ନୂଆ ସରକାରୀ ଯୋଜନା: ଖୁବ ଶୀଘ୍ର ଚାରି ଘଣ୍ଟାରେ ମିଳିବ PAN କାର୍ଡ

Wednesday, December 5, 2018

(ବେତାର ବ୍ୟୁରୋ) ବର୍ତ୍ତମାନ ସମୟରେ ଯଦି ଆପଣ ଏକ PAN କାର୍ଡ କରିବା ପାଇଁ ଚାହୁଁଛନ୍ତି, ତେବେ ଏଥିପାଇଁ ଆବେଦନ କରିବା ପରେ ଆପଣଙ୍କୁ ଅନେକ ସମୟ ଅପେକ୍ଷା କରିବାକୁ ପଡୁଛି। ଯାହାଫଳରେ ଲୋକମାନଙ୍କୁ ଅନେକ ଅସୁବିଧା ମଧ୍ୟ ହେଉଛି। ଏଥିପାଇଁ ସରକାରଙ୍କ ତରଫରୁ ଏକ ନୂଆ ଯୋଜନା କରାଯାଇଛି। ଏହି ଯୋଜନା  କାର୍ଯ୍ୟକାରୀ ହେବା ପରେ ଲୋକମାନେ ଖୁବ ଶୀଘ୍ର PAN କାର୍ଡ ପାଇଁ ଆବେଦନ କରିବାର ଚାରିଘଣ୍ଟା ମଧ୍ୟରେ ଏହାକୁ ପାଇପାରିବେ।

 

ଡିସେମ୍ବର ୫ ତାରିଖରୁ ଦେଶରେ ପାନ କାର୍ଡକୁ ନେଇ ଅନେକ ନିୟମରେ ପରିବର୍ତ୍ତନ ହୋଇଥିବା ବେଳେ ସାଧାରଣ ଲୋକଙ୍କ ପାଇଁ ଏକ ଭଲ ଖବର ମଧ୍ୟ ରହିଛି । ଟାଇମସ ଅଫ ଇଣ୍ଡିଆରେ ପ୍ରକାଶିତ ଖବର ଅନୁଯାୟୀ, ଏଣିକି ଖୁବ ଶୀଘ୍ର ଆପଣଙ୍କୁ ଆପଣଙ୍କ PAN କାର୍ଡ ଆବେଦନ କରିବାର ମାତ୍ର ଚାରି ଘଣ୍ଟା ଭିତରେ PAN କାର୍ଡ ମିଳିଯିବ । ଆଉ ଏଥିପାଇଁ କେବଳ ଆଧାରକାର୍ଡର ଆବଶ୍ୟକତା ପଡିବ । ଆଗାମୀ ଏକ ବର୍ଷ ମଧ୍ୟରେ ଏହି ବ୍ୟବସ୍ଥା ଲାଗୁ ହୋଇଯିବ ବୋଲି ଆଶା କରାଯାଉଛି।

କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି)ର ଚେୟାରମ୍ୟାନ୍ ସୁଶୀଲ ଚନ୍ଦ୍ରା କହିଛନ୍ତି ଯେ, ଆୟକର ବିଭାଗ ତରଫରୁ ମାତ୍ର ଚାରି ଘଣ୍ଟାରେ କିପରି PAN କାର୍ଡ ଯୋଗାଇ ଦିଆଯିବ, ସେହି ଯୋଜନା ଉପରେ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଗଲାଣି। ଆସନ୍ତା ଏକ ବର୍ଷ ମଧ୍ୟରେ ଏହି ବ୍ୟବସ୍ଥା ଲାଗୁ କରାଯିବ। ତେବେ ଏହି ବ୍ୟବସ୍ଥା ଲାଗୁ କରାଯିବା ପରେ ଲୋକମାନଙ୍କୁ ଆଉ PAN କାର୍ଡ ପାଇଁ ଅନେକ ସମୟ ଧରି ଅପେକ୍ଷା କରିବାକୁ ପଡିବ ନାହିଁ।

 

ତେବେ ଗତ ୨୦୧୭ ମସିହା ଏପ୍ରିଲ ମାସରେ ଆୟକର ବିଭାଗ ତରଫରୁ ଇ-ପାନ୍ ସୁବିଧା ଆରମ୍ଭ କରଯାଇଥିଲ। ଏହି ଇ-ପାନ୍ ଜରିଆରେ ପ୍ରତ୍ୟେକ ଆବେଦନକାରୀଙ୍କୁ ସେମାନଙ୍କର ଇମେଲ୍ ଆଇଡି ମାଧ୍ୟମରେ PAN କାର୍ଡର ସଫ୍ଟ କପି ପିଡିଏଫ୍ ଫର୍ମାଟରେ ପଠାଯାଇ ପାରିବ । ଏବଂ ଆବେଦନକାରୀମାନେ ନିଜ ଇ-ମେଲ୍ ଆଇଡିରୁ ଇ-ପାନ୍ ଡାଉନଲୋଡ୍ କରି ଏହାକୁ ଉପଯୋଗ କରିପାରିବେ ।

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©2020 Betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon