କପିଳ ଶର୍ମାଙ୍କ ବିବାହ ବୁଧବାର ଦେଖିହେବ ଲାଇଭ

Wednesday, December 12, 2018

(ବେତାର ବ୍ୟୁରୋ) ଟେଲିଭିଜନ ଜଗତର ଲୋକପ୍ରିୟ ହାସ୍ୟକଳାକାର କପିଳ ଶର୍ମା ଡିସେମ୍ବର 12 ତାରିଖ (ବୁଧବାର) ରେ ତାଙ୍କର ଗାର୍ଲଫ୍ରେଣ୍ଡ ଗିନ୍ନି ଚତରଥଙ୍କ ସହ ବିବାହ କରିବାକୁ ଯାଉଛନ୍ତି। ବିବାହ ପାଇଁ ସମସ୍ତ ଆୟୋଜନ ହୋଇସାରିଥିବା ବେଳେ ଅତିଥିମାନେ ମଧ୍ୟ ପହଞ୍ଚିସାରିଲେଣି। ଏହି ବିବାହ ପଞ୍ଜାବର ଜଲନ୍ଧରରେ ହେବ। ତେବେ ନିଜ ଫ୍ୟାନ ମାନଙ୍କ ପାଇଁ କପିଳ ଏକ ସ୍ଵତନ୍ତ୍ର ବ୍ୟବସ୍ଥା କରିଛନ୍ତି। ଫ୍ୟାନମାନେ କପିଳଙ୍କ ବିବାହ ୟୁଟ୍ୟୁବ ଓ ଇନଷ୍ଟାଗ୍ରାମରେ ଲାଇଭ ଦେଖିପାରିବେ।

 

ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, କପିଳଙ୍କ ବିବାହକୁ ୟୁଟ୍ୟୁବ ଓ ଇନଷ୍ଟାଗ୍ରାମରେ ଲାଇଭ ପ୍ରସାରିତ କରାଯିବ। ଫ୍ୟାନମାନେ ଯେ କୌଣସି ସ୍ଥାନରେ ଥାଆନ୍ତୁ ନା କାହିଁକି ସେମାନେ କପିଳଙ୍କ ବିବାହକୁ ଦେଖିପାରିବେ। କପିଳଙ୍କ ବନ୍ଧୁମାନେ ଏଥିପାଇଁ ବ୍ୟବସ୍ଥା କରିଛନ୍ତି। ‘ଦ କପିଳ ଶର୍ମା ଶୋ’ ମାଧ୍ୟମରେ ଘରେ ଘରେ ଲୋକଙ୍କର ପ୍ରିୟ ହୋଇପାରିଥିବା କପିଳଙ୍କ ବିବାହରେ ସବୁ ଲୋକଙ୍କୁ ସାମିଲ  କରିବା ପାଇଁ ଏହି ବ୍ୟବସ୍ଥା କରାଯାଇଛି।

 

କପିଳ ଶର୍ମା k9 ନାମକ ୟୁଟ୍ୟୁବ ଚ୍ୟାନେଲର ଏହାର ସିଧା ପ୍ରସାରଣ କରାଯିବ। ଏହାର ଏକ ଟିଜର ମଧ୍ୟ ଆଗରୁ ରିଲିଜ କରାଯାଇଛି। ଏଥିରେ କପିଳ ଶର୍ମାଙ୍କ ସାଙ୍ଗ ଚନ୍ଦନ ପ୍ରଭାକର ଓ ରାଜୀବ ଠାକୁର ଲୋକମାନଙ୍କୁ ବିବାହରେ ଆସିବା ପାଇଁ ନିମନ୍ତ୍ରଣ କରୁଛନ୍ତି।

କପିଳଙ୍କ ବିବାହ ପାଇଁ ତାଙ୍କର ଅନେକ ବନ୍ଧୁ ପଞ୍ଜାବରେ ପହଞ୍ଚିଲେଣି। ସେଥିମଧ୍ୟରେ ରହିଛନ୍ତି ଭାରତୀ ସିଂ, ଭାରତୀଙ୍କ ପତି ହର୍ଷ ଲିମ୍ବାଛିୟା, କ୍ରୀଷ୍ଣା ଅଭିଷେକ, ସୁମୋନା ଚକ୍ରବର୍ତ୍ତୀ। ତେବେ ଏହି ବିବାହରେ ଅତିଥିଙ୍କ ପାଇଁ ଆମିଷ ଓ ନିରାମିଷ ଦୁଇପ୍ରକାରର ବ୍ୟଞ୍ଜନ ରହିବ। ପଞ୍ଜାବୀ ଖାଦ୍ୟ ବ୍ୟତୀତ 100ରୁ ଅଧିକ ପ୍ରକାରର ବ୍ୟଞ୍ଜନ ରହିବ।

 

କଡା ସୁରକ୍ଷା

କପିଳ ନିଜ ବିବାହରେ କଡା ସୁରକ୍ଷା ଉପରେ ବିଶେଷ ଧ୍ୟାନ ଦେଇଛନ୍ତି। କପିଳ ଶର୍ମା ବିବାହ ନିମନ୍ତ୍ରଣ ପାଇଁ ଅତିଥିଙ୍କୁ ଯେଉଁ ନିମନ୍ତ୍ରଣ ପତ୍ର ଦେଇଛନ୍ତି ସେଥିରେ ଏକ ସ୍ମାର୍ଟକାର୍ଡ ରହିଛି। ଏହି ସ୍ମାର୍ଟକାର୍ଡକୁ ସ୍କାନ କରିବା ପରେ ଅତିଥିମାନେ ଭିତରକୁ ପ୍ରବେଶ କରିପାରିବେ। ଏହି ବ୍ୟବସ୍ଥା ଦୀପିକା ପାଦୁକୋନ ଓ ରଣବୀର ସିଂଙ୍କ ବିବାହରେ ମଧ୍ୟ କରଯାଇଥିଲା। ତେବେ ନିଜ ବିବାହରେ କଡା ସୁରକ୍ଷା ପାଇଁ କପିଳ 15ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି।

 

ବିବାହ ପରେ କପିଳ ଦୁଇଟି ରିସେପ୍ସନ ଦେବେ। ଡିସେମ୍ବର 14ରେ ପ୍ରଥମ ରିସେପ୍ସନ ହେବ ଏଥିରେ ପରିବାରର ସଦସ୍ୟ ଓ ବନ୍ଧୁବାନ୍ଧବ ଉପସ୍ଥିତ ରହିବେ। ତେବେ ଦ୍ଵିତୀୟ ରିସେପ୍ସନ ଡିସେମ୍ବର 24 ତାରିଖରେ ମୁମ୍ବାଇରେ ଦେବେ ଓ ଏଥିରେ ବଲିଉଡର ଅନେକ ସେଲିବ୍ରିଟିମାନେ ଉପସ୍ଥିତ ହେବେ।

 

ଏହାପୂର୍ବରୁ କପିଳଙ୍କ ଜୀବନରେ ବହୁତ ଖରାପ ସମୟ ଆସିଛି। ନିଜ ପୁରୁଣା ଶୋ’  ସୁପରହିଟ ହେବା ପରେ ସେ ମାନସିକ ଦୁଃଶ୍ଚିନ୍ତାର ଶିକାର ହୋଇଥିଲେ ଏହାବ୍ୟତୀତ ସୁନୀଲ ଗ୍ରୋଭରଙ୍କ ସହ ମଧ୍ୟ ଝଗଡା ହୋଇଥିଲା। ତେବେ ବର୍ତ୍ତମାନ କପିଳଙ୍କ ଜୀବନର ହସଖୁସି ଫେରି ଆସିଛି ଓ ସେ ତାଙ୍କର ନୂଆ ଶୋ’ ସହିତ ଟେଲିଭିଜନ ପରଦାକୁ ଫେରିବାକୁ ଯାଉଛନ୍ତି।   

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon