ଫୋନ ଷ୍ଟୋରେଜ ବଢାଇବା ପାଇଁ ଆପଣାନ୍ତୁ ଏହି ଟିପ୍ସ

Friday, November 2, 2018

(ବେତାର ବ୍ୟୁରୋ) ମୋବାଇଲ ଫୋନରେ ରାମ/RAM (ମେସିନ ମେମୋରୀ) ଓ ଷ୍ଟୋରେଜ ମେମୋରୀ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଅଧିକାଂଶ ସମୟରେ ଦେଖାଯାଏ ମୋବାଇଲରେ ଫଟୋ ଉଠାଇବା ସମୟରେ, ଭିଡିଓ ରେକର୍ଡିଙ୍ଗ କରିବା ସମୟରେ କିମ୍ବା କିଛି ଡାଉନଲୋଡ କରିବା ସମୟରେ ଫୋନ ଷ୍ଟୋରେଜ କମ ହୋଇଯିବାର ଆଲର୍ଟ ଆସିଥାଏ। ଷ୍ଟୋରେଜ କମ ହୋଇଯିବା କାରଣରୁ କିଛି ଡାଉନଲୋଡ କରି ହୋଇ ନ ଥାଏ ଓ ଫଟୋ ମଧ୍ୟ ଉଠାଇ ହୋଇନଥାଏ।

 

ମୋବାଇଲ ଫୋନର ଷ୍ଟୋରେଜ ବଢାଇବା ପାଇଁ ଆପଣ କଣ କଣ କରିପାରିବେ, ସେଥିପାଇଁ ଜାଣିରଖନ୍ତୁ କିଛି ସହଜ ଟିପ୍ସ।

 

.ମୋବାଇଲ ଫୋନର ଷ୍ଟୋରେଜ ସମସ୍ୟା ଦୂର କରିବା ପାଇଁ ମୋବାଇଲ ଫୋନକୁ କମ୍ପ୍ୟୁଟର ସହିତ ସଂଯୋଗ କରି ଫାଇଲ ଗୁଡିକୁ ଡିଲେଟ କରିପାରିବେ। ଏହାଦ୍ୱାରା ଫୋନର ଷ୍ଟୋରେଜ ବଢିଯିବ। ଅନେକ ସମୟରେ ହଠାତ ଷ୍ଟୋରେଜକୁ ବଢାଇବା ଆବଶ୍ୟକ ହୋଇଥାଏ ଓ ସବୁବେଳେ ଆପଣଙ୍କ ପାଖରେ କମ୍ପ୍ୟୁଟର ଉପଲବ୍ଧ ନଥାଏ। ଏପରି ସମୟରେ ଆପଣଙ୍କ ଫୋନରେ ସବୁଠାରୁ ଅଧିକ ସ୍ପେସ ନେଉଥିବା ଆପକୁ ମଧ୍ୟ କାଟିପରିବେ।

 

.ଯଦି ଆପଣ ଆଣ୍ଡ୍ରଏଡ ମୋବାଇଲ ବ୍ୟବହାର କରୁଛନ୍ତି ତେବେ ମୋବାଇଲର ସେଟିଙ୍ଗକୁ ଯାଇ cache memoryକୁ କ୍ଲିୟର କରିନିଅନ୍ତୁ। ଏହାଦ୍ବାରା ଷ୍ଟୋରେଜ ବଢିଥାଏ। ଯେଉଁ ଆପକୁ ଆପଣ ବ୍ୟବହାର କରୁନାହାନ୍ତି ସେହି ଆପ ଗୁଡିକୁ ମଧ୍ୟ ଡ଼ିଲିଟ କରିଦିଅନ୍ତୁ।

.ଅନେକ ସମୟରେ ମୋବାଇଲ ଫୋନରେ ବହୁତ ପୁରୁଣା ମେସେଜ ଓ ଅନାବଶ୍ୟକ ଫଟୋ ସବୁ ରହିଥାଏ। ଯାହାକୁ ଆପଣ ଡ଼ିଲିଟ କରିବାକୁ ଭୁଲିଯାଇଥାନ୍ତି। ଏହାଦ୍ଵାରା ମଧ୍ୟ ଆପଣଙ୍କ ମୋବାଇଲର ଷ୍ଟୋରେଜ କମ ହୋଇଯାଇଥାଏ। ତେଣୁ ଏହିସବୁ ପୁରୁଣା ଫଟୋ ଓ ମେସେଜ ଗୁଡିକୁ ତୁରନ୍ତ ଡ଼ିଲିଟ କରିଦିଅନ୍ତୁ।

 

.ଅନେକ ସମୟରେ ଇ-ମେଲରେ ଆସୁଥିବା ଫାଇଲ ଗୁଡିକୁ ମଧ୍ୟ ଡାଉନଲୋଡ କରିଦେଇଥାଉ। ଯାହାକି ମୋବାଇଲରେ ସେଭ ହୋଇଯାଇଥାଏ। ଏହି ଫାଇଲ ଗୁଡିକ ମଧ୍ୟ ଫୋନରେ ଅଧିକ ସ୍ପେସ ନେଇଯାଇଥାଏ। ତେଣୁ ଏହି ଫାଇଲ ଗୁଡିକୁ ମଧ୍ୟ ଡ଼ିଲିଟ କରିଦିଅନ୍ତୁ।

 

.ଯଦି ଆପଣଙ୍କୁ ଲାଗୁଛି ଯେ ଆପଣଙ୍କ ମୋବାଇଲରେ ସମସ୍ତ ଅନାବଶ୍ୟକ ଫଟୋ, ଭିଡିଓ ଓ ଫାଇଲ ଡ଼ିଲିଟ କରିବା ପରେ ମଧ୍ୟ ଆପଣଙ୍କ ମୋବାଇଲରେ ଷ୍ଟୋରେଜ ବଢୁନାହିଁ ତେବେ ମୋବାଇଲରେ ଥିବା ସମସ୍ତ ଫଟୋ, ଭିଡିଓ ଓ ଫାଇଲକୁ ମୋବାଇଲର କ୍ଲାଉଡ ଷ୍ଟୋରେଜ ବା ଗୁଗୁଲ ଫଟୋଜ, ଗୁଗୁଲ ଡ୍ରାଇଭରେ ସେଭ କରିଦିଅନ୍ତୁ। ଏହାଦ୍ଵାରା ଆପଣଙ୍କ ମୋବାଇଲର ଷ୍ଟୋରେଜ ବଢିପାରିବ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon