ସହଜ ହେଲା CBSE ପିଲାଙ୍କ ଦଶମ ପରୀକ୍ଷା ପାସ ପଦ୍ଧତି

Saturday, October 13, 2018

(ବେତାର ବ୍ୟୁରୋ) ସିବିଏସଇରେ ଦଶମ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ପାସ କରିବାର ପଦ୍ଧତିରେ ପରିବର୍ତ୍ତନ କରାଯାଇଛି। ଏବେଠୁ ପରୀକ୍ଷାରେ ପାସ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କର ଇଣ୍ଟରନାଲ ପରୀକ୍ଷା ଓ ବୋର୍ଡ ପରୀକ୍ଷାର ମାର୍କକୁ ଭିନ୍ନ ଭିନ୍ନ ଭାବରେ ହିସାବକୁ ନିଆଯିବ ନାହିଁ। ଉଭୟ ପରୀକ୍ଷାରେ ମୋଟ 33% ମାର୍କ ରଖିଲେ ଛାତ୍ରଛାତ୍ରୀ ମାନେ ପରୀକ୍ଷାରେ ପାସ ହୋଇପାରିବେ।

 

ଯେଉଁ ଛାତ୍ରଛାତ୍ରୀମାନେ 2018 ମସିହାରେ ସିବିଏସଇର ଦଶମ ପରୀକ୍ଷା ଦେଇଥିଲେ ସେମାନଙ୍କ ପାଇଁ ମଧ୍ୟ ଇଣ୍ଟରନାଲ ଓ ବୋର୍ଡ ପରୀକ୍ଷା ପାସ କରିବା ପାଇଁ ଏହି ନିୟମ ଲାଗୁ କରଯାଇଥିଲା। ତେବେ 2019 ମସିହା ପରଠାରୁ ସମସ୍ତ ଶିକ୍ଷାବର୍ଷରେ ଏହି ପାସ ପଦ୍ଧତିକୁ ଲାଗୁ କରାଯିବା ପାଇଁ ସେଣ୍ଟ୍ରାଲ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେଶନ (C B S E) ତରଫରୁ ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ଅନୁଯାୟୀ ଯେଉଁ ଛାତ୍ରଛାତ୍ରୀ ଇଣ୍ଟରନାଲ ଓ ବୋର୍ଡ ପରୀକ୍ଷାରେ ମୋଟ 33% ମାର୍କ ରଖିବେ ସେମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ କରିପାରିବେ।

 

ପୂର୍ବରୁ ଚାଲି ଆସୁଥିବା ନିୟମ ଅନୁଯାୟୀ ସିବିଏସଇ ଦଶମ ଶ୍ରେଣୀରେ ଛାତ୍ରଛାତ୍ରୀ ମାନଙ୍କୁ ପାସ କରିବା ପାଇଁ ଉଭୟ ଇଣ୍ଟରନାଲ ଓ ବୋର୍ଡ ପରୀକ୍ଷା’ରେ ଭିନ୍ନ ଭିନ୍ନ ଭାବରେ 33%  ମାର୍କ ରାଖିବାକୁ ପଡୁଥିଲା।ଅର୍ଥାତ ଉଭୟ ପରୀକ୍ଷାରେ ପାସ କରିଲେ ହିଁ ଜଣେ ଛାତ୍ର ବା ଛାତ୍ରୀ ଦଶମ ଶ୍ରେଣୀ ପରୀକ୍ଷା ପାସ କରିଛନ୍ତି ବୋଲି ଘୋଷଣା ହେଉଥିଲା।ଏପରିକି ଇଣ୍ଟରନାଲ ପରୀକ୍ଷାରେ ଅନୁପସ୍ଥିତ ରହିଲେ ଛାତ୍ରଛାତ୍ରୀଙ୍କୁ ଫେଲ ବୋଲି ଘୋଷଣା କରାଯାଉଥିଲା।

 

ନୂଆ ପରୀକ୍ଷା ନିୟମ ନେଇ ସିବିଏସଇ ତରଫରୁ ଜାରି କରାଯାଇଥିବା ଏକ  ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି, “ଯଦି କୌଣସି ପରୀକ୍ଷାର୍ଥୀ ପ୍ରାକ୍ଟିକାଲ,ଇଣ୍ଟରନାଲ କିମ୍ବା ଅନ୍ୟ କୌଣସି ପରୀକ୍ଷାରେ ଅନୁପସ୍ଥିତ ରୁହନ୍ତି ତେବେ ଉକ୍ତ ପରୀକ୍ଷାରେ ପରୀକ୍ଷାର୍ଥୀଙ୍କ ମାର୍କ ଶୂନ୍ୟ (୦) ବୋଲି ବିବେଚନା କରାଯିବ ଓ ସେହି ଅନୁସାରେ ମୋଟ ମାର୍କ ଗଣନା କରାଯିବ। ବର୍ତ୍ତମାନ 2019 ମସିହା ଠାରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏହି ନିୟମରେ ପରିବର୍ତ୍ତନ କରାଯାଉଛି ଓ ପରୀକ୍ଷାରେ ପାସ କରିବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ଉଭୟ ପରୀକ୍ଷାରେ ମୋଟ 33% ମାର୍କ ରଖିବାକୁ ପଡିବ।“

 

ସିବିଏସଇ ତରଫରୁ ଉଭୟ ଦଶମ ଶ୍ରେଣୀ ଓ ଦ୍ଵାଦଶ ଶ୍ରେଣୀର ବୋର୍ଡ ପରୀକ୍ଷା ପରିଚାଳନା କରାଯାଉଛି। ଏହାସହିତ ବୋର୍ଡ ତରଫରୁ ନିଷ୍ପତ୍ତି ନିଆଯାଇଛି ଯେ,ସମସ୍ତ ଧନ୍ଦାମୂଳକ ବିଷୟ ଗୁଡିକ ଫେବୃଆରୀ ମାସର ଶେଷ ଭାଗକୁ ପରୀକ୍ଷା କରାଯିବ। ଏହାସହିତ ଯେଉଁ ବିଷୟ ଗୁଡିକରେ  ଛାତ୍ରଛାତ୍ରୀ ମାନଙ୍କ ସଂଖ୍ୟା କମ ରହିଛି ସେହି ବିଷୟ ଗୁଡିକର ମଧ୍ୟ ଉକ୍ତ ସମୟରେ ପରୀକ୍ଷା କରାଯିବ। ମୁଖ୍ୟ ବିଷୟ ଗୁଡିକର ପରୀକ୍ଷା ମାର୍ଚ ମାସରେ କରାଯିବ।

 

ସେଣ୍ଟ୍ରାଲ ବୋର୍ଡ ଅଫ ଏଜୁକେଶନ ତରଫରୁ ଦଶମ ଓ ଦ୍ଵାଦଶ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କ ପାଇଁ ମୋଟ 240ଟି ବିଷୟ ଯୋଗାଇ ଦିଆଯାଉଛି। ଦ୍ଵାଦଶ ଶ୍ରେଣୀରେ ଭାଷା ବିଷୟ ଗୁଡିକୁ ବାଧ୍ୟତାମୂଳକ ରଖାଯାଇଥିବା ବେଳେ, ଦଶମ ଶ୍ରେଣୀରେ ଭାଷା, ଗଣିତ, ବିଜ୍ଞାନ ଓ ସାମାଜିକ ବିଜ୍ଞାନକୁ ବାଧ୍ୟତାମୂଳକ ରଖାଯାଇଛି।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon