ଜାଣନ୍ତୁ: ଟ.8,000ରୁ କମରେ ମିଳୁଥିବା 5ଟି ସ୍ମାର୍ଟଫୋନ

Wednesday, November 21, 2018

(ବେତାର ବ୍ୟୁରୋ) ଭାରତରେ ମୋବାଇଲ ବ୍ୟବହାରକାରୀଙ୍କ ମଧ୍ୟରେ ପାଞ୍ଚହଜାରରୁ ଦଶହଜାର ମୂଲ୍ୟର ସ୍ମାର୍ଟଫୋନର ଚାହିଦା ଖୁବ ବେଶୀ। ଗ୍ରାହକମାନେ ଆଶା କରିଥାନ୍ତି ଯେ ଏହି ମୂଲ୍ୟରେ ସ୍ମାର୍ଟଫୋନ ଗୁଡିକରେ ଭଲ କ୍ୟାମେରା, ବ୍ୟାଟେରୀ ଓ ମେମୋରୀ ରହିଥାଉ। ଯାହାଫଳରେ ଗ୍ରାହକମାନେ ନିଜ ବଜେଟ ମଧ୍ୟରେ ଏକ ଭଲ ସ୍ମାର୍ଟଫୋନ ପାଇପାରିବେ। ଗ୍ରାହକମାନଙ୍କ ଚାହିଦାକୁ ଦେଖି ମୋବାଇଲ କମ୍ପାନୀ ଗୁଡିକ ମଧ୍ୟ ଏହି ମୂଲ୍ୟର ସ୍ମାର୍ଟଫୋନ ଗୁଡିକରେ ଅଧିକରୁ ଅଧିକ ଫିଚର ଦେବାପାଇଁ ଚେଷ୍ଟା କରୁଛନ୍ତି, ଯେପରି ଗ୍ରାହକମାନେ ସେହି କମ୍ପାନୀର ମୋବାଇଲ କିଣିବେ।

 

ତେବେ ବର୍ତ୍ତମାନ ବଜାରରେ ଏହି ମୂଲ୍ୟ ମଧ୍ୟରେ କେଉଁ କେଉଁ କମ୍ପାନୀର ସ୍ମାର୍ଟଫୋନ ଗୁଡିକ ଉପଲବ୍ଧ ହେଉଛି ଜାଣିରଖନ୍ତୁ। ଏଥିରେ ଭଲ ମେମୋରୀ ରହିବା ସହିତ ଭଲ ବ୍ୟାଟେରୀ ମଧ୍ୟ ରହୁଛି। ଏହାସହିତ 13mpର କ୍ୟାମେରା ମଧ୍ୟ ରହିଛି।

 

୧.ରେଡମି6A : ରେଡମିର ଏହି ନୂଆ ସ୍ମାର୍ଟଫୋନରେ ଅନେକ ଭଲ ଭଲ ଫିଚର ରହିଛି। ଫୋନର ସବୁଠାରୁ ଖାସ କଥା ହେଉଛି ଏଥିରେ ଥିବା 2+1 ସ୍ଲଟ। ଦୁଇଟିଯାକ ସିମ ସ୍ଲଟ 4G ସପୋର୍ଟ କରୁଛି। ଫୋନର ଡିସପ୍ଲେ 5.45ଇଞ୍ଚ ଅଟେ ଓ ଏହାର କ୍ୟାମେରା 13mpଅଟେ। ଏହି ଫୋନଟି ଚାରି ପ୍ରକାର ରଙ୍ଗରେ ଉପଲବ୍ଧ। ଫୋନରେ 2ଜିବି ରାମ ରହିଛି। 16ଜିବି ଇଣ୍ଟରନାଲ ଷ୍ଟୋରେଜ ଥିବା ମୋବାଇଲର ମୂଲ୍ୟ ଟ.6,500 ହୋଇଥିବା ବେଳେ 32ଜିବି ଇଣ୍ଟରନାଲ ଷ୍ଟୋରେଜ ଥିବା ମୋବାଇଲର ମୂଲ୍ୟ ଟ.7,500 ଅଟେ।

୨.ଆସସ୍ ଜେନଫୋନ ଲାଇଟ L1: ଏହି ଫୋନରେ 2ଜିବି ରାମ ସହିତ 16ଜିବି ମେମୋରୀ ରହିଛି। ଫୋନରେ 13mpର ରିଅର କ୍ୟାମେରା ରହିଥିବା ବେଳେ 5mpର ଫ୍ରଣ୍ଟ କ୍ୟାମେରା ରହିଛି। 3000mahର ଦମଦାର ବ୍ୟାଟେରୀ ସହିତ କ୍ଵାଲକମ ସ୍ନାପଡ୍ରାଗନ 430 ପ୍ରୋସେସର ଭଲ ସ୍ପିଡ ଦେଇଥାଏ। ଏହାର ମୂଲ୍ୟ ମାତ୍ର ଟ.5,999 ଅଟେ।

 

୩.ରିଅଲମିC1: କମ ମୂଲ୍ୟ ଓ ବଡ ସ୍କ୍ରିନ ପାଇଁ ରିଅଲମି’ର ଏହି ଫୋନ ଅନ୍ୟ ବ୍ରାଣ୍ଡକୁ କଡା ଟକ୍କର ଦେବ। ଫୋନରେ 4230mahର ବ୍ୟାଟେରୀ ମଧ୍ୟ ରହିଛି। 2ଜିବି ରାମ ସହିତ 16ଜିବି ଇଣ୍ଟରନାଲ ମେମୋରୀ ରହିଛି। ଏକ୍ସଟରନାଲ ମେମୋରୀ ସାହାଯ୍ୟରେ 256ଜିବି ପର୍ଯ୍ୟନ୍ତ ଅଧିକ କରାଯାଇ ପାରିବ।ଏହାର ମୂଲ୍ୟ ଟ.7,999 ଅଟେ।

 

୪.ଅନର7S: ହନର କମ୍ପାନୀର ଏହି ମୋବାଇଲରେ 2ଜିବି ରାମ +16ଜିବି ମେମୋରୀ ରହିଛି। ଫୋନରେ 13mpର ରିଅର କ୍ୟାମେରା ରହିଥିବା ବେଳେ 5mpର ଫ୍ରଣ୍ଟ କ୍ୟାମେରା ରହିଛି। ଏହାର ବ୍ୟାଟେରୀ ପାୱାର3020mah ଅଟେ। ଫୋନକୁ ଭଲ ସ୍ପିଡ ଦେବା ପାଇଁ ଏଥିରେ ମେଡିଆଟେକ MT6738 କ୍ଵାଣ୍ଟେକ୍ସ A53 ପ୍ରୋସେସର ରହିଛି। ଏହାର ମୂଲ୍ୟ ଟ.5,999 ଅଟେ।

 

୫.ସାମସଙ୍ଗ ଗାଲାକ୍ସି J2(2018): ସାମସଙ୍ଗ ତରଫରୁ 2018 ମସିହାରେ ସାମସଙ୍ଗJ2 ନୂଆ ଫିଚର ସହିତ ଲଞ୍ଚ କରାଯାଇଛି। ଏଥିରେ 5mpଫ୍ରଣ୍ଟ କ୍ୟାମେରା ରହିଛି ଓ 8mp ବ୍ୟାକ କ୍ୟାମେରା ମଧ୍ୟ ରହିଛି। ଫୋନରେ ସ୍ନାପଡ୍ରାଗନ 450ପ୍ରୋସେସର ଲାଗିଛି ଓ ଏହାର ମୂଲ୍ୟ ଟ.6,990 ଅଟେ।

         

    

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon