ଆଇଟିଆଇ ପାସଙ୍କ ପାଇଁ DRDOରେ 127 ଚାକିରୀ: ଦରମା ଟ.10,739ରୁ ଆରମ୍ଭ

Friday, December 7, 2018

(ବେତାର ବ୍ୟୁରୋ) କେନ୍ଦ୍ର ସରକାରଙ୍କ ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ (ଡ଼ିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭେଲପମେଣ୍ଟ ଅର୍ଗାନାଇଜେସନ DRDO) ତରଫରୁ ୧୨୭ଟି ଆପ୍ରେଣ୍ଟିସ ପଦରେ ନିଯୁକ୍ତି ପାଇଁ ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀଙ୍କ ଠାରୁ ଦରଖାସ୍ତ ଆହ୍ଵାନ କରାଯାଇଛି। ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ତାମିଲନାଡୁର ଚେନ୍ନାଇରେ ନିଯୁକ୍ତି ଦିଆଯିବ।

 

ପଦବୀ ସଂଖ୍ୟା

ଏହି ବିଜ୍ଞପ୍ତିରେ ମୋଟ ୧୨୭ଟି ପଦବୀ ପ୍ରକାଶ ପାଇଛି। ସେଥିମଧ୍ୟରୁ କାରପେଣ୍ଟର ପାଇଁ ୨ଟି, କମ୍ପ୍ୟୁଟର ଅପରେଟର ଆଣ୍ଡ ପୋଗ୍ରାମିଙ୍ଗ ଆସିଷ୍ଟାଣ୍ଟ ପାଇଁ ୨୫ଟି, ଡ୍ରାଫ୍ଟସମ୍ୟାନ ପାଇଁ ୮ଟି, ଇଲେକ୍ଟ୍ରିସିଆନ ପାଇଁ ୨୨ଟି, ଇଲେକ୍ଟ୍ରୋନିକ୍ସ ପାଇଁ ୩ଟି, ଫିଟର ପାଇଁ ୩୫ଟି, ମେଶିନିଷ୍ଟ ପାଇଁ୧୨ଟି, ମେକାନିକ ପାଇଁ ୮ଟି,ଟର୍ଣ୍ଣର ପାଇଁ ୬ଟି ଓ ୱେଲ୍ଦର ପାଇଁ ୬ଟି ପଦବୀ ରହିଛି।

 

ଆବେଦନ ତାରିଖ

ଏହି ପଦରେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ ଡିସେମ୍ବର ୨୫ତାରିଖ ମଧ୍ୟରେ ଆବେଦନ କରିପାରିବେ।

 

ଦରମା

କାରପେଣ୍ଟର, କମ୍ପ୍ୟୁଟର ଅପରେଟର ଆଣ୍ଡ ପୋଗ୍ରାମିଙ୍ଗ ଆସିଷ୍ଟାଣ୍ଟ ଓ ୱେଲ୍ଦର ପଦ ପାଇଁ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ମାସିକ ଟ.୧୦,୭୩୯ ଷ୍ଟାଇପେଣ୍ଡ ପ୍ରଦାନ କରାଯିବ ଓ ଅନ୍ୟ ସମସ୍ତ ଟ୍ରେଡ ପାଇଁ ଟ.୧୧,୫୫୨ ଷ୍ଟାଇପେଣ୍ଡ ପ୍ରଦାନ କରାଯିବ।

 

ଶିକ୍ଷାଗତ ଯୋଗ୍ୟତା

ଏହି ଆପ୍ରେଣ୍ଟିସ ପଦ ଗୁଡିକରେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ NCVT ସ୍ଵୀକୃତିପ୍ରାପ୍ତ ଅନୁଷ୍ଠାନରୁ ଆଇଟିଆଇ ପାସ କରିଥିବା ଆବଶ୍ୟକ।

 

ଚୟନ ପଦ୍ଧତି

ଯୋଗ୍ୟ ପ୍ରାର୍ଥୀଙ୍କୁ ସାକ୍ଷାତକାର ମାଧ୍ୟମରେ ଚୟନ କରାଯିବ।

 

ଆବେଦନ ଫି

ଆବେଦନ କରିବା ପାଇଁ ଫି ବାବଦରେ ପ୍ରାର୍ଥୀଙ୍କୁ ଟ.୩୦ ଦେବାକୁ ପଡିବ। ଅନୁସୂଚିତ ଜାତି, ଜନଜାତି, ଓବିସି ଓ ଶାରୀରିକ ଭାବେ ଅକ୍ଷମ ପ୍ରାର୍ଥୀଙ୍କୁ କୌଣସି ଫି ଦେବାକୁ ପଡିବ ନାହିଁ। ଏହି ଫି’କୁ ଆପଣ ଅନଲାଇନରେ

ପଇଠ କରିପାରିବେ।

 

କିପରି ଆବେଦନ କରିବେ

ଏହି ପଦରେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କୁ ପ୍ରଥମେ https://rac.gov.in ରେ ଲଗଇନ କରିବାକୁ ପଡିବ। ଲଗଇନ କରିବା ପରେ ଆବେଦନ କରି ରେଜିଷ୍ଟ୍ରେସନ କରିବେ। କେବଳ ଅନଲାଇନରେ ରେଜିଷ୍ଟ୍ରେସନ କରିଥିବା ପ୍ରାର୍ଥୀଙ୍କୁ ସାକ୍ଷାତକାର ପାଇଁ ଡକାଯିବ।

 

ଏହି ବିଜ୍ଞପ୍ତି ସମ୍ବନ୍ଧରେ ଅଧିକ ବିବରଣୀ ପାଇଁ ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ (ଡ଼ିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭେଲପମେଣ୍ଟ ଅର୍ଗାନାଇଜେସନ DRDO)ର ଅଫିସିଆଲ ୱେବସାଇଟ www.drdo.gov.in ରେ ଲଗଇନ କରନ୍ତୁ।               

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©2020 Betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon