ: ସ୍ମାର୍ଟଫୋନ କମ୍ପାନୀ ଯଥା ସାମସଙ୍ଗ, ଏଲଜି ଓ ଜିଓମି ଖୁବ ଶୀଘ୍ର ବଜାରରେ ଫୋଲ୍ଦେବଲ ସ୍ମାର୍ଟଫୋନ ଲଞ୍ଚ କରିବାକୁ ଯାଉଛନ୍ତି। ଅନୁମାନ କରାଯାଉଛି ଯେ ଏହି ଫୋନ ଲଞ୍ଚ ହେବା ପରେ ବର୍ତ୍ତମାନ ବ୍ୟବହାର ହେଉଥିବା ଆୟତାକାର ସ୍ମାର୍ଟଫୋନ ବନ୍ଦ ହୋଇପାରେ।

 

୯.ସିଙ୍ଗଲ ଲେନ୍ସ ରିୟର କ୍ୟାମେରା: ଆଜିକାଲି ଲଞ୍ଚ ହେଉଥିବା ସମସ୍ତ ସ୍ମାର୍ଟଫୋନରେ ଏକାଧିକ ଲେନ୍ସ କ୍ୟାମେରା ରହୁଛି। କିଛିଦିନ ପୂର୍ବରୁ ସାମସଙ୍ଗ ତରଫରୁ ଭାରତରେ ପ୍ରଥମ ଟ୍ରିପଲ ରିୟର କ୍ୟାମେରା ଲଞ୍ଚ କରାଯାଇଛି।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©2020 Betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon