ଘନଉଛି ଲଘୁଚାପ : ଜାଣନ୍ତୁ କେଉଁଠି ଲାଗି ରହିବ ବର୍ଷା

Monday, October 8, 2018

(ବେତାର ବ୍ୟୁରୋ) ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଅବପାତର ରୂପ ନେଇଛି। ଆସନ୍ତା 48 ଘଣ୍ଟା ମଧ୍ୟରେ ଏହା ବାତ୍ୟାର ରୂପ ନେଇପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ଅବପାତ ବର୍ତ୍ତମାନ ଗୋପାଳପୁର ଠାରୁ 720 କିମି ଦୂରରେ ରହିଛି। ତେବେ ଏହା ଓଡିଶା ଓ ଆନ୍ଧ୍ରପ୍ରଦେଶ ଆଡକୁ ଗତି କରୁଛି।

 

ଏହାର ପ୍ରଭାବରେ ଅକ୍ଟୋବର 9 ତାରିଖ ସନ୍ଧ୍ୟାରୁ ଓଡିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିବ। ସେହିଦିନ ପବନ ବେଗ ଘଣ୍ଟା ପ୍ରତି 45 ରୁ 50 କିମି ରହିବାର ସମ୍ଭାବନା ରହିଛି । ବିଶେଷ  କରି ପୁରୀ, ଗଞ୍ଜାମ, ଗଜପତି ଓ ସମ୍ବଲପୁରରେ ପ୍ରବଳ ବର୍ଷା ଲାଗିରହିବ। ଏହାପରେ ଅକ୍ଟୋବର 10 ଓ 11 ତାରିଖରେ ରାଜ୍ୟରେ ମୋଟ 11ଟି ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଯିବା ସହିତ ପବନର ବେଗ କ୍ରମଶଃ 70-80 କିମି/ଘଣ୍ଟାରୁ  ବଢି 90 କିମି/ଘଣ୍ଟା ହେଇଯିବ, ଯାହାକି ଧନଜୀବନ କ୍ଷତି କରେଇବାର ସମ୍ଭାବନା ସୃଷ୍ଟି କରିପାରେ

ଓ ଏ ନେଇ ଓଡିଶାର କର୍ତ୍ତୃପକ୍ଷ ସଜାଗ ରୁହନ୍ତୁ ବୋଲି ପାଣିପାଗ ବିଭାଗ ସୋମବାର ଦିନ ଏକ ପ୍ରେସ ବିବୃତିରେ କହିଛି । 

 

ପାଣିପାଗ ବିଭାଗର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, “କଟକ, କେନ୍ଦ୍ରାପଡା, ବୌଦ୍ଧ, ଭଦ୍ରକ, କନ୍ଧମାଳ,ଯାଜପୁର, ମୟୂରଭଞ୍ଜ ଓ ବାଲେଶ୍ଵରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାସହିତ ପବନର ବେଗ ମଧ୍ୟ ବଢିବ। ଅକ୍ଟୋବର 10 ତାରିଖରୁ ପବନର ବେଗ 70ରୁ 80କିମି ମଧ୍ୟରେ ରହିବ। ଆସନ୍ତା ଅକ୍ଟୋବର 13 ତାରିଖ ପର୍ଯ୍ୟନ୍ତ ଏହି ବର୍ଷା ଲାଗି ରହିବ ଓ ଏହାପରେ ମିଆଁମାର ଆଡକୁ ଗତି କରିବ।“

 

ତେବେ ବର୍ତ୍ତମାନ ଏହା ଗୋପାଳପୁର ଠାରୁ 720 କିମି ଦୂରରେ ରହିଛି ଓ ଏହି ଅବପାତ ଦୁର୍ବଳ ହେବାର କୌଣସି ସମ୍ଭାବନା ନାହିଁ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଓଡିଶା ଉପକୂଳରେ ଥିବା ଡପଲର

ରାଡ଼ାରର ବାତ୍ୟା ଚିହ୍ନଟ କ୍ଷମତା 500 କିମି ହେଇଥିବାରୁ ଏହି ଅବପାତ କେଉଁ ସମୟରେ ଓ କେଉଁ ସ୍ଥାନରେ ପହଞ୍ଚିବା ସେ କଥା ଠିକ ସେ ପାଣିପାଗ ବିଭାଗ ତରଫରୁ କୁହାଯାଇ ନାହିଁ । ତେବେ ମଙ୍ଗଳବାର ସୁଦ୍ଧା ସ୍ଥିତି ସ୍ପଷ୍ଟ ହେଇଯିବ ବୋଲି ପାଣିପାଗ ବିଭାଗ କହିଛି । 

 

ଏହାର ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ । ତେଣୁ ସମୁଦ୍ର ଭିତରକୁ ନଯିବାକୁ ମତ୍ସ୍ୟଜୀବିଙ୍କୁ ଆଞ୍ଚଳିକ ପାଣିପାଗ ବିଭାଗ ତରଫରୁ ସତର୍କ ସୂଚନା ଦିଆଯାଇଛି। ସମୁଦ୍ରକୁଳବର୍ତ୍ତୀ ଅଞ୍ଚଳର ଲୋକମାନଙ୍କୁ ସ୍ଥାନାନ୍ତରିତ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି।

 

ପୂଜାକୁ ନାହିଁ ବିପଦ

ପୂର୍ବରୁ ମଧ୍ୟ ପାର୍ବଣ ଋତୁରେ ଅନେକଥର ବାତ୍ୟା ହୋଇଛି। ‘ଫାଇଲିନ’ ଓ ‘ହୁଡହୁଡ’ ମଧ୍ୟ ଏହି ପାର୍ବଣ ଋତୁରେ ହୋଇଥିଲା। ଏହାଦ୍ୱାରା ପୂଜାର ରଙ୍ଗ ମଧ୍ୟ ଫିକା ପଡିଯାଏ। ଚଳିତ ବର୍ଷ ଅକ୍ଟୋବର 17 ତାରିଖରେ ଦଶହରାର ଅଷ୍ଟମୀ ପୂଜା ଆରମ୍ଭ ହେବ ଓ ଅକ୍ଟୋବର 19 ତାରିଖରେ ଦଶମୀ ପୂଜା ହେବ। ତେବେ ଏହି ଅବପାତର ପ୍ରଭାବ ଓଡିଶାରେ ଅକ୍ଟୋବର 13 ତାରିଖ ପର୍ଯ୍ୟନ୍ତ ରହୁଥିବାରୁ ଦଶହରା ଉପରେ କିଛି ବିପଦ ନାହିଁ ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି।

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon