ଆରମ୍ଭ ହେଉଛି ଫିଲ୍ପକାର୍ଟ ଓ ଆମାଜନ ଫେଷ୍ଟିଭ ସେଲ

Tuesday, October 23, 2018

(ବେତାର ବ୍ୟୁରୋ) ନବରାତ୍ରିରେ ପାର୍ବଣ ଋତୁକୁ ଆଖି ଆଗରେ ରଖି ଇ-କମର୍ସ କମ୍ପାନୀ ଗୁଡିକ ତରଫରୁ ଅନଲାଇନ ମହାସେଲର ଆୟୋଜନ କରଯାଇଥିଲା। ଏହି ସେଲରେ ଅନେକ ବଡ ବଡ ବ୍ରାଣ୍ଡର ଜିନିଷ ଉପରେ ରିହାତି ମିଳିଥିଲା। ଲୋକମାନେ ଏହାର ଭରପୁର ଫାଇଦା ଉଠାଇଥିଲେ। ଯଦି ଆପଣ ଏହି ସମୟରେ ଜିନିଷ କିଣିପାରି ନାହାନ୍ତି ତେବେ ଆପଣଙ୍କ ପାଇଁ ରହିଛି ଖୁସି ଖବର। ଇ-କମର୍ସ କମ୍ପାନୀ ଆମାଜନ ଓ ଫ୍ଲିପକାର୍ଟ ତରଫରୁ ଦୀପାବଳି ପାଇଁ ଫେଷ୍ଟିଭ ସିଜିନ ସେଲ ଆରମ୍ଭ ହେବାକୁ ଯାଉଛି।

 

ଫ୍ଲିପକାର୍ଟ ଫେଷ୍ଟିଭ ଧମାକା ସେଲ ଅକ୍ଟୋବର 24ତାରିଖରୁ ଆରମ୍ଭ ହେବ ଓ ଅକ୍ଟୋବର 27 ତାରିଖ ପର୍ଯ୍ୟନ୍ତ ଚାଲିବ। ସେହିପରି ଆମାଜନର ଦି ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ ସେଲ ଅକ୍ଟୋବର 24 ତାରିଖରରେ ଆରମ୍ଭ ହେବ ଓ ଅକ୍ଟୋବର 28ତାରିଖ ପର୍ଯ୍ୟନ୍ତ ଚାଲିବ। ଫ୍ଲିପକାର୍ଟ ସେଲରେ ଆକ୍ସିସ ବ୍ୟାଙ୍କ ଡେବିଟ କାର୍ଡ କିମ୍ବା କ୍ରେଡିଟ କାର୍ଡରେ ସପିଙ୍ଗ କଲେ ଗ୍ରାହକଙ୍କୁ 10% ତୁରନ୍ତ ରିହାତି ମିଳିବ ଓ ଆମାଜନ ଆଇସିଆଇସିଆଇ ବ୍ୟାଙ୍କ ଓ ସିଟି ବ୍ୟାଙ୍କ କାର୍ଡରୁ ସପିଙ୍ଗ କଲେ 10% ରିହାତି ମିଳିବ।

 

ଇ-କମର୍ସ କମ୍ପାନୀ ଗୁଡିକର ସେଲରେ ସମସ୍ତ ପ୍ରଡ଼କ୍ଟ ବହୁଳ ପରିମାଣରେ ବିକ୍ରି ହୋଇଥାଏ, ମାତ୍ର ସବୁଠାରୁ ଅଧିକ ବିକ୍ରି ହୋଇଥାଏ ସ୍ମାର୍ଟ ଫୋନ। ଏହାର ସବୁଠାରୁ ବଡ କାରଣ ହେଉଛି ଏଥିରେ ମିଳୁଥିବା ରିହାତି। ତେବେ ଜାଣିରଖନ୍ତୁ ଏହି ଫେଷ୍ଟିଭ ସିଜିନ ସେଲରେ କେଉଁ ସ୍ମାର୍ଟଫୋନରେ କଣ ଅଫର ରହିଛି।

 

ଅନର 9N (4ଜିବି+128ଜିବି)

ଅନର କମ୍ପାନୀର ଏହି ଫୋନ ସେଲ ସମୟରେ ଫ୍ଲିପକାର୍ଟରେ ଟ.17,999ରେ ମିଳିବ। ଯଦି ଆପଣ ଏହାକୁ ଆମାଜନରୁ କିଣିବାକୁ ଚାହୁଁଛନ୍ତି ତେବେ ଏହା ଆପଣଙ୍କୁ  ଟ.17,200ରେ ମିଳିଯିବ। ଏହି ସ୍ମାର୍ଟଫୋନରେ 5.84 ଇଞ୍ଚର ଡ଼ିସପ୍ଲେ ରହିଛି ଓ 3000 mAhର ବ୍ୟାଟେରୀ ରହିଛି। କ୍ୟାମେରା ମଧ୍ୟ ଏଥିରେ ଭଲ ରହିଛି। ଏଥିରେ 13ମେଗାପିକ୍ସେଲ ସହିତ 2ମେଗାପିକ୍ସେଲର ରିୟର କ୍ୟାମେରା ଓ 16 ମେଗାପିକ୍ସେଲ ଫ୍ରଣ୍ଟ କ୍ୟାମେରା ରହିଛି। ଏହାସହିତ ଏଥିରେ 659 ଅକ୍ଟାକ୍ୱୋର ପ୍ରୋସେସର ମଧ୍ୟ ରହିଛି।

 

ଭିଭୋ V9 (4ଜିବି+64ଜିବି)

ସେଲ ସମୟରେ ଭିଭୋର ଏହି ଫୋନ ଉଭୟ ଆମାଜନ ଓ ଫ୍ଲିପକାର୍ଟରେ ଗୋଟିଏ ମୂଲ୍ୟରେ ଉପଲବ୍ଧ ହେବ। ଯଦି ଆପଣ ଫ୍ଲିପକାର୍ଟର ଏକ୍ସଚେଞ୍ଜ ଅଫର ମାଧ୍ୟମରେ ଏହାକୁ କିଣିବେ ତେବେ ଟ.16,000 ପର୍ଯ୍ୟନ୍ତ ଅତିରିକ୍ତ ରିହାତି ମଧ୍ୟ ମିଳିପାରେ। ଏହି ଫୋନରେ 16+5 ମେଗାପିକ୍ସେଲର କ୍ୟାମେରା ରହିଛି ଯେଉଁଥିରେ ଆପଣ 4Kଭିଡିଓ ସୁଟିଙ୍ଗ କରିପାରିବେ ଓ 24 ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ରହିଛି। ଏଥିରେ 6.3ଇଞ୍ଚର ଫୁଲ ଏଚଡି ଡ଼ିସପ୍ଲେ ରହିଛି ଓ 3260mAhର ବ୍ୟାଟେରୀ ରହିଛି।ଏହି ଫୋନ ଆଣ୍ଡ୍ରଏଡବି8.1 ଓରିଓ ଅପରେଟିଙ୍ଗ ସିଷ୍ଟମରେ କାମ କରିବ ଓ 2.2ଗିଗାହର୍ଜ ସ୍ନାପଡ୍ରାଗନ 626 ଅକ୍ଟାକ୍ୱୋର ପ୍ରୋସେସର ରହିଛି।     

 

ରେଡମି 6ପ୍ରୋ (4ଜିବି+64ଜିବି)

ଏହି ସ୍ମାର୍ଟ ଫୋନ ସେଲ ସମୟରେ କେବଳ ଆମାଜନରେ ଉପଲବ୍ଧ ରହିବ। ଆମାଜନରେ ଏହି ସ୍ମାର୍ଟଫୋନ ଆପଣଙ୍କୁ ଟ.13,499 ପରିବର୍ତ୍ତେ ଟ.12,999ରେ ମିଳିବ। ଏହି ଫୋନରେ 5.84 ଇଞ୍ଚର ଫୁଲ ଏଚଡି ସ୍କ୍ରିନ ରହିଛି ଓ 4000mAhର ବ୍ୟାଟେରୀ ରହିଛି। ଏହାସହିତ ଏଥିରେ 12+5 ମେଗାପିକ୍ସେଲର ଡୁଆଲ କ୍ୟାମେରା ରହିଛି ଓ 5ମେଗାପିକ୍ସେଲ ଫ୍ରଣ୍ଟ କ୍ୟାମେରା ରହିଛି। ଏଥିରେ ଆଣ୍ଡ୍ରଏଡ ବି8.1ଓରିଓ ଅପରେଟିଙ୍ଗ ସିଷ୍ଟମ ରହିଛି ଓ 2.0 ଗିଗାହର୍ଜ କ୍ଵାଲକମ ସ୍ନାପଡ୍ରାଗନ 625 ଅକ୍ଟାକ୍ୱୋର ପ୍ରୋସେସର ରହିଛି।               

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon