ସାପ୍ତାହିକ ରାଶିଫଳ: ଜାଣନ୍ତୁ କେଉଁ ରାଶିକୁ ମିଳିବ ଏ ସପ୍ତାହରେ ଶୁଭ ଖବର

Monday, October 8, 2018

 (ବି ଦ୍ର : ରାଶିଫଳ କେବଳ ଜନ୍ମ ରାଶି ହିସାବରେ ଦିଆଯାଇଛି। ଆପଣଙ୍କ ଲଗ୍ନ ଓ ଦଶା ହିସାବରେ ଫଳାଫଳ ଅଧିକ ଶୁଭ କିମ୍ବା ଅଶୁଭ ହେଇପାରେ। ଏହାକୁ କେବଳ ଏକ ସଂକେତ ହିସାବରେ ଗ୍ରହଣ କରିବାକୁ ଅନୁରୋଧ)

 

(ବେତାର ବ୍ୟୁରୋ) 

ମେଷ: ଏହି ସପ୍ତାହରେ କିଛି ସମସ୍ୟାର ସମ୍ମୁଖୀନ ହେବେ। ନିଜ ଧୈର୍ଯ୍ୟ ଓ ଚେଷ୍ଟା ବଳରେ ଏହାକୁ ଦୂରେଇ ପାରିବେ। ନିଜକୁ ଶ୍ରେଷ୍ଠ ବୋଲି ପ୍ରମାଣିତ କରିବା ପାଇଁ ଏହା ଉଚିତ ସମୟ ଅଟେ। କର୍ମକ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ ଓ ପ୍ରଶଂସିତ ହେବେ। ବୁଝାମଣା ଅଭାବରୁ ପରିବାର ମଧ୍ୟରେ ମତଭେଦ ସୃଷ୍ଟି ହୋଇପାରେ।

 

ବୃଷ: ନିଜର ଲକ୍ଷ୍ୟ ହାସଲ କରିବା ପାଇଁ କଠିନ ପରିଶ୍ରମ କରିବାକୁ ପଡିବ। ମାଲିମକୋଦ୍ଦମା କେସରେ ବିଜୟୀ ହେବେ। ବିଦେଶ ଯାତ୍ରା କରିବାର ସୁଯୋଗ ରହିଛି। ପିତାଙ୍କ ସ୍ୱାସ୍ଥ୍ୟରେ ଅବନତି ଦେଖାଦେଇପାରେ। କର୍ମକ୍ଷେତ୍ରରେ ସମସ୍ତ ବାଧାବିଘ୍ନକୁ ଅତିକ୍ରମ କରି ଆଗକୁ ବଢିବେ।

 

ମିଥୁନ: ଶୁଭଖବର ପାଇବେ। କର୍ମକ୍ଷେତ୍ରରେ ସଫଳତା ପାଇବେ। ଆୟରେ ବୃଦ୍ଧି ଘଟିବ ଓ ସମାଜରେ ମାନସମ୍ମାନ ବଢିବ। ପରିବାର ମଧ୍ୟରେ ସାମାନ୍ୟ ବିଶୃଙ୍ଖଳା ଦେଖାଦେବ। ନିଜର ମତାମତ ପରିବାର ସଦସ୍ୟଙ୍କ ଉପରେ ଲଦିବାକୁ ଚେଷ୍ଟା କରନ୍ତୁ ନାହିଁ।

 

କର୍କଟ: ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ। ପରିବାର ସଦସ୍ୟ ଖୁସିରେ ସମୟ ବିତାଇବେ। କଠିନ ପରିଶ୍ରମ ଦ୍ଵାରା ନିଜ ଲକ୍ଷ୍ୟକୁ ହାସଲ କରିପାରିବେ। ପ୍ରତିଯୋଗୀତା ମୂଳକ ପରୀକ୍ଷାରେ ସଫଳତା ପାଇବେ। କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ। କର୍ମକ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ ଓ ପଦୋନ୍ନତି ହେବ।

 

ସିଂହ: ସପ୍ତାହଟି ବହୁତ ଭଲରେ କଟିବ। କଥାକହିବାର ଶୈଳୀରେ ପରିବର୍ତ୍ତନ ଦେଖାଦେବ। ଲୋକମାନେ ଆପଣଙ୍କ କଥାରେ ପ୍ରଭାବିତ ହେବେ। ଶତ୍ରୁଙ୍କୁ ଜୟ କରିବେ। ଛାତ୍ରଛାତ୍ରୀମାନେ ପ୍ରତିଯୋଗୀତା ମୂଳକ ପରୀକ୍ଷାରେ ସଫଳତା ପାଇବେ।

 

କନ୍ୟା: ଏହି ସପ୍ତାହରେ ଆପଣ ଅନେକ ଶୁଭଖବର ପାଇବେ। ଘର ମଧ୍ୟରେ କୌଣସି ଶୁଭକାର୍ଯ୍ୟ ଅନୁଷ୍ଠିତ ହୋଇପାରେ। ପରିବାର ମଧ୍ୟକୁ କେହି ନୂଆ ସଦସ୍ୟ ଆସିପାରନ୍ତି। ଆପଣଙ୍କ କଥାକହିବା ଶୈଳୀ ଯୋଗୁଁ ଲୋକମାନେ ଆପଣଙ୍କ ପ୍ରତି ଆକର୍ଷିତ ହେବେ।

 

ତୁଳା: ସପ୍ତାହରେ ଆପଣ ବହୁତ ଖୁସି ରହିବେ ଓ ସମସ୍ତ କାର୍ଯ୍ୟକୁ ଆନ୍ତରିକତାର ସହ କରିବେ। କଠିନ ପରିଶ୍ରମ ଯୋଗୁଁ ନିଜର ଲକ୍ଷ୍ୟ ହାସଲ କରିବାରେ ସଫଳ ହେବେ। ଭବିଷ୍ୟତ ପାଇଁ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବେ।

 

ବିଛା: ଅର୍ଥନୈତିକ ମାମଲାରେ ଅଧିକ ସାବଧାନତା ଅବଲମ୍ବନ କରିବାକୁ ପଡିବ। ଆୟ ସହିତ ବ୍ୟୟ ମଧ୍ୟ ବୃଦ୍ଧି

ପାଇବ। ଅଯଥା ଖର୍ଚ୍ଚ କରନ୍ତୁ ନାହିଁ। କର୍ମକ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ। ସହକର୍ମୀମାନେ ଆପଣଙ୍କ ବିରୁଦ୍ଧରେ ଷଡଯନ୍ତ୍ର କରିପାରନ୍ତି, ସାବଧାନ ରୁହନ୍ତୁ।

 

ଧନୁ: ନିଜର କଠିନ ପରିଶ୍ରମ ପାଇଁ କର୍ମକ୍ଷେତ୍ରରେ ସଫଳତା ପାଇବେ। ଆର୍ଥିକ ସ୍ଥିତି ସ୍ଵଚ୍ଛଳ ରହିବ। ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ। ଆପଣଙ୍କ କଥାବାର୍ତ୍ତା ଯୋଗୁଁ କାହା ସହିତ ଝଗଡା ହୋଇପାରେ। ସେଥିପାଇଁ କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ ଓ କାହାକୁ କିଛି କହିବା ଆଗରୁ ଦୁଇଥର ଭାବନ୍ତୁ।

 

ମକର: ଏହି ସପ୍ତାହଟି ଆପଣଙ୍କ କ୍ୟାରିୟରରେ ଉନ୍ନତି ପାଇଁ ଉପଯୁକ୍ତ ସମୟ ଅଟେ। କର୍ମକ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ ଓ ପଦୋନ୍ନତି ହେବ। ଆର୍ଥିକ ଉନ୍ନତି ହେବ। ଉଚ୍ଚପଦସ୍ଥ ଅଧିକାରୀଙ୍କ ସହିତ ସୁସମ୍ପର୍କ ରଖନ୍ତୁ।

 

କୁମ୍ଭ: କୌଣସି ଧାର୍ମିକ ସ୍ଥାନକୁ ଯାତ୍ରା କରିପାରନ୍ତି। ଏହି ଯାତ୍ରା ଆପଣଙ୍କ ପାଇଁ ଭବିଷ୍ୟତରେ ଶୁଭ ଫଳ ପ୍ରଦାନ କରିବ। ସ୍ୱାସ୍ଥ୍ୟରେ ଅବନତି ଦେଖାଦେଇପାରେ। ଏଥିପାଇଁ ନିଜ ସ୍ୱାସ୍ଥ୍ୟପ୍ରତି ଯତ୍ନବାନ ରୁହନ୍ତୁ। ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ।  

 

ମୀନ: ଧାର୍ମିକ ମନୋଭାବ ଜାଗ୍ରତ ହେବ। ସାମାଜିକ କାର୍ଯ୍ୟରେ ଅଧିକ ସମ୍ପୃକ୍ତ ରହିବେ ଓ ସମାଜରେ ମାନସମ୍ମାନ ବଢିବ। କର୍ମକ୍ଷେତ୍ରରେ ବ୍ୟସ୍ତତା ଯୋଗୁଁ ପରିବାର ସହିତ କମ ସମୟ ବିତାଇବେ। ତେଲ ଓ ମସଲାଯୁକ୍ତ ଖାଦ୍ୟ କମ ଖାଆନ୍ତୁ। ଯାନବାହାନ ଚଳାଚଳ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon