ସାମ୍ନାକୁ ଆସିଲା କପିଳଙ୍କ ବିବାହ ନିମନ୍ତ୍ରଣ କାର୍ଡ

Saturday, December 1, 2018

(ବେତାର ବ୍ୟୁରୋ) ବଲିଉଡରେ ବର୍ତ୍ତମାନ ବିବାହ ସିଜିନ ଚାଲିଅଛି। ରଣବୀର ସିଂ ଓ ଦୀପିକା ପାଦୁକୋନ ବିବାହ କରିବା ପରେ ଖୁବ ଶୀଘ୍ର ପ୍ରିୟଙ୍କା ଚୋପ୍ରା ଓ ନିକ ଜୋନାସ ମଧ୍ୟ ବିବାହ କରିବାକୁ ଯାଉଛନ୍ତି। ତେବେ ଟିଭିଦୁନିଆର ଲୋକପ୍ରିୟ ହାସ୍ୟ ଅଭିନେତା କପିଳ ଶର୍ମା ତାଙ୍କର ଗାର୍ଲଫ୍ରେଣ୍ଡ ଗିନ୍ନୀ ଚତରଥଙ୍କୁ ବିବାହ କରିବାକୁ ଯାଉଛନ୍ତି। ଉଭୟଙ୍କ ବିବାହ ଆସନ୍ତା ଡିସେମ୍ବର 12 ତାରିଖରେ ହେବାକୁ ଥିବା ବେଳେ ବିବାହର ନିମନ୍ତ୍ରଣ କାର୍ଡ ଦେଖିବାକୁ ମିଳିଛି ଓ ଏହା ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି।

 

ଏହି ବିବାହ ନିମନ୍ତ୍ରଣ କାର୍ଡ ସହିତ କେଉଁ ଦିନ କଣ ହେବ ତାହା ମଧ୍ୟ ସାମ୍ନାକୁ ଆସିଛି। ଡିସେମ୍ବର 12 ତାରିଖରେ ନିଜ ପିଲାଦିନର ସାଙ୍ଗ ଗିନ୍ନୀ ଚତରଥଙ୍କୁ ବିବାହ କରିବା ପରେ ଡିସେମ୍ବର 14ରେ ରିସେପ୍ସନ ହେବ। କପିଳଙ୍କ ବିବାହ ଜଳନ୍ଧରରେ ଫଗୱାଡା ହାଇୱେରେ ଥିବା ‘ଦ ଗ୍ରେଟ କୱାନା’ରେ ହେବ, କିନ୍ତୁ ଏହା ପୂର୍ବରୁ ଡିସେମ୍ବର 2 ତାରିଖରେ ଜଳନ୍ଧରର ହରଦେବ ନଗରରେ ଭୋଗ ଏବଂ ଅଖଣ୍ଡ ପାଠ କରାଯିବ।

ଏହାପରେ ଡିସେମ୍ବର 10 ତାରିଖରେ କପିଳ ଶର୍ମାଙ୍କ ଭଉଣୀଙ୍କ ଘରେ ମାତା କି ଜାଗରଣ ହେବ ଓ ଡିସେମ୍ବର 11ରେ ଗିନ୍ନୀଙ୍କ ଘରେ ସଙ୍ଗୀତ ଓ ମେହେନ୍ଦି ହେବ। କପିଳ ଶେୟାର କରିଥିବା ଏହି ବିବାହ ନିମନ୍ତ୍ରଣ କାର୍ଡଟି ଅତ୍ୟନ୍ତ ସୁନ୍ଦର ହୋଇଛି। ଏହି କାର୍ଡରେ ରାଜପ୍ରାସାଦ ଓ ହାତୀଙ୍କର ଚିତ୍ର ଥିବାର ଦେଖିବାକୁ ମିଳିଛି। ଏହା ସହିତ ନିମନ୍ତ୍ରଣ କାର୍ଡ ପାଖରେ ମିଠା ଥୁଆ ହୋଇଥିବାର ମଧ୍ୟ ଦେଖିବାକୁ ମିଳିଛି।

ଅନ୍ୟପଟେ ବହୁ ଦିନର ବ୍ୟାବଧାନ ପରେ କପିଳ ପୁଣି ଥରେ ଛୋଟ ପରଦାକୁ ଫେରିବାକୁ ଯାଉଛନ୍ତି। କପିଳଙ୍କର ଏହି ଶୋ’ ସୋନି ଟିଭିରେ ପ୍ରସାରିତ ହେବ। ତେବେ ସୋନି ଟିଭି ତରଫରୁ କିଛି ଦିନ ପୂର୍ବରୁ ଶୋ’ର ପ୍ରଥମ ଟିଜର ମଧ୍ୟ ଲଞ୍ଚ କରାଯାଇଛି। ଏହି ଟିଜରରେ ଛୋଟ ଛୁଆ, ବୃଦ୍ଧ ଲୋକ ଓ ରୋଗୀଙ୍କୁ ହସୁଥିବାର ଦେଖିବାକୁ ମିଳିଛି।

କପିଳଙ୍କର ଏହି ଶୋ’କୁ ସଲମାନ ଖାନଙ୍କ ପ୍ରଡ଼କ୍ସନ ହାଉସ ତରଫରୁ ପ୍ରଯୋଜନା କରାଯିବ। ଏହି ‘କପିଳ ଶର୍ମା ଶୋ-ସିଜିନ2’ର ପ୍ରଡ଼କ୍ସନ ଭାର କପିଳ ଶର୍ମାଙ୍କ ପ୍ରଡ଼କ୍ସନ ହାଉସ ସମ୍ଭାଳିବ ନାହିଁ। ତେବେ ଏହି ଶୋ’ କପିଳଙ୍କ ବିବାହ ପରେ ପ୍ରସାରଣ କରାଯିବ। ଏହି ଶୋ’ର ପ୍ରଥମ ଅଧ୍ୟାୟରେ ବଲିଉଡର କିଙ୍ଗ  ଖାନ ଶାହରୁଖ ଖାନ, କାଟ୍ରିନା କୈଫ ଓ ଅନୁଷ୍କା ଶର୍ମାଙ୍କୁ ଅତିଥି ଭାବରେ ଦେଖିବାକୁ ମିଳିବ। ଶାହରୁଖଙ୍କ ଅଭିନୀତ ଫିଲ୍ମ ‘ଜିରୋ’ ଆସନ୍ତା ଡିସେମ୍ବର 29ରେ ରିଲିଜ ହେବାକୁ ଯାଉଛି ଓ ସେ ଏହି ଫିଲ୍ମର ପ୍ରମୋଶନ ପାଇଁ ଶୋ’କୁ ଆସିବେ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon