ବଲିଉଡ ଷ୍ଟାରଙ୍କ ଭିତରେ ଦୀପିକା ପାଦୁକୋନ ପ୍ରଥମ : IMDb ତାଲିକା

Wednesday, December 19, 2018

(ବେତାର ବ୍ୟୁରୋ) ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ପାଇଁ ଚଳିତ ବର୍ଷ ବହୁତ ଭଲରେ କଟିଛି। ବର୍ଷ ଆରମ୍ଭରୁ ସଞ୍ଜୟ ଲୀଲା ଭଂସାଲିଙ୍କ ଫିଲ୍ମ ‘ପଦ୍ମାବତ’ରେ ଅଭିନୟ କରି ଚର୍ଚ୍ଚାରେ ରହିଥିବା ଦୀପିକା ପାଦୁକୋନ ଗତମାସରେ ରଣବୀର ସିଂଙ୍କ ସହ ବିବାହ କରିଥିଲେ। ଉଭୟଙ୍କ ବିବାହକୁ ନେଇ ମଧ୍ୟ ବେଶ ଚର୍ଚ୍ଚା ହୋଇଥିଲା। ତେବେ ଦୀପିକାଙ୍କ ପ୍ରଶଂସକଙ୍କ ପାଇଁ ଆଉ ଏକ ଖୁସି ଖବର ରହିଛି କାରଣ, ଦୀପିକା ପାଦୁକୋନ ବଲିଉଡର ସମସ୍ତ କଳାକାରଙ୍କୁ ପଛରେ ପକାଇ ଭାରତୀୟ ସିନେମା 2018 IMDb ତାଲିକାରେ ପ୍ରଥମ ସ୍ଥାନରେ ରହିଛନ୍ତି।

 

ଲୋକପ୍ରିୟ ସିନେମା ତଥ୍ୟ ୱେବସାଇଟ IMDb ଦ୍ୱାରା ଏହାର ବ୍ୟବହାରକାରୀମାନଙ୍କ ଦ୍ୱାରା ସର୍ଚ୍ଚ କରାହେଇଥିବା ସିନେତାରକାଙ୍କ ଅଧାରରେ କହିଛି ଯେ, ଭାରତୀୟ ସିନେ ଷ୍ଟାର ମାନଙ୍କ ମଧ୍ୟରେ ଦୀପିକା ପାଦୁକୋନ ଶୀର୍ଷରେ ଅଛନ୍ତି। IMDbର ମୁଖ୍ୟ ନେହା ଗୁରେଜା କହିଛନ୍ତି, “ସଞ୍ଜୟ ଲୀଲା ଭଂସାଲିଙ୍କ ନିର୍ଦ୍ଦେଶିତ ‘ପଦ୍ମାବତ’ ଫିଲ୍ମରେ ଦୀପିକା ପାଦୁକୋନ ଚମତ୍କାର ଅଭିନୟ କରିଥିଲେ। ତାଙ୍କର  ଏହି ଅଭିନୟ ପାଇଁ ସେ ଏହି ତାଲିକାରେ ପ୍ରଥମ ସ୍ଥାନରେ ପହଞ୍ଚି ପାରିଛନ୍ତି।“

 

ଦୀପିକା ପାଦୁକୋନ ବଲିଉଡର ବଡ ବଡ ଷ୍ଟାର ଶାହରୁଖ ଖାନ, ସଲମାନ ଖାନ ଓ ଅମିର ଖାନଙ୍କୁ ପଛରେ ପକାଇ ଦେଇଛନ୍ତି। ଏହି ତାଲିକାରେ ଦ୍ଵିତୀୟ ସ୍ଥାନରେ ବଲିଉଡର ବାଦଶାହ ଶାହରୁଖ ଖାନ ରହିଛନ୍ତି। ଏହାପରେ ତୃତୀୟ ସ୍ଥାନରେ ଅମିର ଖାନ, ଚତୁର୍ଥ ସ୍ଥାନରେ ଐଶ୍ଵର୍ଯ୍ୟା ରାୟ, ପଞ୍ଚମ ସ୍ଥାନରେ ସଲମାନ ଖାନ, ଷଷ୍ଠ ସ୍ଥାନରେ କାଟ୍ରିନା କୈଫ ରହିଛନ୍ତି। ତାଲିକାରେ ସପ୍ତମ ସ୍ଥାନରେ ରହିଛନ୍ତି ‘ସାକ୍ରେଡ଼ ଗେମ’ରେ ଅଭିନୟ କରିଥିବା କୁବ୍ରା ସୈଟ। ଏହାପରେ ଅଷ୍ଟମ ସ୍ଥାନରେ ଇରଫାନ ଖାନ, ନବମ ସ୍ଥାନରେ ରାଧିକା ଆପ୍ତେ  ଓ ଦଶମ ସ୍ଥାନରେ ଅକ୍ଷୟ କୁମାର ରହିଛନ୍ତି।

IMDbର ମୁଖ୍ୟ ନେହା ଗୁରେଜା ଆହୁରି ମଧ୍ୟ କହିଛନ୍ତି ଯେ, “ରାଧିକା ଆପ୍ତେ ମଧ୍ୟ ଚଳିତ ବର୍ଷ ଦର୍ଶକଙ୍କର ଭରପୁର ମନୋରଞ୍ଜନ କରିଛନ୍ତି। IDMb-2018ର ଶୀର୍ଷ ଭାରତୀୟ ତାଲିକାରେ ରାଧିକା ଆପ୍ତେଙ୍କ ଅଭିନୀତ ଫିଲ୍ମ ‘ଅନ୍ଧାଧୁନ’ ପ୍ରଥମ ସ୍ଥାନରେ ରହିଥିବା ବେଳେ ‘ପ୍ୟାଡମ୍ୟାନ’ ଷଷ୍ଠ ସ୍ଥାନରେ ରହିଛି।“

 

କିଛିଦିନ ପୂର୍ବରୁ ବଲିଉଡର ଏକ ଫିଲ୍ମ ଆୱାର୍ଡ ସମାରୋହରେ ଦୀପିକାଙ୍କ ପତି ତଥା ବଲିଉଡ ଅଭିନେତା ରଣବୀର ସିଂ ଙ୍କୁ ‘ପଦ୍ମାବତ’ ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ଅଭିନେତାର ପୁରସ୍କାର ଜିତିଛନ୍ତି। ବର୍ତ୍ତମାନ ଦୀପିକାଙ୍କର ଏହି ସଫଳତା ଏହି ଯୋଡିଙ୍କ ପାଇଁ ବହୁତ ବଡ ଖୁସି ଖବର ଅଟେ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon