ପାଉଁଜି ପିନ୍ଧିବା ନେଇ କ'ଣ କୁହେ ବାସ୍ତୁ ଶାସ୍ତ୍ର

Friday, October 26, 2018

(ବେତାର ବ୍ୟୁରୋ) ଅଳଙ୍କାର ହେଉଛି ନାରୀର ଭୂଷଣ। ଏହା ନାରୀର ସୌନ୍ଦର୍ଯ୍ୟକୁ ଦ୍ଵିଗୁଣିତ କରିଥାଏ। ନାରୀମାନେ ନିଜର  ସୌନ୍ଦର୍ଯ୍ୟକୁ ବଢାଇବା ପାଇଁ ଶରୀରର ବିଭିନ୍ନ ପ୍ରକାରର ଗହଣା ବା ଅଳଙ୍କାର ପିନ୍ଧିଥାଆନ୍ତି। ଏହି ଅଳଙ୍କାର ଗୁଡିକ ସୁନା କିମ୍ବା ରୂପାରେ ନିର୍ମିତ ହୋଇଥାଏ। ସୁନା ଓ ରୂପାରେ ନିର୍ମିତ ଏହି ଅଳଙ୍କାର ଗୁଡିକରେ ନାରୀଙ୍କ ସୌନ୍ଦର୍ଯ୍ୟକୁ ବଢାଇବା ସହିତ ଆହୁରି ଅନେକ ସ୍ଵତନ୍ତ୍ର ଗୁଣ ମଧ୍ୟ ରହିଛି। ସେହିପରି ଏକ ସ୍ଵତନ୍ତ୍ର ଗୁଣ ଥିବା ଅଳଙ୍କାର ହେଉଛି ପାଉଁଜି। ବାସ୍ତୁ ଶାସ୍ତ୍ରରେ ମଧ୍ୟ ନାରୀମାନେ ପାଉଁଜି ପିନ୍ଧିବାକୁ ନେଇ ଅନେକ ତଥ୍ୟ ରହିଛି।

 

ଭାରତୀୟ ସଂସ୍କୃତିରେ ବିବାହ ପରେ ପାଉଁଜି ପିନ୍ଧିବା ବାଧ୍ୟତାମୂଳକ ହୋଇଥାଏ। ଏହା ନାରୀଙ୍କ ଷୋହଳ ଶୃଙ୍ଗାର ମଧ୍ୟରୁ ଅନ୍ୟତମ ଅଟେ। ତେବେ ବାସ୍ତୁଶାସ୍ତ୍ରରେ ପାଉଁଜି ପିନ୍ଧିବାର କଣ ମହତ୍ଵ ରହିଛି ଜାଣନ୍ତୁ।

 

.ଯେଉଁ ଘରେ ନାରୀମାନେ ପାଦରେ ପାଉଁଜି ପିନ୍ଧିଥାଆନ୍ତି, ସେହି ଘରୁ ନକରାତ୍ମକ ଶକ୍ତି ଦୂର ହୋଇଥାଏ। ପାଉଁଜିରୁ ବାହାରୁଥିବା ଶବ୍ଦ ଘର ମଧ୍ୟରେ ସୁଖ ଶାନ୍ତିର ବାତାବରଣ ସୃଷ୍ଟି କରିଥାଏ। ଏହାବ୍ୟତୀତ ଯେଉଁ ଘରେ ପାଉଁଜିର ରୁଣୁଝୁଣୁ ଶବ୍ଦ ଶୁଭିଥାଏ ସେହି ଘରେ ଦେବା ଦେବୀଙ୍କର କୃପା ରହିଥାଏ ବୋଲି ବିବେଚନା କରାଯାଇଥାଏ।

 

.ପାଉଁଜି ପିନ୍ଧିବା ଦ୍ଵାରା ମହିଳା ମାନଙ୍କୁ ସ୍ଵାସ୍ଥ୍ୟଗତ ଲାଭ ମଧ୍ୟ ମିଳିଥାଏ। ପାଉଁଜି ସାଧାରଣତଃ ସୁନା କିମ୍ବା ରୂପାରେ ତିଆରି ହୋଇଥାଏ। ପାଉଁଜି ପାଦର ହାଡ ସହିତ ଘଷି ହେବା ଦ୍ଵାରା ଏହା ପାଦର ହାଡକୁ ମଜଭୁତ କରିଥାଏ।

.ସୁନାରେ ତିଆରି ପାଉଁଜି କେବେ ପିନ୍ଧନ୍ତୁ ନାହିଁ। କେବଳ ରୂପାରେ ତିଆରି ହୋଇଥିବା ପାଉଁଜି ପିନ୍ଧିବା ଆବଶ୍ୟକ। କାରଣ ସୁନାର ପାଉଁଜି ପରିଧାନ କରିବା ଦ୍ୱାରା ମା’ ଲକ୍ଷ୍ମୀ କ୍ଷୁବ୍ଧ ହୋଇଥା’ନ୍ତି। ସୁନା ହେଉଛି ମା’ ଲକ୍ଷ୍ମୀଙ୍କ ଦାନ ସ୍ୱରୂପ । ଏହାକୁ ପାଦ ବ୍ୟତୀତ ଶରୀରର ଅନ୍ୟ  ଅଙ୍ଗରେ ପରିଧାନ କରାଯାଇଥାଏ। ଯଦି ଆପଣ ସୁନାରେ ତିଆରି ପାଉଁଜି ପିନ୍ଧୁଛନ୍ତି ତେବେ ଘରେ ଧନ ହାନୀ ହେବାର ଆଶଙ୍କା ରହିଥାଏ।

 

. ଆୟୁର୍ବେଦରେ ଅନେକ ଧାତୁକୁ ଔଷଧ ରୂପେ ବ୍ୟବହାର କରାଯାଇଥାଏ। ନାରୀମାନେ ନିୟମିତ ଭାବରେ ପାଉଁଜି ପିନ୍ଧିବା ଦ୍ଵାରା ଗର୍ଭାଶୟ ଜନିତ ସମସ୍ୟା ଯଥା ମାସିକ ଋତୁଚକ୍ରରେ ଅନିୟମିତତା, ଗର୍ଭବତୀ ନହେବା ଇତ୍ୟାଦି samasya ଦୂର ହୋଇଥାଏ।

.ଯଦି ଆପଣଙ୍କ ପାଦରେ ଯନ୍ତ୍ରଣା ଅନୁଭବ ହେଉଥାଏ ତେବେ ରୂପା ପାଉଁଜି ପିନ୍ଧିବା ଦ୍ଵାରା ଏହା ଦୂର ହୋଇଥାଏ। ଖାସ କରି ଅଧିକ ସମୟ ବୁଲିବା ଦ୍ଵାରା ତଳିପାଦରେ ବିଶେଷକରି ଯନ୍ତ୍ରଣା ହୋଇଥାଏ। ରୂପା ପାଉଁଜି ପିନ୍ଧିବା ଦ୍ଵାରା ଏହି ଯନ୍ତ୍ରଣା ଦୂର ହୋଇଥାଏ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon