ଜିଓ ପ୍ରଭାବ : ଅସୀମିତ କଲ ନିମନ୍ତେ ଏୟାରଟେଲ ଲଞ୍ଚ କଲା ଟ.289 ରିଚାର୍ଜ ପ୍ୟାକ

Wednesday, December 12, 2018

(ବେତାର ବ୍ୟୁରୋ) ବର୍ତ୍ତମାନ ଟେଲିକମ କମ୍ପାନୀ ଗୁଡିକ ଗ୍ରାହକମାନଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ନୂଆ ନୂଆ ରିଚାର୍ଜ ପ୍ୟାକ ଲଞ୍ଚ କରୁଛନ୍ତି। ଟେଲିକମ ବଜାରରେ ରିଲାଏନ୍ସ ଜିଓ ପାଦ ଦେବା ପରେ ଅନ୍ୟ କମ୍ପାନୀଗୁଡିକ ରିଲାଏନ୍ସ ଜିଓକୁ ଟକ୍କର ଦେବା ପାଇଁ ଅନେକ ଅଫର ଲଞ୍ଚ କଲେଣି। ତେବେ ରିଲାଏନ୍ସ ଜିଓ ଓ ଭୋଡଫୋନ ଆଇଡିଆକୁ ଟକ୍କର ଦେବା ପାଇଁ ଭାରତୀ ଏୟାରଟେଲ ତରଫରୁ ଏକ ନୂଆ ପ୍ରିପେଡ ପ୍ଳାନ ଲଞ୍ଚ କରାଯାଇଛି। ଏହି ପ୍ଳାନରେ ଗ୍ରାହକଙ୍କୁ ଅନଲିମିଟେଡ କଲ ଓ ଡାଟା ପ୍ୟାକ ସହିତ 48ଦିନର ବୈଧତା ମିଳିବ।

 

ଏୟାରଟେଲର ଏହି ପ୍ୟାକରେ କଲିଙ୍ଗ ପାଇଁ ଦୈନିକ ସୀମା ରଖାଯାଇ ନାହିଁ। ଏହାସହିତ ଡାଟା ପ୍ୟାକ ବ୍ୟବହାର କରିବା ପାଇଁ ମଧ୍ୟ କୌଣସି ସୀମା ରଖାଯାଇ ନାହିଁ। 

 

ଏୟାରଟେଲର ଏହି ପ୍ଳାନର ମୂଲ୍ୟ ରହିଛି ଟ.289। ଏହି ପ୍ୟାକରେ ଗ୍ରାହକଙ୍କୁ ଅନଲିମିଟେଡ ଲୋକାଲ ଓ ଏସଟିଡି କଲର ସୁବିଧା ମିଳିବ। ଏହି ପ୍ୟାକରେ ନାସିନାଲ ରୋମିଙ୍ଗ କଲ ମଧ୍ୟ ଫ୍ରୀ’ ରେ କରିପାରିବେ। ଏହାବ୍ୟତୀତ ପ୍ରତିଦିନ 100ଟି ଲେଖାଏଁ ଏସଏମଏସ କରିପାରିବେ। ଏହାସହିତ ମୋଟ 1ଜିବି ଡାଟା ମଧ୍ୟ ମିଳିବ। ଏହି ପ୍ୟାକର ବୈଧତା 48ଦିନ ପର୍ଯ୍ୟନ୍ତ ରହିବ।

 

ଭୋଡାଫୋନର ଟ.279 ରିଚାର୍ଜ ପ୍ୟାକ

ଏୟାରଟେଲର ଏହି ପ୍ୟାକ ଭୋଡାଫୋନର ଟ.279 ପ୍ୟାକକୁ ଟକ୍କର ଦେବା ପାଇଁ ଲଞ୍ଚ କରାଯାଇଛି। ଭୋଡଫୋନର ଏହି ପ୍ୟାକରେ ଗ୍ରାହକଙ୍କୁ ଅନଲିମିଟେଡ ଲୋକାଲ, ଏସଟିଡି କଲର ସୁବିଧା ମିଳିବ। ଏହାସହିତ 4ଜିବି ଡାଟା ମଧ୍ୟ ମିଳିବ। ଏହି ପ୍ୟାକର ବୈଧତା 84ଦିନ ପର୍ଯ୍ୟନ୍ତ ରହିବା। ତେବେ ଭୋଡଫୋନର ଏହି ପ୍ୟାକରେ ମଧ୍ୟ କଲ ପାଇଁ କୌଣସି ଦୈନିକ ସୀମା ରଖାଯାଇ ନାହିଁ। ମୋଟ 84ଦିନ ମଧ୍ୟରେ ଆପଣ 4ଜିବି ଡାଟା ବ୍ୟବହାର କରିପାରିବେ।

 

ରିଲାଏନ୍ସ ଜିଓର 299 ରିଚାର୍ଜ ପ୍ୟାକ

ରିଲାଏନ୍ସ ଜିଓରେ ମଧ୍ୟ  ଟ.300ରୁ କମ ମୂଲ୍ୟରେ ଏକ ପ୍ୟାକ ରହିଛି। ଏହି ପ୍ୟାକର ମୂଲ୍ୟ ହେଉଛି ଟ.299। ଯେଉଁମାନେ ଅଧିକ ଡାଟା ବ୍ୟବହାର କରନ୍ତି ସେମାନଙ୍କ ପାଇଁ ଏହି ପ୍ୟାକ ଉପାଦେୟ ହୋଇପାରିବ। ଏହି  ପ୍ୟାକରେ ଅନଲିମିଟେଡ ଲୋକାଲ, ଏସଟିଡି ଓ ରୋମିଙ୍ଗ କଲ ସହିତ ଦୈନିକ 3ଜିବି ଡାଟା ମଧ୍ୟ ମିଳିବ। ଏହାର ବୈଧତା 28ଦିନ ପର୍ଯ୍ୟନ୍ତ ରହିବ। ଅର୍ଥାତ 28ଦିନରେ ମୋଟ 84ଜିବି ଡାଟା ମିଳିବ।    

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon