କ୍ରିକେଟ ୱାର୍ଲ୍ଡକପ ପାଇଁ ଶୀଘ୍ର ଆରମ୍ଭ ହୋଇପାରେ ଆଇପିଏଲ 12

Saturday, November 10, 2018

(ବେତାର ବ୍ୟୁରୋ) କ୍ରିକେଟ ୱାର୍ଲ୍ଡକପ 2019 ଆସନ୍ତା ବର୍ଷ ମେ’ ମାସରେ ଆରମ୍ଭ ହେବାକୁ ଯାଉଛି। ତେବେ ୱାର୍ଲ୍ଡକପକୁ ଆଖି ଆଗରେ ରଖି ଇଣ୍ଡିଆନ ପ୍ରିମିୟର ଲିଗ-2019 ସଂସ୍କରଣ ନିର୍ଦ୍ଧାରିତ ସମୟର ଦୁଇ ସପ୍ତାହ ଆଗରୁ ଆରମ୍ଭ ହୋଇପାରେ ବୋଲି ଖବର ମିଳିଛି। ଏପରି କରିବା ଦ୍ଵାରା ଭାରତୀୟ ଖେଳାଳୀ ମାନଙ୍କୁ ଆରାମ କରିବାକୁ ଉପଯୁକ୍ତ ସମୟ ମିଳିବ ଓ ୱାର୍ଲ୍ଡକପରେ ସେମାନେ ଭଲ ପ୍ରଦର୍ଶନ କରିପାରିବେ ବୋଲି ଭାରତୀୟ ଦଳ ତରଫରୁ ଅନୁରୋଧ କରାଯାଇଛି।

 

ESPNcricinfoରେ ପ୍ରକାଶିତ ଖରବ ଅନୁଯାୟୀ, 2019 ମସିହାରେ ଆଇପିଏଲ ଦୁଇ ସପ୍ତାହ ଆଗରୁ ଅର୍ଥାତ ମାର୍ଚ୍ଚ ମାସ 23 ତାରିଖରୁ ଆରମ୍ଭ ହୋଇପାରେ। ଗତ ମାସରେ କମିଟି ଅଫ ଆଡମିନିଷ୍ଟ୍ରେଟର (COA) ଓ ବୋର୍ଡ’ର ସିନିୟର ମ୍ୟାନେଜମେଣ୍ଟ ଟିମ ସହିତ ହୋଇଥିବା ମିଟିଙ୍ଗରେ ଭାରତୀୟ ଦଳର ଫାଷ୍ଟ ବୋଲରଙ୍କୁ ୱାର୍ଲ୍ଡକପ ପୂର୍ବରୁ ଅତିକମରେ ଦୁଇ ସପ୍ତାହ ପାଇଁ ବିଶ୍ରାମ ଦିଆଯାଉ ବୋଲି ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଓ କୋଚ ରବି ଶାସ୍ତ୍ରୀ ପ୍ରସ୍ତାବ ରଖିଥିଲେ।

ଦିଲ୍ଲୀ ଓ ହାଇଦ୍ରାବାଦରେ ହୋଇଥିବା ଏହି ଦୁଇଟି ମିଟିଙ୍ଗରେ ଭାରତୀୟ ଦିନିକିଆ ଦଳର ଉପଅଧିନାୟକ ରୋହିତ ଶର୍ମା ଓ ଭାରତୀୟ ଟେଷ୍ଟ ଦଳର ଉପଅଧିନାୟକ ଅଜିଙ୍କ୍ୟା ରାହାଣେଙ୍କ ସହିତ ସିଲେକ୍ସନ କମିଟିର ଚେୟାରମ୍ୟାନ ଏମ.ଏସ.କେ ପ୍ରସାଦ ମଧ୍ୟ ଉପସ୍ଥିତ ଥିଲେ।

 

ଆଇପିଏଲର ସି.ଇ.ଓ ହେମାଙ୍ଗ ଆମିନ କମିଟି ଅଫ ଆଡମିନିଷ୍ଟ୍ରେଟର (COA)କୁ ସୂଚନା ଦେଇଛନ୍ତି ଯେ, ଭାରତୀୟ ଦଳ ତରଫରୁ ଦିଆଯାଇଥିବା ଏହି ପ୍ରସ୍ତାବ ଉପରେ ଆଇପିଏଲର ସମସ୍ତ ଫ୍ରାଞ୍ଚାଇଜ ଠାରୁ ସମ୍ମତି ଆଣିବାକୁ ପଡିବ। ଅନ୍ୟ ପଟେ ଇଂଲଣ୍ଡର କ୍ରିକେଟ ବୋର୍ଡ ଓ ଅଷ୍ଟ୍ରେଲିଆର କ୍ରିକେଟ ବୋର୍ଡ ତରଫରୁ ସୂଚନା ଦିଆଯାଇଛି ଯେ, ତାଙ୍କ ଦେଶର ଖେଳାଳୀମାନେ ଆଇପିଏଲ ଖେଳିବା ପାଇଁ ମେ’ ମାସ 1 ତାରିଖ 2019 ପର୍ଯ୍ୟନ୍ତ ଉପଲବ୍ଧ ରହିପାରିବେ। ଏହାପରେ ଖେଳାଳୀ ମାନଙ୍କୁ ୱାର୍ଲ୍ଡକପର ପ୍ରସ୍ତୁତି ପାଇଁ ନିଜ ନିଜ ଦେଶକୁ ଯିବାକୁ ପଡିବ।

 

ମୁମ୍ବାଇ ମିରରରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଆଇପିଏଲ 2019 ପାଇଁ ଡିସେମ୍ବର ମାସ 17 ଓ 18 ତାରିଖରେ ଜୟପୁରରେ ଅକ୍ସନ ହେବ। ତେବେ ଦଳ ପାଇଁ ଖେଳାଳୀ କିଣିବା ଆଗରୁ ଫ୍ରାଞ୍ଚାଇଜମାନେ ଆଇପିଏଲର ମ୍ୟାଚ ସ୍ଥାନ ଗୁଡିକ ବିଷୟରେ ଜାଣିବା ପାଇଁ ଅପେକ୍ଷା କରିଛନ୍ତି।  ଆଇପିଏଲ ସମୟରେ ଦେଶରେ ସାଧାରଣ ନିର୍ବାଚନ ହେବାର ଅନୁମାନ କରାଯାଉଥିବାରୁ 2019ରେ ଆଇପିଏଲ ସାଉଥ ଆଫ୍ରିକା କିମ୍ବା ୟୁଏଇ କୁ ସ୍ଥାନାନ୍ତର ହେବାର ମଧ୍ୟ ଆଶଙ୍କା ରହିଛି।

 

ତେବେ ଆସନ୍ତା ବର୍ଷ ମେ’30ରୁ ଆରମ୍ଭ ହେବାକୁ ଥିବା ୱାର୍ଲ୍ଡକପରେ ଭାରତ ତାର ପ୍ରଥମ ମ୍ୟାଚ ସାଉଥଆଫ୍ରିକା ବିପକ୍ଷରେ ଜୁନ 5 ତାରିଖରେ ଖେଳିବ।

 

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon