ଦୀପାବଳିରେ କମ ଖର୍ଚ୍ଚରେ ଘର କିପରି ସଜାଇବେ

Sunday, November 4, 2018

(ବେତାର ବ୍ୟୁରୋ) ଆଗକୁ ଆଲୋକର ପର୍ବ ଦୀପାବଳି ଆସୁଛି। ଦୀପାବଳି ପାଇଁ ଘରକୁ ସଫା କରିବା ସହିତ ଘରର ସଜାସଜି କାମ ମଧ୍ୟ ଆରମ୍ଭ ହୋଇଗଲାଣି। ପ୍ରତ୍ୟେକ ଲୋକ ଚାହିଁଥାଆନ୍ତି ଯେ, ଦୀପାବଳିରେ ତାଙ୍କ ଘର ସବୁଠାରୁ ଅଧିକ ସୁନ୍ଦର ଦେଖାଯାଉ। ଏଥିପାଇଁ ବଜାରରୁ ନାନା ପ୍ରକାର ଘର ସଜାଇବା ଉପକରଣ କିଣି ଘରକୁ ସଜାଇଥାନ୍ତି। ଯାହାଦ୍ଵାରା ଘର ସଜାଇବା ପାଇଁ ଆପଣଙ୍କର ଅଧିକ ଖର୍ଚ୍ଚ ହୋଇଯାଇଥାଏ, କାରଣ ଦୀପାବଳି  ସମୟରେ ଏହି ସବୁ ଜିନିଷ ଅଧିକ ଦାମରେ ବିକ୍ରି ହୋଇଥାଏ।

 

ତେବେ କମ ଖର୍ଚ୍ଚରେ ମଧ୍ୟ ଆପଣ ନିଜ ଘରକୁ ବହୁତ ସୁନ୍ଦର ଭାବରେ ସଜାଇ ପାରିବେ। ଏଥିପାଇଁ ଜାଣି ରଖନ୍ତୁ କିଛି ସହଜ ଟିପ୍ସ।

 

୧.ରଙ୍ଗୀନ କାଗଜ ବ୍ୟବହାର କରନ୍ତୁ: ଘରକୁ ସଜାଇବା ପାଇଁ ଅଧିକ ଦାମୀ ଘର ସଜା ଉପକରଣ କିଣିବା ଅପେକ୍ଷା ଆପଣ ରଙ୍ଗୀନ କାଗଜର ମଧ୍ୟ ବ୍ୟବହାର କରିପାରିବେ। ଏହି ରଙ୍ଗୀନ କାଗଜକୁ କାଟି ରିବନ ପ୍ରସ୍ତୁତ କରି ସଂପୂର୍ଣ୍ଣ ଘରକୁ ସଜାଇ ପାରିବେ।

 

୨.ରଙ୍ଗୋଲି ପ୍ରସ୍ତୁତ କରନ୍ତୁ: ଦୀପାବଳିରେ ରଙ୍ଗୋଲିର ବିଶେଷ ମହତ୍ଵ ରହିଛି। ତେଣୁ ଘରର ମୁଖ୍ୟଦ୍ଵାର ଓ ଘରର ମନ୍ଦିରରେ ରଙ୍ଗୋଲି କରିବାକୁ ଭୁଲନ୍ତୁ ନାହିଁ। ଯଦି ବଜାରରୁ ଅଧିକ ଦାମର ରଙ୍ଗ କିଣିପାରୁନାହାନ୍ତି ତେବେ, ଚକ ପାଉଡର, ବିଭିନ୍ନ ରଙ୍ଗର ଫୁଲରେ ମଧ୍ୟ ରଙ୍ଗୋଲି ପ୍ରସ୍ତୁତ କରିପାରିବେ। ଏହି ରଙ୍ଗୋଲି ଉପରେ ଦୀପ ରଖିବାକୁ ଭୁଲନ୍ତୁ ନାହିଁ।

୩.ଦୀପ ଜାଳନ୍ତୁ: ଅଧିକାଂଶ ଲୋକ ଘରକୁ ଆଲୋକରେ ସଜାଇବା ପାଇଁ ଇଲେକ୍ଟ୍ରିକ ଲାଇଟର ବ୍ୟବହାର କରିଥାଆନ୍ତି ଯାହାଦ୍ଵାରା ଅଧିକ ଖର୍ଚ୍ଚ ହୋଇଥାଏ। ତେଣୁ ଏହି ଖର୍ଚ୍ଚକୁ ରୋକିବା ପାଇଁ ଆପଣ ମାଟିର ଦୀପ ବ୍ୟବହାର କରିପାରିବେ। ଦୀପାବଳିର ଅର୍ଥ ଦୀପ ଜାଳି ଆଲୋକିତ କରିବା। ତେଣୁ ମାଟିର ଦୀପ ଜାଳି ଘରକୁ ସଜାନ୍ତୁ, ଏହାଦ୍ଵାରା ଖର୍ଚ୍ଚ କମ ହେବା ସହିତ ବିଜୁଳି ଶକ୍ତି ମଧ୍ୟ ସଞ୍ଚୟ ହୋଇପାରିବ।

୪.ଦୀପାବଳି ଲ୍ୟାମ୍ପ: ବଜାରରେ ବର୍ତ୍ତମାନ ଦୀପାବଳି ଲ୍ୟାମ୍ପ ମଧ୍ୟ ଉପଲବ୍ଧ ହେଉଛି। ଏହା ସେତେ ଅଧିକ ଦାମ ହୋଇନଥାଏ। ତେଣୁ ଏହି ଲ୍ୟାମ୍ପ ଗୁଡିକ କିଣି ଘରକୁ ସଜାଇ ପାରିବେ।

 

୫.ହାତ ତିଆରି ଜିନିଷ ବ୍ୟବହାର କରନ୍ତୁ: ନିୟମିତ ଭାବରେ ବ୍ୟବହାର କରୁଥିବା କିଛି ପୁରୁଣା ଜିନିଷରୁ ମଧ୍ୟ ଆପଣ ଘର ସଜାଇବା ଉପକରଣ ପ୍ରସ୍ତୁତ କରିପାରିବେ। ଏହାଦ୍ଵାରା ମଧ୍ୟ ଆପଣଙ୍କ ଖର୍ଚ୍ଚ କମ ହେବ।

୬.ତୋରଣ କରନ୍ତୁ: ଘରର ମୁଖ୍ୟଦ୍ଵାରାକୁ ସଜାଇବାକୁ ଭୁଲନ୍ତୁ ନାହିଁ। ଏହା ସବୁଠାରୁ ମୁଖ୍ୟ ଆକର୍ଷଣ ହୋଇଥାଏ। ବିଭିନ୍ନ ରଙ୍ଗର ଫୁଲ ଓ ପାତ୍ର ସାହାଯ୍ୟରେ ଘର ମୁଖ୍ୟ ଦ୍ଵାର ପାଇଁ ତୋରଣ ପ୍ରସ୍ତୁତ କରିପାରିବେ।   

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©2020 Betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon