ପ୍ରେମ ସମ୍ପର୍କକୁ ମଧୁର କରିବା ପାଇଁ ଘରେ ରଖନ୍ତୁ ଯୋଡା ବତକ

Thursday, December 6, 2018

(ବେତାର ବ୍ୟୁରୋ) ମନୁଷ୍ୟ ହସ ଖୁସିରେ ରହିବା ପାଇଁ ପ୍ରେମ, ସ୍ନେହ ଓ ଭଲ ପାଇବା ନିହାତି ଆବଶ୍ୟକ ହୋଇଥାଏ। କିନ୍ତୁ ଏହା ସମସ୍ତଙ୍କ ଜୀବନରେ ନଥାଏ। ବେଳେ ଭିନ୍ନ ଭିନ୍ନ କାରଣରୁ ମଣିଷ ନିଜ ଭଲ ପାଇବା ଠାରୁ ଦୂର ହୋଇଯାଇଥାଏ। ଏପରି ସ୍ଥିତିରେ ବାସ୍ତୁଶାସ୍ତ୍ର ଓ ଫେଙ୍ଗଶୁଇରେ ଅନେକ ପଦାର୍ଥ ରହିଛି ଯାହାକୁ ଆପଣ ନିଜ ପାଖରେ ରଖିବା ଦ୍ଵାରା ଆପଣଙ୍କ ଜୀବନରେ ଭଲପାଇବାର ରଙ୍ଗ ଭରିଯାଇଥାଏ। ସେଥିମଧ୍ୟରୁ ଗୋଟିଏ ପଦାର୍ଥ ହେଉଛି ଯୋଡା ବତକ।

 

ଏହି ଯୋଡା ବତକକୁ ଫେଙ୍ଗଶୁଇରେ ‘ମାଣ୍ଡାରିନ ଡକ’ କୁହାଯାଇଥାଏ। ଏହି ଯୋଡା ବତକଙ୍କୁ ନେଇ ଏକ ମାନ୍ୟତା ରହିଛି ଯେ, ଯଦି ଏହି ବତକ ଯୋଡିଙ୍କ ମଧ୍ୟରୁ ଗୋଟିଏ ବତକ ମରିଯାଏ ତେବେ ଅନ୍ୟଟି ମଧ୍ୟ ସାଥୀକୁ ଝୁରି ଝୁରି ମରିଯାଇଥାଏ। ନିଜସାଥୀ ପ୍ରତି ସମର୍ପିତ ପ୍ରେମ କାରଣରୁ ବାସ୍ତୁ ବିଦ୍ୟାରେ ଏହି ବତକକୁ ସ୍ନେହ, ସମର୍ପଣ ଓ ସୁଖୀ ବୈବାହିକ ଜୀବନର ପ୍ରତୀକ ବୋଲି କୁହାଯାଇଥାଏ।

 

ଯଦି ଆପଣ ନିଜ ବୈବାହିକ ଜୀବନରେ ମଧୁରତା ଭରିବାକୁ ଚାହୁଁଛନ୍ତି, ତେବେ ଏହି ଯୋଡା ବତକକୁ ନିଜ ପାଖରେ ରଖନ୍ତୁ। ଜାଣିରଖନ୍ତୁ ବାସ୍ତୁଶାସ୍ତ୍ରରେ ଏହାର କଣ ମହତ୍ଵ ରହିଛି।

 

. ଯେଉଁ ଘରେ ଏହି ଯୋଡା ବତକ ରହିଥାଏ ସେହିଘରେ ପତିପତ୍ନୀଙ୍କ ମଧ୍ୟରେ ଭଲପାଇବା ବଢିଥାଏ ଓ ପରସ୍ପର ମଧ୍ୟରେ ଉତ୍ତମ ସନ୍ତୁଳନ ମଧ୍ୟ ରହିଥାଏ। ଏଥିପାଇଁ ଏହି ବତକକୁ ସବୁବେଳେ ଏକାଠି ରଖନ୍ତୁ। ଏପରି ରଖିବା ଦ୍ଵାରା ପତିପତ୍ନୀ ମଧ୍ୟରେ ଅଯଥାରେ ହେଉଥିବା ଝଗଡା ଦୂର ହୋଇଥାଏ।

 

. ଏହି ବତକ ଦୁଇଟି ପରସ୍ପର ଆଡକୁ ମୁହଁ କରି ରହିଥିବା ଆବଶ୍ୟକ। ଏହାକୁ ଘରର ଦକ୍ଷିଣ-ପଶ୍ଚିମ ଦିଗରେ ରଖନ୍ତୁ।

 

.ଶୋଇବା ଘର ଏହା ପାଇଁ ଉତ୍ତମ ସ୍ଥାନ ହୋଇଥାଏ। ଯଦି ଆପଣ ବିବାହ କରିବନାହାନ୍ତି ତେବେ ଏହାକୁ ଶୋଇବା ଖାତା ପାଖରେ ଥିବା ଟେବୁଲ ଉପରେ ରଖନ୍ତୁ। ଯଦି ଆପଣ ବିବାହିତ ତେବେ ଏହାକୁ ପତି ଶୋଉଥିବା ପଟରେ ଟେବୁଲ ଉପରେ ରଖନ୍ତୁ।

 

.ଏହାକୁ ଆପଣ ଘରର ମଧ୍ୟ ଭାଗରେ ରଖିପାରିବେ। ଏହାଦ୍ୱାରା ପରିବାର ସଦସ୍ୟଙ୍କ ମଧ୍ୟରେ ଭଲପାଇବା ବଢିଥାଏ।

.ଏହି ବତକକୁ ସବୁବେଳେ ପରିଷ୍କାର ପରିଚ୍ଛନ୍ନ ଥିବା ସ୍ଥାନରେ ରଖନ୍ତୁ। ଏହାବ୍ୟତୀତ ସେହି ସ୍ଥାନରେ ଆଲୋକ ପହଞ୍ଚୁଥିବା ଜରୁରୀ। ବତକ ଥିବା ସ୍ଥାନକୁ ଅନ୍ଧାର କରନ୍ତୁ ନାହିଁ।

 

.ଯଦି ଏହି ‘ମଣ୍ଡାରିନ ଡକ’ର ମୂର୍ତ୍ତି ଭାଙ୍ଗିଯାଏ ତେବେ ଏହାକୁ ଘର ମଧ୍ୟରେ ରଖନ୍ତୁ ନାହିଁ। ଏହା ଆପଣଙ୍କ ସମ୍ପର୍କ ଉପରେ ଖରାପ ପ୍ରଭାବ ପକାଇଥାଏ ଓ ଅଯଥାରେ ଆପଣଙ୍କ ମଧ୍ୟରେ କଳହ ସୃଷ୍ଟି ହୋଇଥାଏ।

 

(ବି.ଦ୍ର :ଏହି ବାସ୍ତୁ ତଥା ଜ୍ୟୋତିଷ ଉପାୟ ବିଭିନ୍ନ ଜ୍ୟୋତିର୍ବିଦମାନଙ୍କ ଆଲେଖ୍ୟରୁ ସଂକଳିତ କରାଯାଇଛି । ଏହା ଠିକ କାର୍ଯ୍ୟକାରୀ ହେବା ପାଇଁ ଉପଯୁକ୍ତ ପଦ୍ଧତି ଆପଣେଇବା ତଥା ଦଶା ସ୍ଥିତି ଠିକ ରହିବା ଆବଶ୍ୟକ । ସୁଫଳ ପାଇବାକୁ ହେଲେ କୌଣସି ଅଭିଜ୍ଞ ଜ୍ୟୋତିଷ/ବାସ୍ତୁବିଦଙ୍କ ପରାମର୍ଶ ନିଅନ୍ତୁ )

 

         

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon