ପଢନ୍ତୁ : ଆଇପିଏଲ-2019ର କିଛି ମ୍ୟାଚ ଖେଳିପାରିବେନି ଅଷ୍ଟ୍ରେଲିଆ ଖେଳାଳୀ

Thursday, November 15, 2018

(ବେତାର ବ୍ୟୁରୋ) ଆସନ୍ତା ବର୍ଷ ମେ ମାସରେ କ୍ରିକେଟ ୱାର୍ଲ୍ଡକପ ଖେଳାଯିବ। ଏହାପୂର୍ବରୁ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ମଧ୍ୟ ଖେଳାଯିବ। ୱାର୍ଲ୍ଡକପକୁ ଆଖି ଆଗରେ ରଖି ଆଇପିଏଲ ୨୦୧୯କୁ ନିର୍ଦ୍ଧାରିତ ଆଗରୁ ଆରମ୍ଭ କରାଯିବ ବୋଲି ମଧ୍ୟ ସୂଚନା ମିଳିଛି। ତେବେ ଆଇପିଏଲର ଶେଷ ଦୁଇ କିମ୍ବା ତିନି ସପ୍ତାହରେ ଥିବା ମ୍ୟାଚ ଗୁଡିକରେ ଅଷ୍ଟ୍ରେଲିଆ ଖେଳାଳୀ ଖେଳିପାରିବେ ନାହିଁ ବୋଲି କ୍ରିକେଟ ଅଷ୍ଟ୍ରେଲିଆ ତରଫରୁ ସୂଚନା ଦିଆଯାଇଛି।

 

କ୍ରିକେଟ ଅଷ୍ଟ୍ରେଲିଆ ତରଫରୁ ସୂଚନା ଦିଆଯାଇଛି ଯେ, ଆସନ୍ତା କ୍ରିକେଟ ୱାର୍ଲ୍ଡକପ ୨୦୧୯ ପାଇଁ ଚୟନ କରାଯାଇଥିବା ପନ୍ଦର ଜଣ ଅଷ୍ଟ୍ରେଲିଆର ଖେଳାଳୀ ମାନଙ୍କୁ ଇଣ୍ଡିଆନ ପ୍ରିମିୟର ଲିଗ-୨୦୧୯ର  ଶେଷ ଦୁଇ-ତିନି ସପ୍ତାହ ଖେଳିବାକୁ ସ୍ଵୀକୃତି ମିଳିବ ନାହିଁ। ଯାହାଫଳରେ ଖେଳାଳୀମାନେ ୱାର୍ଲ୍ଡକପ ପାଇଁ ଭଲ ଭାବରେ ପ୍ରସ୍ତୁତି କରିପାରିବେ।

 

କ୍ରିକେଟ ଅଷ୍ଟ୍ରେଲିଆ ତରଫରୁ ସ୍ପଷ୍ଟ କରି କୁହାଯାଇଛି ଯେ, ଅଷ୍ଟ୍ରେଲିଆ ଦଳ ୱାର୍ଲ୍ଡକପ ପାଇଁ ପ୍ରାଥମିକତା ଦେବ ଏବଂ ଆଇପିଏଲରେ ଖେଳିବା ଲାଗି ସ୍ଵୀକୃତି ପାଇବା ପାଇଁ ଖେଳାଳୀମାନଙ୍କୁ ଶେଫିଲ୍ଡ ଶିଲ୍ଡ ଓ ରାଷ୍ଟ୍ରୀୟ ପ୍ରତିବଦ୍ଧତା ପୂରଣ କରିବାକୁ ପଡିବ। ଅଷ୍ଟ୍ରେଲିଆରେ ଛଅଟି ରାଜ୍ୟକୁ ନେଇ ଖେଳଯାଉଥିବା ଡୋମେଷ୍ଟିକ ଫାଷ୍ଟକ୍ଳାସ କ୍ରିକେଟ ଟୁର୍ଣ୍ଣାମେଣ୍ଟକୁ ଶେଫିଲ୍ଡ ଶିଲ୍ଡ କୁହାଯାଇଥାଏ।

 

ଏହି ଶେଫିଲ୍ଡ ଶିଲ୍ଡର ଶେଷ ମ୍ୟାଚ ମାର୍ଚ୍ଚ ୨୦ ତାରିଖରୁ ୨୩ ତାରିଖ ମଧ୍ୟରେ ଖେଳାଯିବ। ଏହାପରେ ଅଷ୍ଟ୍ରେଲିଆ ଦଳ ପାକିସ୍ଥାନ ବିରୁଦ୍ଧରେ ଏକଦିବସୀୟ ମ୍ୟାଚ ମଧ୍ୟ ଖେଳିବ। ଏହି ମ୍ୟାଚ ବିଷୟରେ କିଛି ସୂଚନା ମିଳିନଥିଲେ ମଧ୍ୟ ଏହା ମାର୍ଚ୍ଚ ୧୫ତାରିଖରୁ ୨୯ ତାରିଖ ମଧ୍ୟରେ ଆୟୋଜନ କରାଯିବ।

କ୍ରିକେଟ ଅଷ୍ଟ୍ରେଲିଆର ଅଧିକାରୀ ବେଲିଣ୍ଡା କ୍ଲାର୍କ କହିଛନ୍ତି, “ଏହା ବହୁତ କଠିନ ସମୟ ଅଟେ, କାରଣ କ୍ରିକେଟ ୱାର୍ଲ୍ଡକପ ପାଇଁ ଆଇପିଏଲ-୨୦୧୯ ନିର୍ଦ୍ଧାରିତ ସମୟ ଆଗରୁ ଖେଳାଯିବ ଓ ସେହି ସମୟରେ ଅଷ୍ଟ୍ରେଲିଆର ଘରୋଇ ମ୍ୟାଚ ମଧ୍ୟ ଖେଳାଯିବ। ‘ଶେଫିଲ୍ଡ ଶିଲ୍ଡ’ର ସମ୍ମାନ କରିବା ଆମର କର୍ତ୍ତବ୍ୟ ଅଟେ ଓ ଏହାସହିତ ୱାର୍ଲ୍ଡକପ ପାଇଁ ଦଳକୁ ଭଲ ଭାବରେ ପ୍ରସ୍ତୁତି ମଧ୍ୟ କରିବାକୁ ପଡିବ।“

 

ସେ ଆହୁରି ମଧ୍ୟ କହିଛନ୍ତି, “ ଏପରି କରିବା ଆମପାଇଁ ସହଜ ନୁହେଁ। ଆମକୁ ସଠିକ ସନ୍ତୁଳନ ରକ୍ଷା କରିବାକୁ ପଡିବ ଯାହାଫଳରେ ଖେଳାଳୀମାନେ ନିଜର ବିକଳ୍ପ ଉପରେ ବିଚାର କରିପାରିବେ ଓ ଦଳ ପାଇଁ କଣ ଠିକ ଅଟେ ତାହା ମଧ୍ୟ ବାଛି ପାରିବେ।“

 

ଆଇପିଏଲ-୨୦୧୯ରେ ଖେଳିବେନି ମିଚେଲ ଷ୍ଟାର୍କ

କୋଲକାତା ନାଇଟ ରାଇଡ଼ର୍ସ ଦ୍ଵାରା ମିଚେଲ ଷ୍ଟାର୍କଙ୍କୁ ଦଳରୁ ରିଲିଜ କରାଯିବା ପୂର୍ବରୁ ଅଷ୍ଟ୍ରେଲିଆର ଫାଷ୍ଟ ବୋଲର ମିଚେଲ ଷ୍ଟାର୍କ ସ୍ପଷ୍ଟ କରିଦେଇଛନ୍ତି ଯେ, ଆଇପିଏଲ-୨୦୧୯ ଖେଳାଳୀ ନିଲାମରେ ସେ ନିଜକୁ ଉପଲବ୍ଧ ରଖିବେ ନାହିଁ। ଆଇପିଏଲରେ ଅଷ୍ଟ୍ରେଲିଆର ଅଧିକାଂଶ ଖେଳିଥାଆନ୍ତି। ଦର୍ଶକମାନେ ମଧ୍ୟ ଅଷ୍ଟ୍ରେଲିଆ ଖେଳାଳୀଙ୍କୁ ଆଇପିଏଲରେ ଖୁବ ପସନ୍ଦ କରିଥାଆନ୍ତି।

  

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©2020 Betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon