ଲେଦର ବ୍ୟାଗକୁ ଅଧିକ ଦିନଯାଏଁ ନୂଆ ରଖିବା ପାଇଁ ଜାଣନ୍ତୁ ଏହି ଟିପ୍ସ

Monday, November 12, 2018

(ବେତାର ବ୍ୟୁରୋ) ଲେଦର ବ୍ୟାଗ ଆପଣଙ୍କ ଲୁକକୁ ଅଧିକ ଷ୍ଟାଇଲିଶ କରିବାରେ ସାହାଯ୍ୟ କରିଥାଏ। ଅଫିସ ଯାଉଥିବା ଅଧିକ ମହିଳା ଏହି ଲେଦର ବ୍ୟାଗକୁ ବ୍ୟବହାର କରିବାକୁ ପସନ୍ଦ କରିଥାଆନ୍ତି, କାରଣ ଏହା ତାଙ୍କର ବ୍ୟକ୍ତିତ୍ଵକୁ ଅଧିକ ଷ୍ଟାଇଲିସ କରିଥାଏ। ତେବେ ନିୟମିତ ଭାବରେ ଲେଦର ବ୍ୟାଗ ବ୍ୟବହାର କରୁଥିଲେ ଏହାର ଯତ୍ନ ନେବା ମଧ୍ୟ ଜରୁରୀ ହୋଇଯାଇଥାଏ। ଅଧିକ ଟଙ୍କା ଖର୍ଚ୍ଚ କରି ଲେଦର ବ୍ୟାଗ କିଣିବା ସହଜ ହୋଇଥାଏ କିନ୍ତୁ ଅଧିକ ସମୟ ପର୍ଯ୍ୟନ୍ତ ଏହାକୁ ନୂଆପରି ରଖିବା କଷ୍ଟକର ହୋଇଥାଏ।

 

ଯଦି ଆପଣ ମଧ୍ୟ ନିୟମିତ ଭାବରେ ଲେଦର ବ୍ୟାଗର ବ୍ୟବହାର କରୁଛନ୍ତି ତେବେ ଜାଣିରଖନ୍ତୁ ଏହାର ଯତ୍ନ କିପରି ନେବେ।

 

.ଲେଦର ବ୍ୟାଗ କିଣିବାର ପ୍ରଥମ ଦିନରୁ  ହିଁ ଏହାର ଯତ୍ନ ନେବା ଜରୁରୀ। ଏଥିପାଇଁ ପ୍ରତି ତିନି ମାସରେ ଥରେ ପ୍ରୋଟେକ୍ସନ କ୍ରିମର ବ୍ୟବହାର କରନ୍ତୁ। ଏହାଦ୍ଵାରା ଆପଣଙ୍କର ବ୍ୟାଗ ପୁରୁଣା ଦେଖାଯାଇ ନ ଥାଏ ଓ କୌଣସି ଦାଗ ମଧ୍ୟ ରହିନଥାଏ।

 

.ଲେଦର ବ୍ୟାଗକୁ କେବେବି ପ୍ଲାଷ୍ଟିକ ଡବା ବା ପ୍ଲାଷ୍ଟିକ ଥାକ ମଧ୍ୟରେ ରଖନ୍ତୁ ନାହିଁ। ଏପରି କରିବା ଦ୍ଵାରା ଲେଦର ବ୍ୟାଗ ଓଦାଳିଆ ଲାଗିଥାଏ। ସେହିପରି ଭାବରେ ବ୍ୟାଗର ଆକାରକୁ ଠିକ ଭାବରେ ରଖିବା ପାଇଁ ବ୍ୟାଗ ଭିତରେ ସ୍କାର୍ଫ, ସ୍ଵେଟର, ଟିସୂ ପେପର, ପୁରୁଣା ଖବର କାଗଜ କିମ୍ବା ଏକା ଛୋଟ ପର୍ସ ରଖନ୍ତୁ।

 

.ଯଦି ଲେଦର ବ୍ୟାଗରେ କିଛି ଦାଗ ଲାଗିଯାଏ ତେବେ ଏହାକୁ ସଫା କରିବା ପାଇଁ ଭିନେଗାର ବ୍ୟବହାର କରନ୍ତୁନାହିଁ। ଏଥିରେ ରାସାୟନିକ ପଦାର୍ଥ  ରହିଥାଏ ଯାହାକି ବ୍ୟାଗର ରଙ୍ଗକୁ ଖରାପ କରିଥାଏ।

 

.ବ୍ୟାଗରେ ନିଜର ମେକଅପ ସାମଗ୍ରୀ ରଖୁଥିଲେ, ଏହି ସାମଗ୍ରୀକୁ ସବୁବେଳେ ଏକ ଡବା ମଧ୍ୟରେ ରଖନ୍ତୁ। ଧ୍ୟାନ ରଖନ୍ତୁ ଯେପରି କୌଣସି ତରଳ ପଦାର୍ଥ ଯେପରି ବ୍ୟାଗ ମଧ୍ୟରେ ଢାଳିନଯାଏ। ଯଦି ଆପଣଙ୍କ ବ୍ୟାଗରେ ଗ୍ରୀସର ଦାଗ ଲାଗିଯାଏ ତେବେ ଏହାକୁ ବିନା ପାଣିରେ ସଫା କରନ୍ତୁ।

.ଶୀତଦିନରେ ବ୍ୟାଗକୁ ସପ୍ତାହକୁ ଥରେ ଖରାରେ ଶୁଖାଇ ଦିଅନ୍ତୁ। ଏହାଛଡା ନିୟମିତ ଭାବରେ ବ୍ୟବହାର କରୁଥିବା ବ୍ୟାଗକୁ ସପ୍ତାହକୁ ଥରେ ନିଶ୍ଚିନ୍ତ ସଫା କରନ୍ତୁ। ଏଥିପାଇଁ ଅଳ୍ପ ଗରମ ପାଣିରେ ଅଳ୍ପ ତରଳ ସାବୁନ ମିଶାନ୍ତୁ। ଏକ ନରମ କପଡା ସାହାଯ୍ୟରେ ବ୍ୟାଗର ଉପର ଭାଗକୁ ପୋଛି ସଫା କରନ୍ତୁ। ଏହାପରେ ତୁରନ୍ତ ଏକ ସଫା ଶୁଖିଲା କପଡାରେ ପୋଛି ଦିଅନ୍ତୁ।

 

.ବ୍ୟାଗର ଭିତର ପାଖ ମଧ୍ୟ ବାହାର ପାଖ ପରି ଅପରିଷ୍କାର ହୋଇଥାଏ।  ନିୟମିତ ଭାବରେ ଏହି ବ୍ୟାଗକୁ ବ୍ୟବହାର କରୁଥିଲେ ନିୟମିତ ଭାବରେ ଏହାକୁ ସଫା ମଧ୍ୟ କରିବା ଆବଶ୍ୟକ। ଏଥିପାଇଁ ପ୍ରଥମେ ବ୍ୟାଗ ଭିତରେ ଥିବା ସାମଗ୍ରୀକୁ କାଢି ଦିଅନ୍ତୁ ଓ ଏକ ବ୍ରଶ ସାହାଯ୍ୟରେ ସଫା କରନ୍ତୁ। କିଛି ଦାଗ ଲାଗିଥିଲେ ସାବୁନ ଓ ପାଣିରେ କେବଳ ଭିତର ପାଖକୁ ଧୁଅନ୍ତୁ। ଶୁଖିଯିବା ପରେ ଜିନିଷ ବ୍ୟାଗ ଭିତରେ ରଖନ୍ତୁ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon