ସାପ୍ତାହିକ ରାଶିଫଳ : ଜାଣନ୍ତୁ କେଉଁ ରାଶିକୁ ରାଗିବା ମନା

Monday, December 17, 2018

 (ବି ଦ୍ର : ରାଶିଫଳ କେବଳ ଜନ୍ମ ରାଶି ହିସାବରେ ଦିଆଯାଇଛି। ଆପଣଙ୍କ ଲଗ୍ନ ଓ ଦଶା ହିସାବରେ ଫଳାଫଳ ଅଧିକ ଶୁଭ କିମ୍ବା ଅଶୁଭ ହେଇପାରେ। ଏହାକୁ କେବଳ ଏକ ସଂକେତ ହିସାବରେ ଗ୍ରହଣ କରିବାକୁ ଅନୁରୋଧ।)

 

(ବେତାର ବ୍ୟୁରୋ)

ମେଷ: ଆୟ ସହିତ ବ୍ୟୟ ମଧ୍ୟ ବୃଦ୍ଧି ପାଇବ। ସପ୍ତାହର ମଧ୍ୟ ଭାଗରେ ଆପଣଙ୍କ ସମୟଟି ଭଲରେ କଟିବ। କୌଣସି ଧାର୍ମିକ ସ୍ଥାନକୁ ପରିବାର ସହିତ ବୁଲିବାକୁ ଯିବେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ଶତ୍ରୁତା ବୃଦ୍ଧି ପାଇପାରେ। ଏଥିପାଇଁ ସଚେତନ ରୁହନ୍ତୁ।

 

ବୃଷ: କଠିନ ପରିଶ୍ରମ କରିବାକୁ ପଡିବ। ସପ୍ତାହର ଶେଷଭାଗରେ ଦିନଗୁଡିକ ଆପଣଙ୍କ ପାଇଁ ଭଲ ରହିବ। ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ। କର୍ମକ୍ଷେତ୍ରରେ ସିନିୟର ଅଧିକାରୀଙ୍କ ସହଯୋଗ ପାଇବେ। ନିଜ କାମ ପାଇଁ ପ୍ରଶଂସିତ ହେବେ।

 

ମିଥୁନ: ଜୀବନସାଥୀଙ୍କ ସହ କୌଣସି କଥାକୁ ନେଇ ଝଗଡା ହୋଇପାରେ। କର୍ମକ୍ଷେତ୍ରରେ ମାନ ସମ୍ମାନ ବୃଦ୍ଧି ପାଇବ। ପିତାଙ୍କ ସ୍ୱାସ୍ଥ୍ୟରେ ଅବନତି ଦେଖାଦେଇପାରେ। ପରିବାର ମଧ୍ୟରେ ଶାନ୍ତି ବଜାୟ ରହିବ। ଛାତ୍ରଛାତ୍ରୀମାନଙ୍କୁ ସଫଳତା ପାଇବା ପାଇଁ କଠିନ ପରିଶ୍ରମ କରିବାକୁ ପଡିବ।

 

କର୍କଟ: ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ। ମାନସିକ ଦୁଃଶ୍ଚିନ୍ତା ବଢିପାରେ। ଅଧିକ କ୍ରୋଧୀ ହୋଇପାରନ୍ତି।

ଖାଦ୍ୟପେୟ ପ୍ରତି ସଚେତନ ରୁହନ୍ତୁ। କୌଣସି କଥାକୁ ନେଇ ଭୟଭୀତ ରହିବେ। କୌଣସି କଥାକୁ ନେଇ ଅଧିକ ଚିନ୍ତା କରନ୍ତୁ ନାହିଁ।

 

ସିଂହ: ପରିବାର ମଧ୍ୟରେ କୌଣସି ଶୁଭକାର୍ଯ୍ୟ ଅନୁଷ୍ଠିତ ହୋଇପାରେ। ସପ୍ତାହର ମଧ୍ୟ ଭାଗରେ ଅଫିସ କାର୍ଯ୍ୟ ପାଇଁ ବିଦେଶ ଯାତ୍ରା କରିପାରନ୍ତି। ବ୍ୟୟ ବୃଦ୍ଧି ପାଇବ। ଚାକିରୀରେ ପଦୋନ୍ନତି ହୋଇପାରେ। ସନ୍ତାନଙ୍କ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ।

 

କନ୍ୟା: ଆର୍ଥିକ ସ୍ଥିତି ସ୍ଵଚ୍ଛଳ ରହିବ। ପରିବାର ପାଇଁ କିଛି ଜିନିଷ କିଣିପାରନ୍ତି। ପ୍ରତିଯୋଗୀତାମୂଳକ ପରୀକ୍ଷାରେ ଭାଗ ନେଉଥିବା ଛାତ୍ରଛାତ୍ରୀମାନେ ସଫଳତା ପାଇବେ। ଅନ୍ୟଉପରେ ଅଧିକ ନିର୍ଭର କରନ୍ତୁ ନାହିଁ। ନିଜ କଥା କହିବା ଶୈଳୀରେ ଅନ୍ୟକୁ ପ୍ରଭାବିତ କରିପାରିବେ।

 

ତୁଳା: ଅନ୍ୟମାନଙ୍କୁ ନିଜ ବ୍ୟକ୍ତିତ୍ଵ ଦ୍ଵାରା ଆକର୍ଷିତ କରିପାରିବେ। ମନ ଭିତରୁ ଖୁସି ଅନୁଭବ କରିବେ। ପରିବାର ମଧ୍ୟରେ ଅଶାନ୍ତି ଦେଖାଦେଇପାରେ। ଛାତ୍ରଛାତ୍ରୀମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ। କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବ। ଆୟ ବୃଦ୍ଧି ପାଇବ।

 

ବିଛା: ସପ୍ତାହଟି ଆପଣଙ୍କ ପାଇଁ ବହୁତ ଭଲରେ କଟିବ। ସପ୍ତାହର ମଧ୍ୟ ଭାଗରେ ଆପଣ ଅଧିକ କ୍ରୋଧୀ ହୋଇପାରନ୍ତି। ଧନ ସଞ୍ଚୟ କରିବା ଉପରେ ଅଧିକ ଧ୍ୟାନ ଦେବେ। ନୂତନ ଜମି କ୍ରୟ କରିପାରନ୍ତି। ନିଜ ପରିଶ୍ରମର ସୁଫଳ ପାଇବେ।

 

ଧନୁ: ଆୟ ବୃଦ୍ଧି ପାଇବ। ଦୂରସ୍ଥାନକୁ ଯାତ୍ରା ଯୋଗ ରହିଛି। କର୍ମକ୍ଷେତ୍ରରେ ସିନିୟର ଅଧିକାରୀଙ୍କ ସହାୟତା  ପାଇବେ। ପରିବାର ମଧ୍ୟରେ ଶାନ୍ତି ବଜାୟ ରହିବ। ଧାର୍ମିକ କାର୍ଯ୍ୟରେ ମନ ବଳାଇବେ। ଆପଣଙ୍କ ସନ୍ତାନ’ଙ୍କ ପାଇଁ ସମୟ ବହୁତ ଭଲ ରହିବ।

 

ମକର: ଧାର୍ମିକ କାର୍ଯ୍ୟରେ ଯୋଗଦେବେ। ବ୍ୟୟ ବୃଦ୍ଧି ପାଇବ। ଅନ୍ୟକୁ କିଛି କହିବା ସମୟରେ ବିଶେଷ ଧ୍ୟାନ ଦିଅନ୍ତୁ ଏହା ଅନ୍ୟକୁ ଆଘାତ କରିପାରେ। ପୂର୍ବରୁ କରିଥିବା କାମ ପାଇଁ ପ୍ରଶଂସିତ ହେବେ। ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ।

 

କୁମ୍ଭ: କର୍ମକ୍ଷେତ୍ରରେ ପଦୋନ୍ନତି ହୋଇପାରେ। ଅଧିକ କ୍ରୋଧୀ ହୋଇପାରନ୍ତି। ପରିବାର ସଦସ୍ୟ କିମ୍ବା ଅନ୍ତରଙ୍ଗ ବନ୍ଧୁଙ୍କ ସହ ବୁଲିବାକୁ ଯାଇପାରନ୍ତି। କର୍ମକ୍ଷେତ୍ରରେ ସମ୍ମାନ ବୃଦ୍ଧି ପାଇବ। ଛାତ୍ରଛାତ୍ରୀ ମାନେ ପରିଶ୍ରମର ସୁଫଳ ପାଇବେ।

 

ମୀନ: ସପ୍ତାହଟି  ବହୁତ ଶାନ୍ତିପୂର୍ଣ୍ଣ ରହିବ ଓ ଧାର୍ମିକ କାର୍ଯ୍ୟପ୍ରତି ମନ ବଳାଇବେ। ପରିବାର ମଧ୍ୟରେ କୌଣସି କଥାକୁ ନେଇ ବିବାଦ ଦେଖାଦେଇପାରେ। ପରିବାର ସହିତ କୌଣସି ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। ଚାକିରୀରେ ସ୍ଥାନାନ୍ତର ହୋଇପାରେ।

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©2020 Betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon