ବିରାଟ କୋହଲିଙ୍କ ପାଇଁ ଅଡୁଆ ହୋଇପାରନ୍ତି ଏହି ଅଷ୍ଟ୍ରେଲୀୟ ବୋଲର

Saturday, November 24, 2018

(ବେତାର ବ୍ୟୁରୋ) ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ତିନିଟି ଟି-ଟ୍ୱେଣ୍ଟି ସିରିଜରେ ତୃତୀୟ ମ୍ୟାଚ ନଭେମ୍ବର 25 ତାରିଖ ରବିବାର ଖେଳାଯିବ। ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚରେ ଅଷ୍ଟ୍ରେଲିଆ ଭାରତକୁ  ଚାରି ରନରେ ପରାସ୍ତ କରିଥିଲା। ଏହାପରେ ଦ୍ଵିତୀୟ ଟି-ଟ୍ୱେଣ୍ଟି ମ୍ୟାଚ ବର୍ଷା ଯୋଗୁଁ ବାତିଲ ହୋଇଯାଇଥିଲା। ଏଥିପାଇଁ ତୃତୀୟ ଟି-ଟ୍ୱେଣ୍ଟି ମ୍ୟାଚର ପରିଣାମ ଉଭୟ ଦଳ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ ଅଟେ। ତେବେ ତୃତୀୟ ଟି-ଟ୍ୱେଣ୍ଟି ପାଇଁ ଅଷ୍ଟ୍ରେଲିଆ ଦଳର ବାମହାତି ସ୍ପିଡ ବୋଲର ମିଚେଲ ଷ୍ଟାର୍କଙ୍କୁ ଦଳରେ ସାମିଲ କରାଯାଇଛି। ଯାହା ବିରାଟ କୋହଲିଙ୍କ ପାଇଁ ଚିନ୍ତାର ବିଷୟ ହୋଇପାରେ।

 

ମିଚେଲ ଷ୍ଟାର୍କଙ୍କୁ ଦଳରେ ଆହାତ ବିଲି ଷ୍ଟାନଲେକଙ୍କ ସ୍ଥାନରେ ସାମିଲ କରାଯାଇଛି। ଗତ ଶୁକ୍ରବାର ମ୍ୟାଚ ପୂର୍ବରୁ ୱାର୍ମ-ଅପ ସେଶନ ସମୟରେ ବିଲି ଷ୍ଟାନଲେକଙ୍କୁ ବାଉଣ୍ଡ୍ରୀ ଲାଇନ ପାଖରେ କ୍ୟାଚ ଧରିବା ସମୟରେ ଆଘାତ ଲାଗିଥିଲା। ଏଥିପାଇଁ ତାଙ୍କୁ ଦଳରୁ ବାହାରିବାକୁ ପଡିଥିଲା। ଦ୍ଵିତୀୟ ମ୍ୟାଚରେ ତାଙ୍କ ସ୍ଥାନରେ ନାଥନ କୁଲ୍ଟର ନାଇଲଙ୍କୁ ଖେଳିବାକୁ ସୁଯୋଗ ଦିଆଯାଇଥିଲା।

 

ଷ୍ଟାର୍କଙ୍କୁ ଦଳରେ ସାମିଲ କରିବାକୁ ନେଇ ଅଷ୍ଟ୍ରେଲିଆ ଦଳର ଅଧିନାୟକ ଆରନ ଫିଞ୍ଚ ଶନିବାର କହିଛନ୍ତି, “ଷ୍ଟାର୍କଙ୍କ ପାଖରେ ସିମୀତ ଓଭର କ୍ରିକେଟର ଭଲ ଅନୁଭବ ଅଛି। ଆମେ ଦେଖିଛୁ ଯେ ସେ ଠିକ ବୋଲିଙ୍ଗ କରି ବ୍ୟାଟ୍ସମ୍ୟାନଙ୍କ ଉପରେ ଅଧିକ ଭାରି ହୋଇଥାନ୍ତି। ଏହି ମ୍ୟାଚରେ ଖେଳିବା ଦ୍ଵାରା ପ୍ରଥମ ଟେଷ୍ଟ ପାଇଁ ସେ ଅଭ୍ୟାସ କରିପାରିବେ।“

 

ଦୁଇବର୍ଷ ପୂର୍ବରୁ ଖେଳିଥିଲେ ଆନ୍ତର୍ଜାତୀୟ ଟି-ଟ୍ୱେଣ୍ଟି ମ୍ୟାଚ

ଅଷ୍ଟ୍ରେଲିଆ ଟେଷ୍ଟ ଦଳର ପ୍ରମୁଖ ବୋଲର ମିଚେଲ ଷ୍ଟାର୍କ 2016 ମସିହାରେ ଶ୍ରୀଲଙ୍କା ବିରୁଦ୍ଧରେ ଶେଷ ଟି-ଟ୍ୱେଣ୍ଟି ମ୍ୟାଚ ଖେଳିଥିଲେ। ଏହି 28ବର୍ଷୀୟ ଖେଳାଳୀ ବର୍ତ୍ତମାନ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ପାଇଁ 45ଟି ଟେଷ୍ଟ, 75ଟି ୱାନ-ଡେ ଓ 22ଟି ଟି-ଟ୍ୱେଣ୍ଟି ମ୍ୟାଚ ଖେଳିଛନ୍ତି ଏବଂ ଟେଷ୍ଟରେ ବର୍ତ୍ତମାନ ପର୍ଯ୍ୟନ୍ତ 186ଟି ୱିକେଟ ନେଇଥିବା ବେଳେ ୱାନ-ଡେ ରେ 145ଟି, ଟି-ଟ୍ୱେଣ୍ଟିରେ 30ଟି ୱିକେଟ ନେଇଛନ୍ତି। ଟେଷ୍ଟ ମ୍ୟାଚରେ ଷ୍ଟାର୍କ ନଅ ଥର ପାଞ୍ଚୋଟି ଲେଖାଏଁ ୱିକେଟ ନେଇଛନ୍ତି ଓ ଥରେ ଦଶଟି ୱିକେଟ ନେଇଛନ୍ତି।   

 

ସିଡନୀରେ ଜିତିବାକୁ ପ୍ରୟାସ କରିବ ଭାରତୀୟ ଦଳ

ଏହି ଟି-ଟ୍ୱେଣ୍ଟି ସିରିଜରେ 0-1ରେ ପଛୁଆ ଥିବା ଭାରତୀୟ ଦଳ ରବିବାର ସିଡନୀରେ ଖେଳିବାକୁ ଥିବା ତୃତୀୟ ଟି-ଟ୍ୱେଣ୍ଟି ମ୍ୟାଚକୁ ଜିତିବା ପାଇଁ ସମସ୍ତ ଚେଷ୍ଟା କରିବ। ଦ୍ଵିତୀୟ ଟେଷ୍ଟ ମ୍ୟାଚ ବର୍ଷା କାରଣରୁ ବାତିଲ ହେବା ପରେ ଭାରତୀୟ ଦଳ ପାଇଁ ଲଗାତର 8ଟି ଟି-ଟ୍ୱେଣ୍ଟି ସିରିଜ ଜିତିବାର ଆଶା ଶେଷ ହୋଇଯାଇଛି। ଏହାପୂର୍ବରୁ ଭାରତୀୟ ଲଗାତର ସାତଟି ଟି-ଟ୍ୱେଣ୍ଟି ସିରିଜ ଜିତି ଆସିଛି। ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ଭାରତୀୟ ଦଳର ଏହି ସିରିଜ ଜିତିବା ସେବେଠାରୁ ଆରମ୍ଭ ହୋଇଥିଲେ, ଯେତେବେଳେ ଗତବର୍ଷ ଅକ୍ଟୋବର ମାସରେ ଅଷ୍ଟ୍ରେଲିଆ ଭାରତକୁ ଖେଳିବା ପାଇଁ ଆସିଥିଲା। ସେହି ସିଜିନରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହୋଇଥିବା ଟି-ଟ୍ୱେଣ୍ଟି ସିରିଜ 1-1ରେ ଟାଇ ରହିଥିଲା।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon