ଘର ଭିତରେ ଦର୍ପଣ ଲଗାଉଥିଲେ ଜାଣନ୍ତୁ ୭ ବାସ୍ତୁ ନିୟମ

Wednesday, November 21, 2018

(ବେତାର ବ୍ୟୁରୋ) ପ୍ରତ୍ୟେକ ଲୋକଙ୍କ ଘରେ ଦର୍ପଣ ରହିଥାଏ। ପ୍ରତିଦିନ ସକାଳୁ ଉଠିବା ପରେ ଦର୍ପଣରେ ମୁହଁ ଦେଖି ନିଜକୁ ପ୍ରସ୍ତୁତ କରିଥାନ୍ତି। ବାହାରକୁ ଯିବା ସମୟରେ ମଧ୍ୟ ଦର୍ପଣ ସାମ୍ନାରେ କିଛି ସମୟ ଠିଆ ହୋଇ ନିଜକୁ ଦେଖିଥାନ୍ତି। କିଛି ଲୋକତ ନିଜ ପର୍ସ ବା ବ୍ୟାଗରେ ଛୋଟ ଦର୍ପଣ ରଖିଥାନ୍ତି। ବାସ୍ତୁଶାସ୍ତ୍ର ଅନୁଯାୟୀ ଘର ମଧ୍ୟରେ ଦର୍ପଣ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିଭାଇଥାଏ। ଏହି ଦର୍ପଣକୁ ଘର ସଠିକ ଦିଗରେ ମଧ୍ୟ ରଖିବା ଆବଶ୍ୟକ।

 

ଯଦି ଘର ମଧ୍ୟରେ ସଠିକ ଦିଗରେ ଦର୍ପଣ ଲାଗିଥାଏ, ତେବେ ଏହାର ଶୁଭପ୍ରଭାବ ଘରର ସମସ୍ତ ସଦସ୍ୟଙ୍କ ଉପରେ ପଡିଥାଏ। ଯଦି ଏହା ଘରର ସଠିକ ଦିଗରେ ଲାଗିନାହିଁ, ତେବେ ଏହା ଆପଣଙ୍କ ଉପରେ କୁପ୍ରଭାବ ମଧ୍ୟ ପକାଇଥାଏ। ତେବେ ଦର୍ପଣକୁ ନେଇ ବାସ୍ତୁଶାସ୍ତ୍ରରେ କଣ ସବୁ ନିୟମ ରହିଛି ଜାଣିରଖନ୍ତୁ।

 

.ଘରର  କବାଟର ଭିତର ପାଖ କୋଣରେ ଦର୍ପଣ ଲଗାନ୍ତୁ ନାହିଁ। ଯଦି ଘରର କବାଟ ଉତ୍ତରପୂର୍ବ କୋଣରେ ରହିଛି ତେବେ ସେଠାରେ ଦର୍ପଣ ଲଗାଇପାରିବେ। ଘରର ଉତ୍ତରପୂର୍ବ ଦିଗରେ ଦର୍ପଣ ଲଗାଇବା ଦ୍ଵାରା ଆର୍ଥିକ ଉନ୍ନତି  ହୋଇଥାଏ। ଏହାସହିତ ଯଦି ଆପଣ ଘରର ଛୋଟ ଓ ସଙ୍କୁଚିତ ସ୍ଥାନରେ ଦର୍ପଣକୁ ଲଗାଇଛନ୍ତି, ତେବେ ଆପଣଙ୍କୁ ଶୁଭଫଳ ମିଳିବ।

.ସବୁବେଳେ ଦର୍ପଣ ସମ୍ମୁଖରେ କିଛି ଶୁଭ ଜିନିଷ ରଖନ୍ତୁ, ଏହାଦ୍ଵାରା ଆପଣଙ୍କ ଘର ମଧ୍ୟରେ ସବୁବେଳେ ସୁଖଶାନ୍ତି ବଜାୟ ରହିବ। ସେହିପରି ଦର୍ପଣକୁ କବାଟ ବା ଝରକା ଆଡକୁ ମୁହଁ କରି ଲଗାନ୍ତୁ ନାହିଁ।

 

.ଘରର କାନ୍ଥରେ ସାମ୍ନାସାମ୍ନି କରି ଦୁଇଟି ଦର୍ପଣ ଲଗାନ୍ତୁ ନାହିଁ। ଏହାଦ୍ଵାରା ଘରର ସଦସ୍ୟଙ୍କ ମଧ୍ୟରେ ଦ୍ଵନ୍ଦ ଓ କଳହ ସୃଷ୍ଟି ହୋଇଥାଏ। ଦର୍ପଣକୁ ଘରର କାନ୍ଥରେ ଅଧିକ ଉଚ୍ଚତାରେ ବା କମ ଉଚ୍ଚତାରେ ଲଗାନ୍ତୁ ନାହିଁ। ଏପରି ଲଗାଇବା ଦ୍ଵାରା ଘରର ସଦସ୍ୟଙ୍କୁ ଶାରୀରିକ ପୀଡା ଭୋଗ କରିବାକୁ ପଡିଥାଏ।

 

.ଦର୍ପଣ ସବୁବେଳେ ସଫା ରହିବା ଉଚିତ। ଅପରିଷ୍କାର ଦର୍ପଣରେ ମୁହଁ ଦେଖିବା ଦ୍ଵାରା ନକରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ। ଭଙ୍ଗା ଦର୍ପଣକୁ ଘର ମଧ୍ୟରେ ରଖନ୍ତୁ ନାହିଁ।

 

. ଘର ମଧ୍ୟରେ ଗୋଲାକାର ଦର୍ପଣ ଲଗାନ୍ତୁ ନାହିଁ। ବାସ୍ତୁ ଅନୁସାରେ ଘର ମଧ୍ୟରେ ଆୟତାକାର ବା ବର୍ଗାକାର ଦର୍ପଣ ଲଗାଇଲେ ଶୁଭଫଳ ମିଳିଥାଏ।

. ବାସ୍ତୁଶାସ୍ତ୍ର ଅନୁଯାୟୀ ଯେଉଁ ଘର ଡାଇନିଙ୍ଗ ଟେବୁଲ ସମ୍ମୁଖରେ ଦର୍ପଣ ଲାଗିଥାଏ, ସେହିଘରେ କେବେବି ଅର୍ଥର ଅଭାବ ହୋଇନଥାଏ।

 

. ଶୟନକକ୍ଷରେ ଦର୍ପଣ ଲଗାନ୍ତୁ ନାହିଁ। ଯଦି ଆପଣ ଶୟନକକ୍ଷରେ ଦର୍ପଣ ଲଗାଇଛନ୍ତି, ତେବେ ଧ୍ୟାନ ରଖନ୍ତୁ ଯେପରି ସକାଳୁ ଉଠିବା ମାତ୍ରେ ଦର୍ପଣରେ ଆପଣଙ୍କ ମୁହଁ ଦେଖାନଯାଏ। ଏଥିପାଇଁ ଏହାକୁ ଖଟ ସମ୍ମୁଖରେ ନରଖି ଅନ୍ୟସ୍ଥାନରେ ରଖନ୍ତୁ।

 

(ବି.ଦ୍ର :ଏହି ବାସ୍ତୁ ତଥା ଜ୍ୟୋତିଷ ଉପାୟ ବିଭିନ୍ନ ଜ୍ୟୋତିର୍ବିଦମାନଙ୍କ ଆଲେଖ୍ୟରୁ ସଂକଳିତ କରାଯାଇଛି । ଏହା ଠିକ କାର୍ଯ୍ୟକାରୀ ହେବା ପାଇଁ ଉପଯୁକ୍ତ ପଦ୍ଧତି ଆପଣେଇବା ତଥା ଦଶା ସ୍ଥିତି ଠିକ ରହିବା ଆବଶ୍ୟକ । ସୁଫଳ ପାଇବାକୁ ହେଲେ କୌଣସି ଅଭିଜ୍ଞ ଜ୍ୟୋତିଷ/ବାସ୍ତୁବିଦଙ୍କ ପରାମର୍ଶ ନିଅନ୍ତୁ )

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon