ଗୋଇଠି ଫାଟିବା ବନ୍ଦ କରିବାକୁ ଆପଣାନ୍ତୁ 5 ଘରୋଇ ଉପଚାର

Wednesday, December 5, 2018

(ବେତାର ବ୍ୟୁରୋ) ଶୀତ ଦିନ ଆସିଲେ ଅଧିକାଂଶ ଲୋକଙ୍କ ପାଖରେ ଗୋଇଠି ଫାଟିବା ସମସ୍ୟା ଦେଖାଯାଇଥାଏ। ଗୋଇଠିର ଯତ୍ନ ନନେବା ଦ୍ଵାରା ଏହି ସମସ୍ୟା ଦେଖା ଦେଇଥାଏ। ଗୋଇଠି ଫାଟିବା ଆରମ୍ଭ ହେଲେ ଆପଣଙ୍କୁ କଷ୍ଟ ହେବା ସହିତ ଆପଣ ନିଜ ମନ ପସନ୍ଦର ଜୋତା ମଧ୍ୟ ପିନ୍ଧି ପାରିନଥାନ୍ତି। ତେବେ ଗୋଇଠି ଫାଟିବା ସମସ୍ୟା ଦେଖାଦେଲେ ଲୋକମାନେ ଅନେକ ପ୍ରକାର କସମେଟିକ ବ୍ୟବହାର କରିଥାନ୍ତି କିନ୍ତୁ ଏହା ଗୋଇଠିକୁ ଠିକ କରିବା ପରିବର୍ତ୍ତେ ଏହାକୁ ଅଧିକ ଖରାପ କରିଦେଇଥାଏ। ବେଳେ ଏହା ଏତେ ଅଧିକ ମାତ୍ରାରେ ହୋଇଥାଏ ଯେ, ଫାଟିଥିବା ସ୍ଥାନରୁ ରକ୍ତ ମଧ୍ୟ ବାହାରିଥାଏ।

 

ତେବେ ଯଦି ଆପଣ ଏହି ଗୋଇଠି ଫାଟିବା ସମସ୍ୟାକୁ ଦୂର କରି ବିଭିନ୍ନ ଷ୍ଟାଇଲିସ ଜୋତା ପିନ୍ଧିବାକୁ ଚାହୁଁଛନ୍ତି, ତେବେ ଜାଣିରଖନ୍ତୁ କିଛି ଘରୋଇ ଉପଚାର।

 

.ପ୍ରଥମେ କିଛି ଅଳ୍ପ ଉଷୁମ ପାଣି ନିଅନ୍ତୁ।ସେଥିରେ ଅଳ୍ପ ଲେମ୍ବୁରସ ମିଶାନ୍ତୁ ଏହି ପାଣିରେ ପାଦକୁ ୫-୬ମିନିଟ ପର୍ଯ୍ୟନ୍ତ ବୁଡାଇ ରଖନ୍ତୁ। ଏହାପରେ ପାଦକୁ ବାହାରକୁ କାଢି ଭଲ ଭାବରେ ଶୁଖିବାକୁ ଦିଅନ୍ତୁ ଓ ଶୋଇବା ଆଗରୁ କ୍ରିମ କିମ୍ବା ମଶ୍ଚୁରାଇଜର ଲଗାଇ ଶୁଅନ୍ତୁ।

.ଏକ ବାଲଟିରେ ଅଳ୍ପ ଉଷୁମ ପାଣି ନିଅନ୍ତୁ। ସେଥିରେ ଅଳ୍ପ ଶାମ୍ପୋ ପକାନ୍ତୁ। ଏହାକୁ ଭଲ ଭାବରେ ଗୋଳାଇ ଦିଅନ୍ତୁ ଓ ସେଥିରେ ପାଦକୁ କିଛି ସମୟ ପର୍ଯ୍ୟନ୍ତ ବୁଡାଇ ରଖନ୍ତୁ। ଏହାପରେ ଏକ ଛୋଟ ପଥରରେ ପାଦକୁ ଘଷନ୍ତୁ। ଏପରି କରିବା ଦ୍ଵାରା ଆପଣଙ୍କ ପାଦରୁ ମୃତ କୋଷିକା ବାହାରିଯିବ ଓ ଆପଣଙ୍କ ପାଦ କୋମଳ ଲାଗିବ। ଏହାପରେ ତେଲ ବା ମଶ୍ଚୁରାଇଜର ଲଗାନ୍ତୁ।

 

.ଗୋଇଠି ଫାଟିବାକୁ ଭଲ କରିବା ପାଇଁ ମହୁ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିଭାଇଥାଏ। ଏଥିପାଇଁ ଏକ ବାଲଟିରେ ଉଷୁମ ପାଣି ନିଅନ୍ତୁ। ସେଥିରେ ଅଳ୍ପ ମହୁ ଓ ଲେମ୍ବୁରସ ମିଶାନ୍ତୁ। ଏହାପରେ ପାଦକୁ ଏହି ଗରମ ପାଣିରେ ବୁଡାଇ ରଖନ୍ତୁ। ୮-୧୦ ମିନିଟ ରଖିବା ପରେ ଥଣ୍ଡା ପାଣିରେ ଗୋଡକୁ ଧୋଇ ଦିଅନ୍ତୁ। ଏହାପରେ ପାଦରେ ଅଲିଭ ଅଏଲ କିମ୍ବା ବାଦାମ ତେଲ ଲଗାନ୍ତୁ।

. ବେକିଙ୍ଗ ସୋଡାକୁ ମଧ୍ୟ ଆପଣ ବ୍ୟବହାର କରିପାରିବେ। ଏଥିପାଇଁ ଉଷୁମ ପାଣିରେ ବେକିଙ୍ଗ ସୋଡା ପକାଇ ପାଦକୁ ବୁଡାଇ ରଖନ୍ତୁ। ଏହା ପାଦରୁ ମୃତ କୋଷକୁ ଦୂର କରିବା ସହିତ ପାଦକୁ ସଂକ୍ରମଣରୁ ମଧ୍ୟ ଦୂରେଇ ରଖିଥାଏ। ଏହି ପ୍ରକ୍ରିୟାକୁ ସପ୍ତାହକୁ ଦୁଇରୁ ତିନିଥର କରନ୍ତୁ।

 

.ଏହାସହିତ ପାଦରୁ ମୃତକୋଷକୁ ଦୂର କରିବା ପାଇଁ ବ୍ଲେଡ କିମ୍ବା ରେଜରର ବ୍ୟବହାର କରନ୍ତୁ ନାହିଁ। ଏହାଦ୍ୱାରା ପାଦରେ କ୍ଷତ ହେବାରେ ଆଶଙ୍କା ଥାଏ ଓ ସଂକ୍ରମଣ ମଧ୍ୟ ହୋଇଥାଏ। ଏହାବ୍ୟତୀତ ଖାଲି ପାଦରେ ବେଶି ଚାଲବୁଲା କରନ୍ତୁ ନାହିଁ, ସବୁବେଳେ ଚପଲର ବ୍ୟବହାର କରନ୍ତୁ।

  

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon