ପଢନ୍ତୁ:କେଶରୁ ରୁପି ଦୂର କରିବା ପାଇଁ ଚିନିର ବ୍ୟବହାର

Tuesday, October 16, 2018

(ବେତାର ବ୍ୟୁରୋ) କେଶରେ ରୁପି ସମସ୍ୟା ପ୍ରାୟ ସମସ୍ତଙ୍କ ପାଖରେ ଦେଖାଯାଇଥାଏ। କପାଳରେ ଥିବା  ମୃତ କୋଷ କାରଣରୁ କେଶମୂଳରେ ରୁପି ସମସ୍ୟା ଦେଖାଯାଇଥାଏ। ରୁପି ହେବା ପରେ କେଶମୂଳରେ ଅନ୍ୟ ସମସ୍ୟା ଯଥା କେଶମୂଳ କୁଣ୍ଡାଇ ହେବା ଓ ରକ୍ତ ମଧ୍ୟ ବାହାରିଥାଏ। ଏଥିପାଇଁ ସାମାନ୍ୟ ଦେଖାଯାଉଥିବା ଏହି ସମସ୍ୟା ଅଧିକ ବଡ ରୂପ ନେଇଥାଏ। ତେଣୁ କେଶରେ ରୁପି ଆରମ୍ଭ ହେବାପରେ ସମୟ ଥାଉ ଥାଉ ଏହାର ଉପଚାର କରିବା ଉଚିତ।

 

ରୁପି ଦୂର କରିବା ପାଇଁ ଅନେକ ପ୍ରକାର ପ୍ରଡ଼କ୍ଟ ବ୍ୟବହାର କରିଥାଉ। କିନ୍ତୁ କୌଣସି ଉପଶମ ମିଳିନଥାଏ। କିଛିଦିନ ରୁପି କମିବା ପରେ ପୁଣି ଏହା କେଶମୂଳରେ ଦେଖାଦେଇଥାଏ। ତେବେ ରୁପିକୁ ସଂପୂର୍ଣ୍ଣ ଭାବରେ ଦୂର କରିବା ପାଇଁ ଖାଇବାରେ ବ୍ୟବହାର ହେଉଥିବା ଚିନି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ। ତେବେ ଜାଣିରଖନ୍ତୁ ଏହି ଚିନିକୁ କିପରି ଭାବରେ ବ୍ୟବହାର କରିବା ଦ୍ଵାରା ଆପଣଙ୍କ କେଶରୁ ରୁପିକୁ ଦୂରହେବ।

 

୧. ଚିନିରେ ତିଆରି  ସ୍କ୍ରବ: ଆପଣ ଏହି ସ୍କ୍ରବକୁ କେଶମୂଳରୁ ବାହାରୁଥିବା ଅତ୍ୟଧିକ ତେଲକୁ ଦୂର କରିବା ପାଇଁ ବ୍ୟବହାର କରିପାରିବେ। ଏଥିପାଇଁ ଚିନିରେ ଅଳ୍ପ ଅଲିଭ ଅଏଲ ଓ ଅଳ୍ପ ଲୁଣ ମିଶାନ୍ତୁ। ଏହାକୁ ଆଙ୍ଗୁଠିରେ ନେଇ କେଶମୂଳରେ ଧୀରେ ଧୀରେ ଘଷନ୍ତୁ। ଏହାପରେ ଏହାକୁ ଏକ ଘଣ୍ଟା ପର୍ଯ୍ୟନ୍ତ ରଖନ୍ତୁ ଓ ପରେ ଏହାକୁ ଧୋଇଦିଅନ୍ତୁ। ଏହି ସ୍କ୍ରବକୁ ସପ୍ତାହକୁ ଥରେ ପ୍ରୟୋଗ କରନ୍ତୁ।

୨.ଚିନି ଓ ଏଲୋଭେରା: କେଶରୁ ରୁପି ଦୂର କରିବା ପାଇଁ ଏଲୋଭେରା ଅଧିକ ଉପଯୋଗୀ ହୋଇଥାଏ। ଅଳ୍ପ ଏଲୋଭେରା ଜେଲ ନେଇ ସେଥିରେ ଚିନିଗୁଣ୍ଡକୁ ମିଶାନ୍ତୁ। ଏହି ମିଶ୍ରଣକୁ ୩୦ମିନିଟ ପର୍ଯ୍ୟନ୍ତ କେଶରେ ଲଗାଇ ରଖନ୍ତୁ। ଏହାପରେ ଭଲ ଭାବରେ ଧୋଇଦିଅନ୍ତୁ। ଏହା ଆପଣଙ୍କ କେଶକୁ ବଢିବାରେ ମଧ୍ୟ ସାହାଯ୍ୟ କରିବ। ସପ୍ତାହକୁ ଦୁଇଥର ଏପରି କରନ୍ତୁ।

 

୩.ଚିନି ଓ ଶାମ୍ପୋ: ଶାମ୍ପୋ ସହିତ ଚିନିକୁ ମିଶାଇ ଲଗାଇ କେଶରୁ ରୁପି ଦୂର କରିପାରିବେ। ଏଥିପାଇଁ ଆପଣ ବ୍ୟବହାର କରୁଥିବା ଶାମ୍ପୋରେ ଚିନି ମିଶାନ୍ତୁ ଓ କେଶରେ ଲଗାଇ ଭଲ ଭାବରେ ଘଷନ୍ତୁ। ଏହାପରେ କେଶକୁ ଭଲଭାବରେ ଧୋଇ ଦିଅନ୍ତୁ। ସପ୍ତାହକୁ ଏପରି ଦୁଇଥର କରିବା ଦ୍ଵାରା ଫରକ ଜାଣିପାରିବେ।

 

୪.ବ୍ରାଉନ ସୁଗାର ଓ ଅଲିଭ ଅଏଲ: ଯଦି ଆପଣଙ୍କ କେଶରେ ବହୁ ସମୟ ଧରି ରୁପି ସମସ୍ୟା ଲାଗି ରହିଛି ଓ ଏହା ଦୂର ହେଉନାହିଁ ତେବେ ଆପଣ ଏହି ଉପାୟ ଆପଣେଇ ପାରିବେ। ଏଥିପାଇଁ ଅଳ୍ପ ଅଲିଭ ଅଏଲକୁ ଉଷୁମ କରନ୍ତୁ। ଏଥିରେ ବ୍ରାଉନ ସୁଗାର ମିଶାନ୍ତୁ ଓ ଥଣ୍ଡା ହେବା ପରେ ଏହାକୁ  କେଶମୂଳରେ ଲଗାନ୍ତୁ। ୩୦-୪୦ମିନିଟ ପର୍ଯ୍ୟନ୍ତ ଏହାକୁ କେଶରେ ଲଗାଇ ରଖିବା ପରେ ଏହାକୁ ଧୋଇଦିଅନ୍ତୁ।

୫.ଚିନି ଓ ସୁଗନ୍ଧିତ ତୈଳ(ଏସେନ୍ସିଆଲ ଅଏଲ) : ୨-୩ ଚାମଚ ଚିନି ସହିତ ରୋଜମେରି ଏସେନ୍ସିଆଲ ଅଏଲ ଓ ଲେମ୍ବୁ ଏସେନ୍ସିଆଲ ଅଏଲ ମିଶାଇ ଏକ ଫେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ କେଶରେ ୩୦ମିନିଟ ପର୍ଯ୍ୟନ୍ତ ଲଗାଇ ରଖନ୍ତୁ ଓ ପରେ ଧୋଇଦିଅନ୍ତୁ। ଏପରି କରିବା ଦ୍ଵାରା କେଶରୁ ରୁପି ସମସ୍ୟା ଦୂର ହୋଇପାରିବ। ଏହି ଏସେନ୍ସିଆଲ ଅଏଲ ଅନଲାଇନରେ ଉପଲବ୍ଧ ଅଟେ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon