ଶୀତଦିନେ କମ ସମୟରେ କରନ୍ତୁ ଝଟପଟ୍ ମେକଅପ

Tuesday, November 27, 2018

(ବେତାର ବ୍ୟୁରୋ) ଶୀତଦିନରେ ସକାଳୁ ସକାଳୁ ଶୀଘ୍ର ଉଠିବା ବହୁତ କଷ୍ଟକର ହୋଇଥାଏ।  ଏହାସହିତ ଯଦି ଆପଣଙ୍କୁ କେଉଁ ସ୍ଥାନକୁ ଯିବାର ଥାଏ ତେବେ ଶୀଘ୍ର ଉଠିବା ସହିତ କେଶକୁ ବାନ୍ଧିବା ଓ ମେକଅପ ନେବାକୁ ମଧ୍ୟ ପଡିଥାଏ। ଶୀତଦିନେ ଖାସ କରି ସକାଳୁ ସକାଳୁ ଅଧିକ ଅଳସୁଆ ଲାଗିଥାଏ ଓ ସମସ୍ତେ ଚାହିଁଥାନ୍ତି ଯେ, ଅଧିକ କିଛି ନକରି କମ ସମୟରେ ପ୍ରସ୍ତୁତ ହୋଇ ବାହାରକୁ ଯିବାପାଇଁ। ଅନ୍ୟପଟେ ଶୀତଦିନ ଆସିବା ସହିତ ସାଙ୍ଗରେ ଅନେକ ପ୍ରକାର କେଶ ଓ ତ୍ଵଚା ସମସ୍ୟା ମଧ୍ୟ ଆଣିଥାଏ। ଏଥିପାଇଁ ମଧ୍ୟ ସମୟ ବାହାର କରି ଯତ୍ନ ନେବାକୁ ପଡିଥାଏ।

 

ଯଦି ଶୀତଦିନେ ଆପଣଙ୍କର ମଧ୍ୟ ଏହିପରି କିଛି ସମସ୍ୟା ରହୁଛି, ସକାଳୁ ଉଠି ବାହାରକୁ ଯିବାକୁ ପଡୁଛି ଓ ଖୁବ କମ ସମୟରେ ପ୍ରସ୍ତୁତ ହେବାକୁ ଚାହୁଁଛନ୍ତି, ତେବେ ଜାଣିରଖନ୍ତୁ କିଛି ଟିପ୍ସ। ଏହାକୁ ଆପଣେଇବା ପରେ ଆପଣ କମ ସମୟରେ ନିଜ ତ୍ଵଚା ଓ କେଶର ଯତ୍ନ ମଧ୍ୟ ନେଇପାରିବେ।

 

୧.ଥଣ୍ଡା ପାଣି ବ୍ୟବହାର କରନ୍ତୁ: ଶୀତଦିନେ ସକାଳୁ ସକାଳୁ ଥଣ୍ଡାପାଣିର ବ୍ୟବହାର କରିବା ଶୁଣିବା ପାଇଁ ଟିକେ ଅଡୁଆ ଲାଗୁଥିଲେ ମଧ୍ୟ ଶୀତଦିନେ ଏହା ଆପଣଙ୍କ ତ୍ଵଚା ପାଇଁ ବିଶେଷ ଉପକାରୀ ଅଟେ। ସକାଳୁ ଉଠିବା ମାତ୍ରେ ଥଣ୍ଡାପାଣିରେ ମୁହଁକୁ ଧୁଅନ୍ତୁ, ଏହାଦ୍ଵାରା ଆପଣ ସକାଳୁ ସତେଜ ଅନୁଭବ କରିବା ସହିତ ଆପଣଙ୍କ ତ୍ଵଚାକୁ ଯୁବସୁଲଭ ରଖିଥାଏ।

୨.ପୂର୍ବରାତିରୁ କେଶକୁ ସଫା କରନ୍ତୁ: ସକାଳୁ ଉଠି କେଶ ସଫା କରିବା, ବିଶେଷକରି ଶୀତଦିନେ ଏହା ବହୁତ କଷ୍ଟ ହୋଇଥାଏ। ତେଣୁ ପୂର୍ବ ରାତିରୁ କେଶ ସଫା କରିବା ଉଚିତ। ଯଦି ଆପଣଙ୍କୁ ସକାଳୁ କିଛି ଖାସ କାମରେ ଯିବାକୁ ଅଛି ତେବେ ପୂର୍ବଦିନ ରାତିରୁ ଏହାକୁ ସଫା କରିଦିଅନ୍ତୁ। ଏହାଦ୍ଵାରା ଆପଣଙ୍କୁ ସକାଳୁ ଥଣ୍ଡାପାଣି ଠାରୁ ଦୂରେଇ ରହିପାରିବେ ଓ ଆପଣଙ୍କ ସମୟ ମଧ୍ୟ ବଞ୍ଚିଯିବ।

 

୩.ଲାଲ ଲିପଷ୍ଟିକ ଲଗାନ୍ତୁ: ଶୀତଦିନ ହେଉବା ଖରାଦିନ ଲାଲ ରଙ୍ଗର ଲିପଷ୍ଟିକ ସବୁବେଳେ ଟ୍ରେଣ୍ଡରେ ରହିଥାଏ। ଯଦି ଆପଣ ସକାଳୁ ଅଧିକ ମେକଅପ ନେବାକୁ ଚାହୁଁନାହାନ୍ତି ବା କମ ମେକଅପ ନେବାକୁ ଚାହୁଁଛନ୍ତି ତେବେ ଲାଲ ରଙ୍ଗର ଲିପଷ୍ଟିକ ଲଗାନ୍ତୁ। ଏହା ଆପଣଙ୍କୁ ସବୁପ୍ରକାର ଲୁକ ଦେବାରେ ସାହାଯ୍ୟ କରିବ।

 

୪.ପୂର୍ବରାତିରୁ ତ୍ଵଚାର ଯତ୍ନ ନିଅନ୍ତୁ: ସକାଳୁ ଉଠି ତ୍ଵଚାକୁ ସଫା କରିବା, ମଶ୍ଚୁରାଇଜ କରିବା, ଫେସବ୍ୟାକ ଲଗାଇବା ଓ ଶିରମ ବ୍ୟବହାର କରିବା ପାଇଁ ଅଧିକ ସମୟ ଲାଗିଥାଏ। ତେଣୁ ଏସବୁ କାମ ଆପଣ ପୂର୍ବdin ରାତିରୁ ମଧ୍ୟ କରିପାରିବେ। ଏପରି କରିବା ଦ୍ଵାରା ଆପଣଙ୍କ ତ୍ଵଚା ସୁସ୍ଥ ରହିବା ସହିତ ପରଦିନ  ସକାଳୁ ଏକ ଉଜ୍ଜ୍ଵଳ ତ୍ଵଚା ପାଇପାରିବେ।

୫.ଡ୍ରାଏ ଶାମ୍ପୋ ବ୍ୟବହାର କରନ୍ତୁ: ଶୀତଦିନରେ କେଶକୁ ସଫା କରିବା ପାଇଁ ପ୍ରାୟ ସମସ୍ତେ ଗରମ ପାଣିର ବ୍ୟବହାର କରିଥାନ୍ତି। ତେବେ ଗରମପାଣି କରି କେଶ ସଫା କରିବା ପାଇଁ ଅଧିକ ସମୟ ଲାଗିଥାଏ। ଏଥିପାଇଁ ଶୀତଦିନେ ଆପଣ ଡ୍ରାଏ ଶାମ୍ପୋର ବ୍ୟବହାର କରିପାରିବେ। ଏହା ଆପଣଙ୍କ କେଶକୁ କୋମଳ କରିବା ସହିତ ସିଲ୍କି ମଧ୍ୟ କରିଥାଏ।

    

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©2020 Betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon