ହକି ଉଦଘାଟନୀ ଉତ୍ସବରେ ଯୋଗଦେବେ ସଲମାନ ; ଛୁଟି ଘୋଷଣା

Monday, November 26, 2018

 

 

(ବେତାର ବ୍ୟୁରୋ) ହକି ବିଶ୍ଵକପର ଉଦଘାଟନୀ ଉତ୍ସବରେ ବଲିଉଡର ଭାଇଜାନ ସଲମାନ ଖାନ ଯୋଗ ଦେବେ ବୋଲି ରାଜ୍ୟ କ୍ରୀଡା ବିଭାଗ ତରଫରୁ ସୂଚନା ଦିଆଯାଇଛି। ନଭେମ୍ବର 28 ତାରିଖରେ କଟକରେ ଅନୁଷ୍ଠିତ ହେବାକୁ ଥିବା ଉଦଘାଟନୀ ଉତ୍ସବରେ ସଲମାନ ଯୋଗଦେବେ।

 

ଭୁବନେଶ୍ଵର ଓ କଟକରେ ହେବାକୁ ଥିବା ଉଦଘାଟନୀ ଉତ୍ସବରେ ଓସ୍କାର ବିଜେତା ସଙ୍ଗୀତ ନିର୍ଦ୍ଦେଶକ ଏ.ଆର୍.ରହମାନଙ୍କ କାର୍ଯ୍ୟକ୍ରମ ଦେଖିବାକୁ ମିଳିବ। ଏହାସହିତ ଏହି ସମାରୋହରେ  ମାଧୁରୀ ଦୀକ୍ଷିତ ନୃତ୍ୟ ପରିବେଷଣ କରିବେ। ମିଳିତ ବିଶ୍ୱର ଶକ୍ତିକୁ ନେଇ ମଧୁରୀ ଏକ ନୃତ୍ୟ ପରିବେଷଣ କରିବେ। ‘ଦ ଆର୍ଥ ସଙ୍ଗ’ ନାମକ ଡ୍ୟାନସ ବାଲେଟରେ ମାଧୁରୀ ଦୀକ୍ଷିତ 1000 କଳାକାରଙ୍କ ସହିତ ନିଜ ନୃତ୍ୟର ଜାଦୁ ଦେଖାଇବେ ।ଏହାର ଥିମ ହେଉଛି ‘ଏକୀକୃତ ମାନବିକତା’ । ନୁପୁର ମହାଜନଙ୍କ ଦ୍ଵାରା ଲିଖିତ ଓ ନିର୍ଦ୍ଦେଶିତ ଏହି ନୃତ୍ୟପ୍ରଦର୍ଶନୀରେ ମାଧୁରୀଙ୍କୁ ‘ଭୂ ଦେବୀ’ ରୂପରେ ଦେଖିବାକୁ ମିଳିବ। ମୋଟ ୪୦ ମିନିଟ ପର୍ଯ୍ୟନ୍ତ ଷ୍ଟେଜରେ ମାଧୁରୀ ଦୀକ୍ଷିତ ଏଗାର ଶହ କଳାକାରଙ୍କ ସହିତ ନୃତ୍ୟ କରିବେ। ଓଲିଉଡ କଳାକାର ସବ୍ୟସାଚୀ ମହାପାତ୍ର ଓ ଅର୍ଚ୍ଚିତା ସାହୁ ମଧ୍ୟ ନୃତ୍ୟ ପରିବେଷଣ କରିବେ। 

 

ଏହି ଉତ୍ସବରେ ଶାହରୁଖ ଖାନଙ୍କ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା । ତେବେ ତାଙ୍କୁ କଳିଙ୍ଗ ସେନା ତରଫରୁ "ଅଶୋକା" ଫିଲ୍ମ ପାଇଁ ବିରୋଧ କରାହେବାର ଥିବାରୁ ସେ ଯୋଗ ଦେବେ କି ନା ହିଁ ସେ ବିଷୟରେ ନିର୍ଦ୍ଧିଷ୍ଟ ଭାବେ ଜଣା ପଡିନାହିଁ । 

 

ଛୁଟି ଘୋଷଣା 

ଭୁବନେଶ୍ୱରରେ ଆସନ୍ତା ନଭେମ୍ବର 28 ତାରିଖରୁ ପୁରୁଷ ହକି ବିଶ୍ୱକପ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ଖୁବ ଜୋରଦାରରେ ପ୍ରସ୍ତୁତି ଚାଲୁରହିଛି। ହକି ବିଶ୍ଵକପ ପୂର୍ବରୁ ନଭେମ୍ବର 27 ତାରିଖରେ ଭୁବନେଶ୍ଵରରେ ଏବଂ 28ତାରିଖ ମ୍ୟାଚ ଆରମ୍ଭ ପୂର୍ବରୁ କଟକରେ ଉଦଘାଟନୀ ମ୍ୟାଚ ଅନୁଷ୍ଠିତ ହେବ। ତେବେ ଏହି ହକି ଉଦଘାଟନୀ ଉତ୍ସବ ପାଇଁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି।

 

ନଭେମ୍ବର ୨୭ ତାରିଖ ମଙ୍ଗଳବାର ଦିନ ବିଶ୍ୱକପ ହକିର ଉଦଘାଟନୀ ଉତ୍ସବ ଅବସରରେ ଭୁବନେଶ୍ୱରରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ଏହାସହିତ ରାଜ୍ୟର ଅନ୍ୟ ଅଞ୍ଚଳରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନ ଅଧା ଦିନ ଅର୍ଥାତ ଅପରାହ୍ନ ଘ୧:୩୦ ମିନିଟ ଠାରୁ ବନ୍ଦ ରହିବ। ଭୁବନେଶ୍ୱର ସମେତ ସାରା ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡ଼ିକ ନଭେମ୍ବର ୨୭ ତାରିଖ ଦିନ ମଧ୍ୟ ବନ୍ଦ ରହିବ।
 

ନଭେମ୍ବର୨୮ ତାରିଖ ବୁଧବାର କଟକରେ ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଠିତ ହେବ। ଏହି ଉଦଘାଟନୀ ଉତ୍ସବ ପାଇଁ କଟକରେ ସମସ୍ତ ଶିକ୍ଷାନୁଷ୍ଠାନ ଓ ସରକାରୀ କାର୍ଯ୍ୟାଳୟ ଅପରାହ୍ନ ୧:୩୦ମିନିଟ ଠାରୁ ବନ୍ଦ ରହିବ। ଏହି ଛୁଟି ନେଇ ସୋମବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଜାରି କରାଯାଇଛି।

 

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©2020 Betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon