ବିରାଟ କୋହଲି ସୋସିଆଲ ମିଡିଆରେ ପୁଣି ହେଲେ ଟ୍ରୋଲ

Monday, December 3, 2018

(ବେତାର ବ୍ୟୁରୋ) ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଟି-ଟ୍ୱେଣ୍ଟି ସିରିଜ ସାରିବା ପରେ ଆସନ୍ତା ଡିସେମ୍ବର 6 ତାରିଖରୁ ଚାରିଟିକିଆ ଟେଷ୍ଟ ସିରିଜ ଆରମ୍ଭ ହେବାକୁ ଯାଉଛି। ଏହି ଟେଷ୍ଟ ସିରିଜ ଆରମ୍ଭ ହେବା ପୂର୍ବରୁ ଉଭୟ ଦଳ ମଧ୍ୟରେ ନଭେମ୍ବର 28ତାରିଖରେ ଏକ ଅଭ୍ୟାସ ମ୍ୟାଚ ମଧ୍ୟ ଖେଲାଯାଇଥିଲା। ଏହି ଅଭ୍ୟାସ ମ୍ୟାଚରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ବୋଲିଙ୍ଗ କରୁଥିବାର ଦେଖିବାକୁ ମିଳିଥିଲା ଓ ସେ ଗୋଟିଏ ୱିକେଟ ମଧ୍ୟ ନେଇଥିଲେ। ଏହାର ଏକ ଭିଡିଓ ବିରାଟ ତାଙ୍କ ଅଫିସିଆଲ ଫେସବୁକ ପେଜରେ ପୋଷ୍ଟ କରିଥିଲେ ଓ ପୋଷ୍ଟ ପାଇଁ ବିରାଟଙ୍କୁ ପୁଣି ଥରେ ଟ୍ରୋଲ ହେବାକୁ ପଡିଛି।

 

ବିରାଟ କୋହଲି ନିଜର ବ୍ୟାଟିଙ୍ଗ ପାଇଁ ସାରା ଦୁନିଆରେ ପରିଚିତ। କିନ୍ତୁ ଅଷ୍ଟ୍ରେଲିଆରେ ଖେଲାଯାଇଥିବା ଅଭ୍ୟାସ ମ୍ୟାଚରେ ବିରାଟ କୋହଲିଙ୍କୁ ବୋଲିଙ୍ଗ କରୁଥିବାର ଦେଖିବାକୁ ମିଳିଥିଲା। ସେ ବୋଲିଙ୍ଗ କରି ଅଷ୍ଟ୍ରେଲିଆର ଯୁବଖେଳାଳୀ ହୈରୀ ନୈଲସନଙ୍କର ୱିକେଟ ନେଇଥିଲେ। ୱିକେଟ ନେବା ପରେ ବିରାଟ ନିଜେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଓ ପରେ ଖୁସି ହୋଇ ଉପଭୋଗ ମଧ୍ୟ କରିଥିଲେ। ତେବେ ପରେ ସେ ନିଜର ଅଫିସିଆଲ ଫେସବୁକ ପେଜରେ ଏହାର ଏକ ଭିଡିଓ ଶେୟାର କରିଥିଲେ ଓ ଲେଖିଥିଲେ, “ ଏମିତି କିଛି କାମ ଅଛି କି ଯାହା କ୍ୟାପଟେନ କରିପାରିବ ନାହିଁ?”

ବିରାଟ କୋହଲିଙ୍କ ଏହି ପୋଷ୍ଟରେ ଫ୍ୟାନମାନେ ଅନେକ ମଜାଦାର କମେଣ୍ଟ ମଧ୍ୟ ଦେଇଛନ୍ତି ଓ ଅନ୍ୟ କିଛି ଫ୍ୟାନ ମାନେ ଟ୍ରୋଲ ମଧ୍ୟ କରିଛନ୍ତି। ତେବେ କୋହଲିଙ୍କର ଏହି ପ୍ରଶ୍ନରେ କିଛି ଫ୍ୟାନ ଉତ୍ତର ଦେଇ ଲେଖିଛନ୍ତି, ବର୍ତ୍ତମାନ ଇଣ୍ଡିଆନ ପ୍ରିମିୟର ଲିଗରେ ରୟାଲ ଚ୍ୟାଲେଞ୍ଜରସ ବାଙ୍ଗାଲୋର ଦଳ ଟାଇଟିଲ ଜିତିବା ବାକି ଅଛି। ବିରାଟ କୋହଲି ଭାରତୀୟ ଦଳର କ୍ୟାପଟେନ ହେବା ସହିତ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳର ମଧ୍ୟ କ୍ୟାପଟେନ ଅଛନ୍ତି, ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଦଳ ଆଇପିଏଲର ଟାଇଟିଲ ଜିତିପାରି ନାହିଁ।

 

ଅନ୍ୟଜଣେ ଫେସବୁକ ବ୍ୟବହାରକାରୀ କୋହଲିଙ୍କୁ ଟ୍ରୋଲ କରି ପୋଷ୍ଟରେ ଲେଖିଛନ୍ତି, “ ବର୍ତ୍ତମାନ ପର୍ଯ୍ୟନ୍ତ ଆଇପିଏଲର ଗୋଟିଏ ଟୁର୍ଣ୍ଣାମେଣ୍ଟ ବି ଜିତିପାରି ନାହିଁ।“

 

ସେହିପରି ଅନ୍ୟଜଣେ ଫେସବୁକ ବ୍ୟବହାରକାରୀ ଲେଖିଛନ୍ତି, “ ବଡ ମ୍ୟାଚ ସମୟରେ ଭଲ ପ୍ରଦର୍ଶନ କରିପାରିବ ନାହିଁ।“

 

ବିରାଟ କୋହଲି ନିଜ ଟେଷ୍ଟ କ୍ୟାରିୟର ମଧ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ 163ଟି ବଲ ବୋଲିଙ୍ଗ କରିଛନ୍ତି ଓ ଗୋଟିଏ ବି ୱିକେଟ ନେଇପାରି ନାହାନ୍ତି। କିନ୍ତୁ ୱାନ-ଡେ ମ୍ୟାଚରେ 641ଟି ବଲ ବୋଲିଙ୍ଗ କରିଛନ୍ତି ଓ 4ଟି ୱିକେଟ ନେଇଛନ୍ତି ଏବଂ ଟି-ଟ୍ୱେଣ୍ଟି କ୍ୟାରିୟରରେ 146ଟି ବଲ ବୋଲିଙ୍ଗ କରି 4ଟି ୱିକେଟ ନେଇଛନ୍ତି।

 

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon