ଚର୍ବି କମାଇବା ପାଇଁ ଉଷୁମ ପାଣି ଓ ଗୋଲମରିଚ ଖାଆନ୍ତୁ

Sunday, October 21, 2018

(ବେତାର ବ୍ୟୁରୋ) କିଛି ଲୋକଙ୍କୁ କମ କାମ କରି ମଧ୍ୟ ଖୁବ ଶୀଘ୍ର କ୍ଳାନ୍ତ ଅନୁଭବ କରିଥାଆନ୍ତି। କିଛି ଲୋକଙ୍କର ସମୟ ସହିତ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ କମ ହୋଇଥାଏ। ଏପରି ହେବା ଦ୍ଵାରା ବ୍ୟକ୍ତି ଖୁବ ଶୀଘ୍ର କ୍ଳାନ୍ତ ହୋଇଯାଇଥାନ୍ତି। ଯଦି ଆପଣଙ୍କ ସହିତ ବାରମ୍ବାର ଏପରି ହେଉଥାଏ, ତେବେ ରୋଷେଇ ଘରେ ମିଳୁଥିବା ଏକ ଛୋଟ ମସଲା ଗୋଲମରିଚ ଆପଣଙ୍କ ଏହି ସମସ୍ୟାକୁ ଦୂର କରିପାରିବ। ଅଳ୍ପ ଗରମ ବା ଉଷୁମ ପାଣି ସହିତ ଗୋଲମରିଚ ଖାଇବା ଦ୍ଵାରା ଆପଣଙ୍କର ରୋଗପ୍ରତିରୋଧକ ଶକ୍ତି ବଢିବ ଓ ଏହାସହିତ ଯଦି ଆପଣ କୌଣସି ରୋଗରେ ଆକ୍ରାନ୍ତ ହୋଇ ଦିନକୁ ଦିନ ଦୁର୍ବଳ ହୋଇଯାଉଛନ୍ତି ତେବେ ଏହା ଆପଣଙ୍କର ଦୈନନ୍ଦିନ ସାମର୍ଥ୍ୟ ବଢାଇବାରେ ସାହାଯ୍ୟ କରିବ।

 

ଗୋଲମରିଚରେ ଭରପୁର ମାତ୍ରାରେ ମାଗ୍ନେସିୟମ, କପର, ମାଙ୍ଗାନିଜ, କ୍ୟାଲସିୟମ, ଫସଫରସ, ଆଇରନ, ପୋଟାସିୟମ ସହିତ ଭିଟାମିନ-କେ, ଭିଟାମିନ-ସି ଓ ଭିଟାମିନ-ବି6 ରହିଥାଏ। ତେବେ ଜାଣିରଖନ୍ତୁ ଉଷୁମ ପାଣି ସହିତ ଗୋଲମରିଚ ଖାଇଲେ କଣ ଫାଇଦା ମିଳିଥାଏ।

 

୧.ନିଶାଦ୍ରବ୍ୟ ଖାଇବାରୁ ମୁକ୍ତି ମିଳିଥାଏ: ଯଦି କେହି ନିଶାଦ୍ରବ୍ୟ ସେବନ କରୁଥାଆନ୍ତି ଓ ଏହି ଖରାପ ଅଭ୍ୟାସକୁ ଛାଡି ପାରୁନାହାନ୍ତି ତେବେ ନିୟମିତ ଭାବରେ ଉଷୁମ ପାଣି ସହିତ ଗୋଲମରିଚ ମିଶାଇ ଖାଇବାକୁ ଦିଅନ୍ତୁ। ଏହାଦ୍ୱାରା ଏହି ଖରାପ ଅଭ୍ୟାସ ଦୂର ହୋଇଯିବ।

 

୨.ଡିହାଇଡ୍ରେସନ: ଯଦି ଆପଣଙ୍କୁ ଡିହାଇଡ୍ରେସନର ସମସ୍ୟା ରହିଛି ତେବେ ପ୍ରତିଦିନ ଉଷୁମ ପାଣି ସହିତ ଗୋଲମରିଚ ମିଶାଇ ଖାଆନ୍ତୁ। ଏହାଦ୍ୱାରା ଆପଣଙ୍କ ଶରୀରରେ ପାଣିର ଅଭାବ ରହିବ ନାହିଁ ଓ କ୍ଳାନ୍ତ ମଧ୍ୟ ଅନୁଭବ କରିବେ  ନାହିଁ। ଏହାସହିତ ଆପଣଙ୍କ ତ୍ଵଚା ଶୁଷ୍କ ଦେଖାଯିବ ନାହିଁ।

 

୩.ଏନିମିଆ (ରକ୍ତହୀନତା) ଦୂର ହୋଇଥାଏ: ଉଷୁମ ପାଣି ସହିତ ଗୋଲମରିଚ ମିଶାଇ ଖାଇଲେ ଶରୀରରୁ ଆଇରନର ଅଭାବ ଦୂର ହୋଇଥାଏ, ଏହାସହିତ ଏନିମିଆର ସମସ୍ୟା ମଧ୍ୟ ଦୂର ହୋଇଥାଏ।

 

୪.ରୋଗ ପ୍ରତିରୋଧକ ଶକ୍ତି  ବଢିଥାଏ: ଗୋଲମରିଚରେ ପର୍ଯ୍ୟାପ୍ତ ପରିମାଣର ଭିଟାମିନ-ସି ରହିଥାଏ ଯାହା ଆପଣଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ। ଏଥିପାଇଁ ସବୁଦିନ ଉଷୁମ ପାଣି ସହିତ ଗୋଲମରିଚ ଗୁଣ୍ଡ ଖାଆନ୍ତୁ।

 

୫.ଫ୍ୟାଟ କମ କରିଥାଏ: ଉଷୁମ ପାଣି ସହିତ ଗୋଲମରିଚ ମିଶାଇ ଖାଇବା ଦ୍ଵାରା ଶରୀରରୁ ଫ୍ୟାଟ ଓ କ୍ୟାଲୋରୀ ହ୍ରାସ ହୋଇଥାଏ। ଦିନକୁ ଦୁଇଥର ଏହାକୁ ସେବନ କରିବା ଦ୍ଵାରା ପାଚନ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ।

୬.ଥଣ୍ଡା କମ କରିଥାଏ: ଏହାସହିତ କ୍ଷୀର ସହିତ ଗୋଲମରିଚ ଗୁଣ୍ଡ ଖାଇବା ସ୍ୱାସ୍ଥ୍ୟ ପାଇଁ ଉପକାରୀ ହୋଇଥାଏ। ଏହାଦ୍ୱାରା ଥଣ୍ଡା ଓ କଫ ଦୂର ହୋଇଥାଏ। ଏହାବ୍ୟତୀତ ଯଦି ଥଣ୍ଡା ଯୋଗୁଁ ବାରମ୍ବାର ଛିଙ୍କ ହେଉଥାଏ ତେବେ ଏହାକୁ କ୍ଷୀର ସହିତ ମିଶାଇ ଖାଆନ୍ତୁ, ଉପଶମ ମିଳିଥାଏ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©2020 Betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon