ପଢନ୍ତୁ : ଶୀତଦିନେ ଶରୀର ପାଇଁ ନଡିଆ ତେଲର 7 ଉପଯୋଗୀତା

Sunday, November 18, 2018

(ବେତାର ବ୍ୟୁରୋ) ନଡିଆ ତେଲରେ ଅନେକ ପ୍ରକାର ଔଷଧୀୟ ଗୁଣ ରହିଛି। ଏହାର ବ୍ୟବହାର କରିବା ଦ୍ଵାରା ଅନେକ ଫାଇଦା ମିଳିଥାଏ। କେଶ ଓ ତ୍ଵଚାକୁ ସୁସ୍ଥ ରଖିବାରେ ଏହା ସାହାଯ୍ୟ କରିଥାଏ। ଅଧିକାଂଶ ଲୋକ ଏହାକୁ ବ୍ୟବହାର କରିଥାନ୍ତି। ବର୍ତ୍ତମାନ ଶୀତଋତୁ ଆରମ୍ଭ ହୋଇଗଲାଣି। ଏହି ସମୟରେ ତ୍ଵଚା ଅଧିକ ଶୁଷ୍କ ହୋଇଯାଇଥାଏ ଓ ଏହି ସମୟରେ ନଡିଆତେଲ ଆପଣଙ୍କ ପାଇଁ ମହୋଷଧି ଭାବରେ କାମ କରିଥାଏ।

ଶୀତଦିନେ ନଡିଆତେଲର ବ୍ୟବହାର କରିବା ଦ୍ଵାରା କଣ ଫାଇଦା ମିଳିଥାଏ ଜାଣିରଖନ୍ତୁ।

 

୧.କେଶ କଣ୍ଡିସନର: ଶୀତଦିନେ ଥଣ୍ଡା ପାଣି ଓ ଥଣ୍ଡା ପବନ ଯୋଗୁଁ କେଶ ଶୁଖିଲା ହୋଇଯାଇଥାଏ। କେଶକୁ ଶୁଷ୍କ ହେବାରୁ ରକ୍ଷା ପାଇବା ପାଇଁ ଶୋଇବା ଆଗରୁ କେଶରେ ଉପଯୁକ୍ତ ପରିମାଣର ନଡିଆ ତେଲ ଲଗାନ୍ତୁ। ନଡିଆ ତେଲରେ ଥିବା ଭିଟାମିନ-ଇ କେଶକୁ ପୋଷଣ ଯୋଗାଇଥାଏ ଓ ମଜଭୁତ କରିଥାଏ।

୨.ମେକଅପ ରିମୁଭର: ନିୟମିତ ଭାବରେ ବ୍ୟବହାର କରୁଥିବା ମେକଅପ ରିମୁଭର ଶୀତଦିନରେ ଆପଣଙ୍କ ତ୍ଵଚାରେ ଅଧିକ ମଜଭୁତ ହୋଇଥାଏ। ତେଣୁ ଏହା ପରିବର୍ତ୍ତେ ନଡିଆ ତେଲର ବ୍ୟବହାର କରନ୍ତୁ। ନଡିଆ ତେଲ ଆପଣଙ୍କ ତ୍ଵଚାରୁ ମେକଅପ ହଟାଇବାରେ ସାହାଯ୍ୟ କରିଥାଏ। ଏହାସହିତ ଆପଣଙ୍କ ତ୍ଵଚାକୁ ମଶ୍ଚୁରାଇଜ ମଧ୍ୟ କରିଥାଏ।

 

୩.ଶୁଷ୍କ ତ୍ଵଚା ହଟେଇଥାଏ : ଶୀତଦିନେ ତ୍ଵଚାରୁ ମୃତ କୋଷିକା ଗୁଡିକୁ ଦୂର କରିବା ପାଇଁ ନଡିଆ ତେଲ ବିଶେଷ ସହାୟକ ହୋଇଥାଏ। ନଡିଆ ତେଲକୁ ନେଇ ତ୍ଵଚାରେ ଧୀରେ ଧୀରେ ଘଷନ୍ତୁ, ଏହା ମୃତକୋଷିକାକୁ ଦୂର କରିଥାଏ। ଶରୀର ସମସ୍ତ ଅଙ୍ଗରେ ଏହାକୁ ବ୍ୟବହାର କରିପାରିବେ।

 

୪.ବଡି କ୍ରିମ : ଶୀତଦିନେ ଶୁଖିଲା ତ୍ଵଚା ପାଇଁ ଏହା ବଡି ଲୋଶନ ଭାବରେ ମଧ୍ୟ କାମ କରିଥାଏ। ବଜାରରୁ ଦାମୀ ବଡି ଲୋଶନ କିଣିବା ପରିବର୍ତ୍ତେ ନଡିଆ ତେଲକୁ ଆପଣ ବ୍ୟବହାର କରିପାରିବେ। ଶୋଇବା ଆଗରୁ ଏହାକୁ ଶରୀରର ସମସ୍ତ ଭାବରେ ଭଲ ଭାବରେ ମସାଜ କରନ୍ତୁ। ସକାଳକୁ ଆପଣଙ୍କ ତ୍ଵଚା ଆଉ ଶୁଖିଲା ଲାଗିବ ନାହିଁ।

୫. ଲିପବାମ୍ : ସବୁ ଝିଅମାନେ ଲିପଷ୍ଟିକ ଲଗାଇବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଶୀତଦିନେ ଲିପଷ୍ଟିକ ଲଗାଇବା ଦ୍ଵାରା ଆପଣଙ୍କ ଓଠ ଶୁଖିଲା ଦେଖାଯାଇଥାଏ। ଏଥିପାଇଁ ଲିପବାମ୍ ଭାବରେ ଆପଣ ନଡିଆ ତେଲକୁ ବ୍ୟବହାର କରିପାରିବେ। ଏହାବ୍ୟତୀତ ଯେଉଁ ବ୍ୟକ୍ତିଙ୍କର ଶୀତଦିନେ ଓଠ ଫାଟୁଥାଏ, ସେମାନେ ଏହାକୁ ଲଗାଇ ପାରିବେ।

 

୬. ସୁନ୍ଦର ନଖ ପାଇଁ ନଡିଆ ତେଲ: ଶୀତଦିନେ ନଖକୁ ସୁନ୍ଦର ରଖିବା ପାଇଁ ନଡିଆତେଲର ବ୍ୟବହାର କରନ୍ତୁ। ହାତ ବା ଗୋଡ ଆଙ୍ଗୁଳିର ନଖ ପାଖରେ ଜମିଥିବା ମୃତ କୋଷିକା ଦୂର କରିବା ପାଇଁ ଏହା ସାହାଯ୍ୟ କରିଥାଏ। ଏଥିପାଇଁ ଶୋଇବା ଆଗରୁ ହାତ ଓ ଗୋଡରେ ଭଲ  ଭାବରେ ନଡିଆ ତେଲ ଲଗାନ୍ତୁ। ଏକ କଟନ ମୋଜା ପିନ୍ଧି ଶୁଅନ୍ତୁ।

 

୭.ସେଭିଙ୍ଗ କ୍ରିମ: ଯଦି ଆପଣ ଶୀତଦିନେ ସେଭିଙ୍ଗ କରିବାକୁ ଚାହୁଁଛନ୍ତି ତେବେ ନଡିଆ ତେଲକୁ ସେଭିଙ୍ଗ କ୍ରିମ ଭାବରେ ବ୍ୟବହାର କରିପାରିବେ। ଏହାକୁ ଲଗାଇବା ଦ୍ଵାରା ସେଭିଙ୍ଗ ପରେ ହେଉଥିବା ପୋଡାଜଳାରୁ ରକ୍ଷା କରିଥାଏ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon