ତୁଳା ରାଶିରେ ବୁଧ ପ୍ରବେଶ: କେଉଁ ରାଶିକୁ କ'ଣ

Saturday, October 6, 2018

 (ବି ଦ୍ର : ଗ୍ରହ ଚଳନର ଫଳାଫଳ କେବଳ ଜନ୍ମ ରାଶି ହିସାବରେ ଦିଆଯାଇଛି। ଆପଣଙ୍କ ଲଗ୍ନ ଓ ଦଶା ହିସାବରେ ଫଳାଫଳ ଅଧିକ ଶୁଭ କିମ୍ବା ଅଶୁଭ ହେଇପାରେ। ଏହାକୁ କେବଳ ଏକ ସଂକେତ ହିସାବରେ ଗ୍ରହଣ କରିବାକୁ ଅନୁରୋଧ)

 

(ବେତାର ବ୍ୟୁରୋ) ଭାରତୀୟ ଜ୍ୟୋତିଷ ଶାସ୍ତ୍ରରେ ବୁଧ ଗ୍ରହକୁ ମୁଖ୍ୟତଃ ବାଣୀ ଓ ବୁଦ୍ଧିର କାରକ କୁହାଯାଇଥାଏ। କୁଣ୍ଡଳୀରେ ବୁଧଗ୍ରହଙ୍କର ପ୍ରଭାବରେ ବ୍ୟକ୍ତି ବୁଦ୍ଧିମାନ ହୋଇଥାଏ ଓ ନିଜ କଥାବାର୍ତ୍ତା ଉପରେ ନିୟନ୍ତ୍ରଣ ରଖିଥାଏ। ବୁଧ ପ୍ରଧାନ ରାଶିର ଲୋକମାନେ ସଙ୍ଗୀତ ଉପରେ ଅଧିକ ରୁଚି ରଖିଥାଆନ୍ତି ଓ ନିଜ ମିଠା କଥାରେ ଅନ୍ୟଜଣଙ୍କର ମନ କିଣିନେଇଥାଆନ୍ତି।

 

ବାଣୀ, ବୁଦ୍ଧି ଓ ତର୍କଶକ୍ତିର କାରକ ବୁଧଗ୍ରହ ଅକ୍ଟୋବର 6 ତାରିଖ ଶନିବାର ଅପରାହ୍ନ 12.51ଘଣ୍ଟାରେ ତୁଳା ରାଶିରେ ପ୍ରବେଶ କରିବେ ଓ ଅକ୍ଟୋବର 26 ତାରିଖ ଶୁକ୍ରବାର ରାତି 8.55ଘଣ୍ଟା ପର୍ଯ୍ୟନ୍ତ ଏହି ରାଶିରେ ଅବସ୍ଥାନ କରିବେ। ତେବେ ବୁଧଗ୍ରହଙ୍କର ଏହି ଚଳନରେ ସମସ୍ତ ରାଶି ଉପରେ କଣ ପ୍ରଭାବ ପଡିବ ଜାଣିରଖନ୍ତୁ।

 

ମେଷ: ଶାରୀରିକ ଅସୁସ୍ଥତା ଦେଖାଦେବ। ଅଧିକ କାମ ଯୋଗୁଁ କ୍ଳାନ୍ତ ଅନୁଭବ କରିବେ। ଜୀବନସାଥୀଙ୍କ ସହ କୌଣସି କଥାକୁ ନେଇ ଝଗଡା ହୋଇପାରେ। ବନ୍ଧୁ ଓ ପରିଜନଙ୍କ ସହିତ ମଧ୍ୟ ଝଗଡା ହୋଇପାରେ। ଧନହାନୀ ହେବାର ସମ୍ଭାବନା ରହିଛି।

 

ବୃଷ: ଏହି ଗୋଚର ଆପଣଙ୍କ ପାଇଁ ଶୁଭଫଳ ପ୍ରଦାନ କରିବ। ବାଦ ବିବାଦ ପ୍ରତିଯୋଗୀତାରେ ସଫଳତା ଲାଭ କରିବେ। ଧାର୍ମିକ ଗ୍ରନ୍ଥ, ଉପନ୍ୟାସ ଓ ପତ୍ରିକା ପଢିବାକୁ ରୁଚି ରଖିବେ। ନୂଆ ସମ୍ପର୍କ ଗଢିବେ ଓ ସମାଜରେ ସମ୍ମାନ ବଢିବ। କର୍ମକ୍ଷେତ୍ରରେ କଠିନ ପରିଶ୍ରମର ସୁଫଳ ପାଇବେ।

 

ମିଥୁନ: ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ। କିଛି ନୂଆ କଥା ଶିଖିବା ପାଇଁ ଓ ନୂଆ କାମ କରିବା ପାଇଁ ରୁଚି ରଖିବେ। ଧାର୍ମିକ ଓ ଆଧ୍ୟାତ୍ମିକ କାର୍ଯ୍ୟ  ପ୍ରତି ମନ ବଳାଇବେ। ମାତାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ। ସନ୍ତାନଙ୍କ ସହ ଖୁସିର ମୂହୁର୍ତ୍ତ ବିତାଇବେ।

 

କର୍କଟ: ପରିବାରରେ ପରସ୍ପର ପ୍ରତି ପ୍ରେମ ବଢିବ ଓ ଶାନ୍ତିର ବାତାବରଣ ରହିବ। ଏହି ଗୋଚର ଆପଣଙ୍କୁ ଆର୍ଥିକ ଦ୍ରୁଷ୍ଟି କୋଣରୁ ସଫଳତା ପ୍ରଦାନ କରିବ। ସମାଜରେ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ ଉତ୍ତମ ସମ୍ପର୍କ ବଢିବ।

 

ସିଂହ: ଆପଣଙ୍କ କଥା କହିବା ଶୈଳୀରେ ପରିବର୍ତ୍ତନ ଆସିବ। ନିଜ କଥାରେ ଅନ୍ୟମାନଙ୍କୁ ପ୍ରଭାବିତ କରିପାରିବେ। ଭାଇ ଭଉଣୀଙ୍କ ସହ ମତଭେଦ ହୋଇପାରେ। ବ୍ୟାପାର ବାଣିଜ୍ୟରେ ସାବଧାନତା ଅବଲମ୍ବନ କରନ୍ତୁ କାରଣ ଧନହାନୀ ହେବାର ଆଶଙ୍କା ରହିଛି।

 

କନ୍ୟା: ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ। ନିଜ କଥାରେ ଲୋକମାନଙ୍କ ମନ କିଣିପାରିବେ। ବ୍ୟବସାୟରେ ମଧ୍ୟ ଲାଭ ପାଇବେ। ବନ୍ଧୁ ବାନ୍ଧବଙ୍କ ସହିତ ସାକ୍ଷାତ ହୋଇପାରେ। ଛାତ୍ରଛାତ୍ରୀମାନେ ପ୍ରତିଯୋଗୀତାମୂଳକ ପରୀକ୍ଷାରେ କଠିନ ପରିଶ୍ରମର ଫଳ ପାଇବେ।

 

ତୁଳା: ସ୍ୱାସ୍ଥ୍ୟରେ ଅବନତି ଦେଖା ଦେଇପାରେ। ସେଥିପାଇଁ ସ୍ୱାସ୍ଥ୍ୟପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। କାର୍ଯ୍ୟରେ ସଫଳତା ପାଇବେ କିନ୍ତୁ କିଛି ବାଧାବିଘ୍ନ ଆସିପାରେ। ଧନହାନୀ ହେବାର ସମ୍ଭାବନା ରହିଛି। ପାରିବାରିକ ଜୀବନ ଭଲରେ କାଟିବ ଓ ଆପଣ ଅଧିକ ଆନନ୍ଦିତ ରହିବେ।

ବିଛା: ବ୍ୟୟ ବୃଦ୍ଧି ପାଇବ। ଅନାବଶ୍ୟକ ଖର୍ଚ୍ଚ କରନ୍ତୁ ନାହିଁ। ବିଦେଶ ଯାତ୍ରା କରିବାର ସୁଯୋଗ ମିଳିପାରେ। ଏହି ସମୟରେ ଆପଣଙ୍କର ବିରୋଧୀ ଆପଣଙ୍କ ଉପରେ ଭାରି ପଡିବେ, ଏଥିପାଇଁ ସତର୍କ ରୁହନ୍ତୁ। କୌଣସି କାରଣରୁ ମାନସିକ ଦୁଃଶ୍ଚିନ୍ତା ବଢିବ।

 

ଧନୁ: ଧନଲାଭ ହେବ। ସମସ୍ତ କାର୍ଯ୍ୟ ଓ ଯୋଜନାରେ ସଫଳତା ପାଇବେ। ବନ୍ଧୁବାନ୍ଧବଙ୍କ ସହିତ ହସଖୁସିରେ ସମୟ କାଟିବେ। ସମାଜରେ ମାନସମ୍ମାନ ବଢିବ। ଦାନ, ଧର୍ମ ଓ ପରୋପକାର କାର୍ଯ୍ୟରେ ରୁଚି ରଖିବେ। ଭାଗୀଦାରୀ ବ୍ୟବସାୟରେ ଲାଭ ପାଇବେ।

 

ମକର: କର୍ମକ୍ଷେତ୍ରରେ ପଦୋନ୍ନତିର ସୁଯୋଗ ରହିଛି। ବ୍ୟାପାର ବାଣିଜ୍ୟରେ ମଧ୍ୟ ଲାଭବାନ ହେବେ। ଶତ୍ରୁଙ୍କ ଉପରେ ଆପଣ ଭାରି ରହିବେ ଓ ଜୟଲାଭ କରିବେ। ସାମାଜିକ କାର୍ଯ୍ୟ ପ୍ରତି ମନ ବଳାଇବେ। ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ।

 

କୁମ୍ଭ: ଏହି ଗୋଚର ଆପଣଙ୍କୁ  ଶୁଭଫଳ ପ୍ରଦାନ କରିବ ନାହିଁ। ସଂଘର୍ଷ କରିବାକୁ ପଡିବ। ସଫଳତା ପାଇବା ପାଇଁ କଠିନ ପରିଶ୍ରମ କରିବାକୁ ପଡିବ। ଧନହାନୀ ହେବାର ସମ୍ଭାବନା ରହିଛି। ଦୁରସ୍ଥାନକୁ ଯାତ୍ରା ସମୟରେ କିଛି ଅସୁବିଧାର ସାମ୍ନା କରିବାକୁ ପଡିପାରେ।

 

ମୀନ: ଧନଲାଭ ହେବାର ଆଶଙ୍କା ରହିଛି। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ସ୍ଵଚ୍ଛଳ ରହିବ। ପାରିବାରିକ ଜୀବନ ମଧ୍ୟ ଶାନ୍ତିପୂର୍ଣ୍ଣ ରହିବ, କିନ୍ତୁ ମାତାଙ୍କ ସ୍ୱାସ୍ଥ୍ୟରେ ଅବନତି ଘଟିପାରେ। ସମାଜରେ ମାନସମ୍ମାନ ବଢିବ।      

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon