ଗ୍ରହଙ୍କର ଖରାପ ପ୍ରଭାବକୁ ଦୂରେଇବା ପାଇଁ ପିନ୍ଧାନ୍ତୁ ମୋତି

Wednesday, December 12, 2018

(ବେତାର ବ୍ୟୁରୋ) ମଣିଷ ଜୀବନ ଉପରେ ଗ୍ରହମାନଙ୍କର ଭଲ ପ୍ରଭାବ ପଡିବା ସହିତ ଖରାପ ପ୍ରଭାବ ମଧ୍ୟ ପଡିଥାଏ। ଖରାପ ପ୍ରଭାବରୁ ବଞ୍ଚିବା ପାଇଁ ଲୋକମାନେ ବିଭିନ୍ନ ଉପାୟ ଅବଲମ୍ବନ କରିଥାନ୍ତି। ସେଥିପାଇଁ ଲୋକମାନେ ହାତରେ ମୋତି ଓ ଅନେକ ପ୍ରକାରର ମୁଲ୍ୟବାନ ପଥର ପିନ୍ଧିଥାଆନ୍ତି। କାରଣ ବିଶ୍ଵାସ ରହିଛି ଯେ, ଏଭଳି କରିବା ଦ୍ଵାରା ଆମ ଉପରେ ଗ୍ରହମାନଙ୍କର ଖରାପ ପ୍ରଭାବ ପଡିନଥାଏ। ତେବେ ସେହିପରି ଏକ ମୁଲ୍ୟବାନ ଜିନିଷ ହେଉଛି ମୋତି। ଜ୍ୟୋତିଷ ଶାସ୍ତ୍ରରେ ମୋତିର ଅନେକ ଗୁରୁତ୍ଵ ରହିଛି। ଏହା ଆପଣଙ୍କୁ ଗ୍ରହଙ୍କ ଖରାପ ପ୍ରଭାବରୁ ବଞ୍ଚେଇବା ସହିତ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ।

 

ତେବେ ଏହି ମୋତି ଆପଣଙ୍କ ଉପରେ କଣ ପ୍ରଭାବ ପକାଇଥାଏ ଜାଣିରଖନ୍ତୁ।

 

. ଶାସ୍ତ୍ର ଅନୁସାରେ ମୋତିର ପ୍ରଭାବ ମନୁଷ୍ୟ ଉପରେ ଶୀଘ୍ର ପଡିନଥାଏ। ଏହାର ପ୍ରଭାବ ଧୀରେ ଧୀରେ ଓ ଖୁବ ସୂକ୍ଷ୍ମ ମାତ୍ରାରେ ମନୁଷ୍ୟ ଉପରେ ପଡିଥାଏ।

 

.ଅଧିକାଂଶ ଲୋକ ମୋତିକୁ ଗହଣାରେ ଲଗାଇ ପିନ୍ଧିବାକୁ ପସନ୍ଦ କରିଥାନ୍ତି। ବାସ୍ତୁ ଶାସ୍ତ୍ର ଅନୁସାରେ ଶରୀରରେ ମୋତି ଧାରଣ କରିବା ଦ୍ଵାରା ମନୁଷ୍ୟକୁ ରାତିରେ ଭଲ ଭାବରେ ନିଦ ହୋଇଥାଏ। ଏହାସହିତ ଏହାଦ୍ଵାରା ମନରୁ ଭୟ ମଧ୍ୟ ଦୂର ହୋଇଥାଏ।

.ଏହା ମନୁଷ୍ୟର ସ୍ୱାସ୍ଥ୍ୟ ଉପରେ ମଧ୍ୟ ଉତ୍ତମ ପ୍ରଭାବ ପକାଇଥାଏ। ଏହାକୁ ପିନ୍ଧିବା ଦ୍ଵାରା ଶରୀରରେ ହରମୋନ ସନ୍ତୁଳିତ ହୋଇଥାଏ। ଏହାକୁ ପିନ୍ଧିବା ଦ୍ଵାରା ମନ ଶାନ୍ତ ରହିଥାଏ ଓ ଚର୍ମରୋଗ ମଧ୍ୟ ଦୂର ହୋଇଥାଏ।

 

. ତେବେ ଏହି ମୋତିକୁ ଧାରଣ କରିବା ସମୟରେ କିଛି ସାବଧାନତା ଅବଲମ୍ବନ କରିବା ପାଇଁ ଶାସ୍ତ୍ରରେ ପରାମର୍ଶ ଦିଆଯାଇଛି। ଯଦି ମୋତିକୁ ସଠିକ ଭାବରେ ଧାରଣ କରାନଯାଏ, ତେବେ ଏହା ବ୍ୟକ୍ତିର ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ।

 

.ଜ୍ୟୋତିଷ ଶାସ୍ତ୍ର ଅନୁସାରେ କର୍କଟ ରାଶିର ବ୍ୟକ୍ତିଙ୍କ ପାଇଁ ମୋତି ଅତ୍ୟନ୍ତ ଶୁଭ ହୋଇଥାଏ। ଏହାସହିତ ମେଷ, ବିଛା, ଓ ମୀନ ରାଶିର ବ୍ୟକ୍ତିମାନେ ମଧ୍ୟ ମୋତି ଧାରଣ କରିପାରିବେ। କିନ୍ତୁ ବୃଷ, ମିଥୁନ, କନ୍ୟା, ମକର ଓ କୁମ୍ଭ ରାଶିର ବ୍ୟକ୍ତି ମୋତି ଧାରଣ କରିବା ଠାରୁ ଦୂରେଇ ରୁହନ୍ତୁ।

. ଯେଉଁମାନେ ଖୁବ ଶୀଘ୍ର ରାଗିଯାଇଥାନ୍ତି ଓ ଖୁବ ଶୀଘ୍ର ଧୈର୍ଯ୍ୟ ହରାଇ ଦେଇଥାଆନ୍ତି, ସେମାନେ ମୋତି ଧାରଣ କରିବା ଉଚିତ। ଏହା ତାଙ୍କର ମନକୁ ଶାନ୍ତ ରଖିବାରେ ସାହାଯ୍ୟ କରିଥାଏ।

 

.ଏହାକୁ ପିନ୍ଧିବା ଦ୍ଵାରା ମଣିଷର ମାନସମ୍ମାନ ବୃଦ୍ଧି ପାଇଥାଏ ଓ ଏହା ମଣିଷ ଠାରୁ ନକରାତ୍ମକ ଶକ୍ତିକୁ ଦୂରେଇ ରଖିଥାଏ।

 

.ବିବାହିତ ଦମ୍ପତ୍ତିଙ୍କ ମଧ୍ୟରେ ମତଭେଦ ଦୂର କରିବାରେ ଏହା ସାହାଯ୍ୟ କରେ। ପତିପତ୍ନୀ ଏହାକୁ ଧାରଣ

କରିବା ଦ୍ଵାରା ସେମାନଙ୍କ ମଧ୍ୟରେ ଭଲପାଇବା ବଢିଥାଏ।

 

(ବି.ଦ୍ର :ଏହି ବାସ୍ତୁ ତଥା ଜ୍ୟୋତିଷ ଉପାୟ ବିଭିନ୍ନ ଜ୍ୟୋତିର୍ବିଦମାନଙ୍କ ଆଲେଖ୍ୟରୁ ସଂକଳିତ କରାଯାଇଛି । ଏହା ଠିକ କାର୍ଯ୍ୟକାରୀ ହେବା ପାଇଁ ଉପଯୁକ୍ତ ପଦ୍ଧତି ଆପଣେଇବା ତଥା ଦଶା ସ୍ଥିତି ଠିକ ରହିବା ଆବଶ୍ୟକ । ସୁଫଳ ପାଇବାକୁ ହେଲେ କୌଣସି ଅଭିଜ୍ଞ ଜ୍ୟୋତିଷ/ବାସ୍ତୁବିଦଙ୍କ ପରାମର୍ଶ ନିଅନ୍ତୁ )

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon