ଯୌନ ଉତ୍ପୀଡନ ପ୍ରସଙ୍ଗରେ ସୋନମ-କଙ୍ଗନା ମୁହାଁମୁହିଁ

Monday, October 8, 2018

(ବେତାର ବ୍ୟୁରୋ) ବଲିଉଡ କୁଇନ କଙ୍ଗନା ରାଣାୱତ ‘କୁଇନ’ ଫିଲ୍ମର ନିର୍ଦ୍ଦେଶକ ବିକାଶ ବେହେଲଙ୍କ ଉପରେ ଯୌନ ଶୋଷଣର ଅଭିଯୋଗ ଲଗାଇଛନ୍ତି। କଙ୍ଗନାଙ୍କ ଏହି ପ୍ରତିକ୍ରିୟାରେ ସୋନମ କପୁର ନିଜର ମତ ଦେଇଥିଲେ। ତେବେ ସୋନାମଙ୍କ ମତ ଶୁଣିବା ପରେ କଙ୍ଗନା ତାଙ୍କୁ କଡା ଉତ୍ତର ଦେଇଛନ୍ତି।

 

କଙ୍ଗନା ରାଣାୱତ କିଛି ଦିନ ପୂର୍ବରୁ ଫିଲ୍ମ ନିର୍ଦ୍ଦେଶକ ବିକାଶ ବେହେଲଙ୍କ ଉପରେ ଆରୋପ ଲଗାଇଥିଲେ ଯେ, ବିକାଶ ତାଙ୍କ ଉପରେ କୁନଜର ପକାଇଥିଲେ। ‘ଫେଣ୍ଟମ ଫିଲ୍ମ’ର ଜଣେ ମହିଳା କର୍ମଚାରୀ ବିକାଶଙ୍କ ଉପରେ ଯୌନ ଶୋଷଣର ଆରୋପ ଲଗାଇବା ପରେ କଙ୍ଗନା ଉକ୍ତ ମହିଳାଙ୍କୁ ସମର୍ଥନ କରିଥିଲେ ଓ ସେ ନିଜେ ମଧ୍ୟ ବିକାଶଙ୍କ ଉପରେ #me too ମାଧ୍ୟମରେ ଏହି ଆରୋପ ଲଗାଇଥିଲେ।

କଙ୍ଗନା ଏହି ଆରୋପ ଲଗାଇବା ପରେ ସୋନାମ କପୁର ଏନେଇ ନିଜ ମତ ରଖିଥିଲେ। କଙ୍ଗନାଙ୍କ ଏହି କଥାକୁ ବିଶ୍ଵାସ କରିବା ବହୁତ କଷ୍ଟ ବୋଲି ସେ କହିଥିଲେ। ତେବେ ସୋନାମଙ୍କର ଏହି କଥାରେ କଙ୍ଗନା ପ୍ରତିକ୍ରିୟା ଦେଇଛନ୍ତି। କଙ୍ଗନା କହିଛନ୍ତି, “ ମୋ କଥାକୁ ବିଶ୍ଵାସ କରିବା କଷ୍ଟ ବୋଲି କହିବାର ମାନେ କଣ? ମୁଁ ଯେତେବେଳେ ମୋ ନିଜର #me too କାହାଣୀ ପୋଷ୍ଟ କରୁଛି, ସେତେବେଳେ ମୋ ବିଷୟରେ ମତାମତ  ଦେବାକୁ ସେ କିଏ? କାହାକୁ ବିଶ୍ଵାସ କରିବା ଓ ନକରିବା ପାଇଁ ସୋନାମ କପୁରଙ୍କ ପାଖରେ କଣ ଲାଇସେନ୍ସ ଅଛି। ତାଙ୍କୁ କଣ ଆପତ୍ତିଜନକ ଲାଗିଲା ଯେ ସେ ଏହାକୁ ବିଶ୍ଵାସ କରୁନାହାନ୍ତି।“

  

ପିତାଙ୍କ ନାମରେ ଖ୍ୟାତି ଅର୍ଜନ କରିନାହିଁ

ଏହାସହିତ କଙ୍ଗନା ଆହୁରି ମଧ୍ୟ କହିଛନ୍ତି, “ମୁଁ ଦେଶ ପାଇଁ ଅନେକ ଜାତୀୟ ଓ ଆନ୍ତର୍ଜାତୀୟ ସଭାସମିତିରେ ପ୍ରତିନିଧିତ୍ଵ କରିଛି। ଯୁବପିଢିଙ୍କ ପାଇଁ ମୁଁ ଏକ ଆଦର୍ଶ। ମୁଁ ସେମିତି ଲୋକ ନୁହେଁ ଯେଉଁମାନେ ପିତାଙ୍କ ନାମକୁ ନେଇ ଲୋକପ୍ରିୟତା ହାସଲ କରିଥାଆନ୍ତି। ବର୍ଷ ବର୍ଷ ଧରି କଠିନ ପରିଶ୍ରମ କରିବା ପରେ ମତେ ଏହି ସଫଳତା ମିଳିଛି। ସୋନମ ଭଲ ଭାବରେ ଅଭିନୟ କରିବା ଶିଖି ନାହାନ୍ତି ଓ କଥା କହିବା ମଧ୍ୟ ଜାଣିନାହାନ୍ତି। ମୋ କୌଣସି କଥାରେ ଆପତ୍ତି ଦେଖାଉଥିବା ଲୋକଙ୍କୁ ମୁଁ ଛାଡିବିନି।“

 

ଅଭିନେତ୍ରୀ ତନୁଶ୍ରୀ ଦତ୍ତ ନାନା ପାଟେକରଙ୍କ ଉପରେ ଯୌନ ଶୋଷଣର ଆରୋପ ଲଗାଇବା ପରେ ଭାରତରେ ଏହି me too ଅଭିଯାନ ଆରମ୍ଭ ହୋଇଛି। ଏହି ଅଭିଯାନରେ କଙ୍ଗନା ବିକାଶ ବେହେଲଙ୍କ ଦ୍ଵାରା ଯୌନ ଶୋଷଣର ଶିକାର ହୋଇଥିବା ମହିଳାଙ୍କୁ ସମର୍ଥନ କରିଥିଲେ ଓ ବିକାଶଙ୍କ ସହିତ ନିଜର ଅନୁଭୂତିକୁ ମଧ୍ୟ ପ୍ରକାଶ କରିଥିଲେ। ସେ କହିଥିଲେ , “ ଯେତେବେଳେ  ଆମେ ଦୁଇଜଣ ଦେଖାହେଉଥିଲୁ ବିକାଶ ମତେ ଜୋରେ ଆଲିଙ୍ଗନ କରୁଥିଲେ ଓ କେଶକୁ ଶୁଙ୍ଘୁଥିଲେ। ତାଙ୍କୁ ହଟେଇବା ପାଇଁ ମତେ ବହୁତ କଷ୍ଟ କରିବାକୁ ପଡୁଥିଲା।“

 

ତେବେ କଙ୍ଗନାଙ୍କ ଏହି ଅଭିଯୋଗ ପଢିବା ପରେ କିଛି ଟ୍ଵିଟର ବ୍ୟବହାରକାରୀ କହିଛନ୍ତି ଯେ, କଙ୍ଗନା ନିଜର ଆଗାମୀ ଫିଲ୍ମର ପ୍ରମୋସନ ପାଇଁ ଏପରି କରୁଛନ୍ତି।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon