ବିଳମ୍ବିତ ରାତିରେ ଭୋଜନ କରୁଛନ୍ତି କି? ହେଇପାରେ ଏହି ସବୁ ଅସୁବିଧା

Thursday, November 1, 2018

(ବେତାର ବ୍ୟୁରୋ) ଆଜିକାଲି କାମର ବ୍ୟସ୍ତତା ମଧ୍ୟରେ ଲୋକମାନଙ୍କର ଜୀବନଶୈଳୀରେ ମଧ୍ୟ ପରିବର୍ତ୍ତନ ଆସିଛି। ଅଧିକ ରାତି ପର୍ଯ୍ୟନ୍ତ ଅନିଦ୍ରା ରହିବା ଓ ଘଣ୍ଟା ଘଣ୍ଟା ଧରି ଲାପଟପ ଆଗରେ ବସି କାମ କରିବା ଦ୍ଵାରା ବିଳମ୍ବିତ ରାତ୍ରିରେ ଭୋଜନ କରିଥାଆନ୍ତି। ଅଧିକାଂଶ  ଲୋକ ସୁସ୍ଥ ଭାବରେ ଜୀବନଯାପନ କରିପାରିନଥାନ୍ତି, ଯାହାଫଳରେ ଅନେକ ରୋଗ ଦେଖାଯାଇଥାଏ। ଆଗରୁ ଲୋକମାନେ ଏକ ସୂଚୀ ଅନୁଯାୟୀ ନିଜର ଜୀବନ ବିତାଉଥିଲେ। ସକାଳୁ ଠିକ ସମୟରେ ଉଠିବା ସହିତ ରାତିରେ ଠିକ ସମୟରେ ଶୋଇପଡୁଥିଲେ। କିନ୍ତୁ ବର୍ତ୍ତମାନ ଲୋକମାନେ ରାତିରେ ବହୁତ ବିଳମ୍ବରେ ଖାଉଛନ୍ତି, ଯାହାଦ୍ୱାରା ରାତିରେ ଶୋଇବାର ସମୟ ଓ ସ୍ୱାସ୍ଥ୍ୟ ପ୍ରଭାବିତ ହେଉଛି।

 

ତେବେ ବିଳମ୍ବିତ ରାତିରେ ଭୋଜନ କରିବା ଦ୍ଵାରା ଏହା ଆପଣଙ୍କ ଶରୀରରେ ଖରାପ ପ୍ରଭାବ ପକାଇଥାଏ। ଏହାଦ୍ଵାରା କଣ କଣ ଅସୁବିଧା ହୋଇଥାଏ ଜାଣିରଖନ୍ତୁ।

 

୧.ଓଜନ ବଢିଥାଏ: ରାତିରେ ଅଧିକ ବିଳମ୍ବରେ ଖାଇବା ଦ୍ଵାରା ଏହା ହଜମ ହୋଇନଥାଏ। ଯାହାଫଳରେ ଶରୀରରେ କୋଲେଷ୍ଟେରଲ ବଢିଥାଏ ଓ ହୃଦରୋଗ ହେବାର ସମ୍ଭାବନା ବଢିଯାଇଥାଏ। ଏହାସହିତ ଶରୀର ଓଜନ ମଧ୍ୟ ବଢିଥାଏ।

୨.ମାନସିକ ଦୁଃଶ୍ଚିନ୍ତା: ଯଦି ଆପଣ ବିଳମ୍ବିତ ରାତିରେ ଭୋଜନ କରୁଛନ୍ତି, ତେବେ ରାତିରେ ଭଲ ଭାବରେ ନିଦ ମଧ୍ୟ ପୁରା ହୋଇନଥାଏ। ଯାହାଫଳରେ ସକାଳୁ ଅଧିକ ଅଳସୁଆ ଲାଗିଥାଏ ଓ କୌଣସି କାମ କରିବାକୁ ମଧ୍ୟ ଇଚ୍ଛା ହୋଇନଥାଏ। ମାନସିକ ଦୁଃଶ୍ଚିନ୍ତା ମଧ୍ୟ ବଢିଥାଏ।

 

୩.ଉଚ୍ଚ ରକ୍ତଚାପ: ବିଳମ୍ବିତ ରାତିରେ ଖାଇବା ଦ୍ଵାରା, ଖାଇ ସାରିବା ପରେ ଆଉ କିଛି କାମ କରିବାକୁ ନଥାଏ। ଯାହାଦ୍ୱାରା ଖାଇବା ପରେ ଆପଣ ଶୋଇଯାଇଥାନ୍ତି। ଏହାଫଳରେ ଶରୀରରେ ଖାଦ୍ୟ ହଜମ ହୋଇନଥାଏ ଓ ଉଚ୍ଚ ରକ୍ତଚାପ ସମସ୍ୟା ଦେଖାଯାଇଥାଏ।

 

୪.ବଦହଜମି: ଯେଉଁ ମାନଙ୍କ ଠାରେ ବଦହଜମି ସମସ୍ୟା ଆଗରୁ ରହିଛି, ସେମାନେ ବିଳମ୍ବିତ ରାତି ଯାଏଁ ଭୋକିଲା ରୁହନ୍ତୁ ନାହିଁ। ଏହାଦ୍ଵାରା ବଦହଜମି ଅଧିକ ହେବାର ଆଶଙ୍କା ବଢିଯାଇଥାଏ।

 

୫.ବିରକ୍ତି ଭାବ: ଯଦି ଆପଣ ରାତିରେ ଡେରିରେ ଖାଦ୍ୟ ଖାଉଛନ୍ତି ତେବେ ରାତିରେ ଅଳ୍ପ ଶୋଇପାରିଥାନ୍ତି। ସଠିକ ପରିମାଣର ନିଦ୍ରା ନହେବା ଦ୍ଵାରା ଆପଣ ଅଧିକ ଚିଡିଚିଡା ହୋଇଯାଇଥାନ୍ତି ଓ ଆପଣ ଅଧିକ ଆରାମ ପାଇ ପାରିନଥାନ୍ତି।

୬. ନିଦ ଲାଗିନଥାଏ: ବିଳମ୍ବିତ ରାତିରେ ଖାଇବା ଦ୍ଵାରା ଏହା ହଜମ ହୋଇନଥାଏ ଓ ବେଳେ ବେଳେ ପେଟରେ ଯନ୍ତ୍ରଣା ମଧ୍ୟ ହୋଇଥାଏ। ଏହାଫଳରେ ଆପଣଙ୍କୁ ଠିକ ଭାବରେ ନିଦ ମଧ୍ୟ ଲାଗିନଥାଏ।

 

୭.ମଧୁମେହ: ରାତିରେ ଡେରିରେ ଖାଇବା ଦ୍ଵାରା ଖାଦ୍ୟ ହଜମ ହୋଇନଥାଏ ଓ ଶରୀରରେ ଶର୍କରାର ପରିମାଣ ମଧ୍ୟ ବଢିଯାଇଥାଏ। ଯାହା ପରବର୍ତ୍ତୀ ସମୟରେ ମଧୁମେହର ରୂପ ନେଇଥାଏ। ତେଣୁ ରାତିରେ ଶୀଘ୍ର ଖାଇବା ସହ ଖାଇବା ପରେ ଅଳ୍ପ ଚଲାବୁଲା କରନ୍ତୁ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon