ପଢନ୍ତୁ : ରେଲୱେରେ ହେବ 2907 ଆପ୍ରେଣ୍ଟିସ ନିଯୁକ୍ତି

Friday, October 26, 2018

(ବେତାର ବ୍ୟୁରୋ) ଇଷ୍ଟର୍ଣ୍ଣ ରେଲୱେ ତରଫରୁ ରେଲୱେର ବିଭିନ୍ନ ବିଭାଗରେ ଆପ୍ରେଣ୍ଟିସ ଭାବରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ସବୁଠାରୁ ଖୁସିର କଥା ହେଉଛି ମାଟ୍ରିକ ପାସ କରିଥିବା ପ୍ରାର୍ଥୀମାନେ ମଧ୍ୟ ଏହି ପଦ ପାଇଁ ଆବେଦନ କରିପାରିବେ। ଆଗ୍ରହୀ ପ୍ରାର୍ଥୀ କେବଳ ଅନଲାଇନରେ ଆବେଦନ କରିପାରିବେ।

 

ପଦବୀ ସଂଖ୍ୟା

ଏହି ବିଜ୍ଞପ୍ତିରେ ବିଭିନ୍ନ ଡିଭିଜନ ଓ କର୍ମଶାଳା ଅନୁଯାୟୀ ମୋଟ 2907ଟି ପଦବୀ ପ୍ରକାଶ ପାଇଛି। ସେଥିମଧ୍ୟରୁ ହାୱଡା ପାଇଁ 659ଟି, ସିଆଲଦାହ ପାଇଁ 526ଟି, ମାଲଦା ପାଇଁ 204ଟି, ଆସାନସୋଲ ପାଇଁ 412ଟି, କଞ୍ଚ୍ରାପଡା ପାଇଁ 206ଟି, ଲିଲୁଆହ ପାଇଁ 204ଟି ଓ ଯମଳପୁର ପାଇଁ 696ଟି ପଦବୀ ରହିଛି।

 

ଆବେଦନ ତାରିଖ

ଏହି ପଦରେ ଆବେଦନ କରିବା ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀ ନଭେମ୍ବର ମାସ 14 ତାରିଖ ସନ୍ଧ୍ୟା 5ଟା ମଧ୍ୟରେ ଅନଲାଇନରେ ଆବେଦନ କରିପାରିବେ।

 

ବୟସସୀମା

ଏହି ପଦରେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ବୟସ ଜାନୁୟାରୀ 1 ତାରିଖ 2019 ସୁଦ୍ଧା 15ବର୍ଷରୁ 24 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ଅନୁସୂଚିତ ଜାତି ଓ ଜନଜାତିର ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସସୀମା 5ବର୍ଷ କୋହଳ କରାଯିବ, ଓବିସି ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସସୀମା 3ବର୍ଷ କୋହଳ କରାଯିବ ଏବଂ ଶାରୀରିକ ଭାବେ ଅକ୍ଷମ ବ୍ୟକ୍ତିଙ୍କ ପାଇଁ ସର୍ବାଧିକ ବୟସସୀମା 10ବର୍ଷ କୋହଳ କରାଯିବ।

 

ଶିକ୍ଷାଗତ ଯୋଗ୍ୟତା

ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିବା ପାଇଁ କୌଣସି ସ୍ଵୀକୃତୀପ୍ରାପ୍ତ ବୋର୍ଡରୁ ମାଟ୍ରିକ ଓ ଯୁକ୍ତ ଦୁଇରେ 50% ଅଧିକ ମାର୍କ ରଖି ପାସ କରିଥିବା ଆବଶ୍ୟକ। ଏହାସହିତ ଯେଉଁ ଟ୍ରେଡରେ ଆପ୍ରେଣ୍ଟିସ କରିବା ପାଇଁ ଚାହୁଁଛନ୍ତି, ସେହି ଟ୍ରେଡରେ ଆଇଟିଆଇ ପାସ କରିବା ଜରୁରୀ। କିନ୍ତୁ ମାଟ୍ରିକରେ ରଖିଥିବା ମାର୍କକୁ ବିଚାରକୁ ନିଆଯିବ।

 

ଆବେଦନ ଫି

ଆବେଦନ କରିବା ପାଇଁ ଫି ବାବଦକୁ ପ୍ରାର୍ଥୀଙ୍କୁ ଟ.100 ଦେବାକୁ ପଡିବ। ଅନୁସୂଚିତ ଜାତି, ଜନଜାତି, ଶାରୀରିକ ଭାବେ ଅକ୍ଷମ ପ୍ରାର୍ଥୀ ଓ ମହିଳା ପ୍ରାର୍ଥୀଙ୍କୁ କୌଣସି ଫି ଦେବାକୁ ପଡିବ ନାହିଁ। ଅନଲାଇନରେ ଆବେଦନ କରିବା ସମୟରେ ‘payment gateway’ ମାଧ୍ୟମରେ ଏହି ଫି’କୁ ପଇଠ କରିପାରିବେ। ଏହା ଆପଣ ଡେବିଟ କାର୍ଡ, କ୍ରେଡିଟ କାର୍ଡ କିମ୍ବା ଇଣ୍ଟରନେଟ ବ୍ୟାଙ୍କିଙ୍ଗ ମାଧ୍ୟମରେ ପଇଠ କରିବେ।

ଚୟନ ପଦ୍ଧତି

ଆବେଦନ କାରୀଙ୍କୁ ସେମାନଙ୍କର ମେରିଟ ଲିଷ୍ଟ ଅନୁସାରେ ଯୋଗ୍ୟ ବିବେଚିତ କରାଯିବ।

 

କିପରି ଆବେଦନ କରିବେ

ଆବେଦନ କରିବା ପାଇଁ ଇଷ୍ଟର୍ଣ୍ଣ ରେଲୱେର ଅଫିସିଆଲ ୱେବସାଇଟ www.rrcer.com ରେ ଲଗଇନ କରିପାରିବେ। ଆବେଦନ କରିବା ଆଗରୁ ସମସ୍ତ ତଥ୍ୟ ଭଲ ଭାବରେ ପଢି ନିଅନ୍ତୁ ଓ ଏହାପରେ ଆବେଦନ କରନ୍ତୁ।

 

ହେଲ୍ପ ଡେସ୍କ

ଆବେଦନ କରିବାରେ ଯଦି କୌଣସି ଅସୁବିଧା ହୁଏ ତେବେ ଅନଲାଇନ ଆପ୍ଲିକେଶନର ଉପରେ ଲେଖା ହୋଇଥିବା HELP ME ଅପ୍ସନରେ କ୍ଲିକ କରନ୍ତୁ, କିମ୍ବା helpline.rrcer@gmail.com ରେ ଇମେଲ କରିପାରିବେ।

 

ବିଜ୍ଞପ୍ତି ସମ୍ବନ୍ଧରେ ଅଧିକ ବିବରଣୀ ପାଇଁ ଇଷ୍ଟର୍ଣ୍ଣ ରେଲୱେର ଅଫିସିଆଲ ୱେବସାଇଟ www.rrcer.comରେ ଲଗଇନ କରନ୍ତୁ।

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon