ମୋବାଇଲ ପାଣିରେ ପଡିଗଲେ କ'ଣ କରିବେ ଜାଣନ୍ତୁ

Thursday, November 8, 2018

(ବେତାର ବ୍ୟୁରୋ) ବର୍ତ୍ତମାନ ସମୟରେ ପ୍ରାୟ ସମସ୍ତଙ୍କ ପାଖରେ ସ୍ମାର୍ଟଫୋନ ରହିଛି। ସ୍ମାର୍ଟଫୋନ ଯେପରି ବର୍ତ୍ତମାନ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଯାଇଛି। ତେବେ ଏହି ସ୍ମାର୍ଟଫୋନକୁ ସବୁବେଳେ ବ୍ୟବହାର କରିବା ବେଳେ ମୋବାଇଲ ତଳେ ପଡିଯିବାର ବା ଅଜାଣତରେ ପାଣି ପଶିଯିବାର ଭୟ ରହିଥାଏ। ଆଜିକାଲି ମାର୍କେଟରେ ବହୁତ ୱାଟରପ୍ରୁଫ ସ୍ମାର୍ଟଫୋନ ମିଳୁଛି କିନ୍ତୁ ପ୍ରାୟ ମୋବାଇଲ ୱାଟରପ୍ରୁଫ ହୋଇନଥାଏ।

 

ଯଦି କେବେ ଭୁଲରେ ଆପଣଙ୍କ ସ୍ମାର୍ଟଫୋନ ପାଣିରେ ପଡିଯାଉଛି, ତେବେ ଜାଣିରଖନ୍ତୁ କଣ କରିବେ।

 

.ଯଦି ଆପଣଙ୍କ ସ୍ମାର୍ଟଫୋନ ପାଣିରେ ପଡିଯାଉଛି ତେବେ ତୁରନ୍ତ ଏହାକୁ ପାଣିରୁ କାଢି ସ୍ଵିଚ ଅଫ କରିଦିଅନ୍ତୁ। ଓଦା ହୋଇଥିବା ଫୋନକୁ ବ୍ୟବହାର କରିବା ବିପଦପୂର୍ଣ୍ଣ ହୋଇଥାଏ। କାରଣ ପାଣି ଫୋନର ସର୍କିଟରେ ପଶିଯାଇ ଫୋନକୁ ସବୁଦିନ ପାଇଁ ଖରାପ କରିଦେଇଥାଏ।

 

.ସ୍ମାର୍ଟଫୋନକୁ ସ୍ଵିଚଅଫ କରିବା ପରେ ଏହାକୁ ଏକ ସଫା ଓ ଶୁଖିଲା କପଡାରେ ପୋଛି ଦିଅନ୍ତୁ। ଏହାପରେ ଏକ ଟିସୂ ପେପର କିମ୍ବା ଟାୱେଲରେ ଗୁଡାଇ ଦିଅନ୍ତୁ, ଏହାଦ୍ଵାରା ଫୋନରେ ଥିବା ସମସ୍ତ ପାଣି ଶୁଖିଯାଇଥାଏ। ଏହାପରେ ଫୋନକୁ ସବୁଆଡୁ ଧୀରେ ଧୀରେ ଝାଡି ଦିଅନ୍ତୁ।

.ଏହାପରେ ଫୋନକୁ ଭଲ ଭାବରେ ଶୁଖିବା ପାଇଁ ଚାଉଳ ଥିବା ଡବାରେ ମଧ୍ୟ ପୁରାଇ ରଖିପାରିବେ। ଚାଉଳ ଭିତରେ ରଖିବା ଦ୍ଵାରା ଫୋନର ଓଦା ଅଂଶ ଶୁଖିଯାଇଥାଏ। ଏହାବ୍ୟତୀତ ଆପଣ ଫୋନର ପଛ ପାଖକୁ ଖୋଲି ଖରାରେ ମଧ୍ୟ ଅଳ୍ପ ସମୟ ରଖିପାରିବେ। ଧ୍ୟାନ ରଖିବେ ଯେ, ଅଧିକ ସମୟ ଖରାରେ ଫୋନକୁ ରଖିବେ ନାହିଁ।

 

. ଯେତେବେଳେ ଆପଣଙ୍କ ଫୋନ ସ୍ଵିଚ ଅଫ ଖୋଲିଯିବ ତୁରନ୍ତ ସେଥିରୁ ଥିବା ସମସ୍ତ ଡାଟାର ବ୍ୟାକ ଅପ କରିନିଅନ୍ତୁ। ହୋଇପାରେ ଫୋନର କିଛି ଅଂଶ ଖରାପ ହୋଇଯାଇଥିବ, ଯାହାଫଳରେ ଆପଣ ସବୁଦିନ ପାଇଁ

ଡାଟା ହରାଇପାରନ୍ତି।

 

.ଓଦା ହୋଇଯିବା ପରେ ସ୍ମାର୍ଟଫୋନକୁ କେବେବି ହେୟାରଡ୍ରାୟରରେ ଶୁଖାନ୍ତୁ ନାହିଁ। ହେୟାର ଡ୍ରାୟରରୁ ବହୁତ ଗରମ ପବନ ବାହାରିଥାଏ ଓ ଏହାଦ୍ଵାରା ଫୋନରା କିଛି ଅଂଶ ଖରାପ ହେବାର ସମ୍ଭାବନା ମଧ୍ୟ ରହିଥାଏ। ଏହାବ୍ୟତୀତ ଗରମ ଓଭାନ ପାଖରେ ମଧ୍ୟ ଏହାକୁ ରଖନ୍ତୁ ନାହିଁ।

 

.ଫୋନ ଓଦା ହୋଇଯିବା ପରେ ଏହାକୁ ସଙ୍ଗେ ସଙ୍ଗେ ଚାର୍ଜ କରନ୍ତୁ ନାହିଁ, ଏହାଦ୍ଵାରା ଶଟସର୍କିଟ ହେବାର ଆଶଙ୍କା ମଧ୍ୟ ରହିଥାଏ। ଏହାବ୍ୟତୀତ ଫୋନ ମଧ୍ୟରେ କୌଣସି ମୁନିଆ ଜିନିଷ ପୁରାଇବାକୁ ଚେଷ୍ଟା କରନ୍ତୁ ନାହିଁ, ଏହାଫଳରେ ପାଣି ଆପଣଙ୍କ ମୋବାଇଲରେ ଅଧିକ ଭିତରକୁ ଯିବାର ଆଶଙ୍କା ରହିଥାଏ।

 

.ଯଦି ଆପଣଙ୍କ ମୋବାଇଲ କିଣିବାର ୱାରେଣ୍ଟି ସମୟ ମଧ୍ୟରେ ଏହା ପାଣିରେ  ପଡିଯାଇଛି ତେବେ ତୁରନ୍ତ ଏହାକୁ ସର୍ଭିସ ସେଣ୍ଟରକୁ ନେଇଯାଆନ୍ତୁ।

            

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon